‘କୃତ୍ରିମ ଅଙ୍ଗ’ ଯୋଗାଇ ଦିବ୍ୟାଙ୍ଗ ଅଖିଳଙ୍କ ଜୀବନକୁ ସହଜ କରିବା ସହ ଆଶାର ଆଲୋକ ସାଜିଲା ‘ଓଡ଼ିଶା-ମୋ ପରିବାର’

The Sakala Picture
Published On

କେନ୍ଦ୍ରାପଡ଼ା: ଦିବ୍ୟାଙ୍ଗ ଅଖିଳଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର । ଜୀବନ ଜିଇବା ଦୁର୍ବିସହ ହୋଇପଡ଼ିଥିଲା ତାଙ୍କର, ତାଙ୍କ ଜୀବନକୁ ସହଜ କରିବା ପାଇଁ ଆଶାର ଆଲୋକ ସାଜି ଓଡ଼ିଶା-ମୋ ପରିବାର ଯୋଗାଇଦେଲା “କୃତ୍ରିମ ଅଙ୍ଗ” । କେନ୍ଦ୍ରାପଡ଼ା ଜିଲ୍ଲା ନୂଆପଡ଼ା ଅଞ୍ଚଳର ୫୫ ବର୍ଷିୟ ଅଖିଳ ରାଉତଙ୍କର କିଛି ବର୍ଷ ପୂର୍ବେ ବାମ ଗୋଡ଼ରେ ଏକ କ୍ଷତ ସୃଷ୍ଟି ହୋଇଥିଲା । ସେହି କ୍ଷତ କ୍ରମଶଃ ସଂକ୍ରମଣରେ ପରିଣତ ହେବାରୁ […]

କେନ୍ଦ୍ରାପଡ଼ା: ଦିବ୍ୟାଙ୍ଗ ଅଖିଳଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର । ଜୀବନ ଜିଇବା ଦୁର୍ବିସହ ହୋଇପଡ଼ିଥିଲା ତାଙ୍କର, ତାଙ୍କ ଜୀବନକୁ ସହଜ କରିବା ପାଇଁ ଆଶାର ଆଲୋକ ସାଜି ଓଡ଼ିଶା-ମୋ ପରିବାର ଯୋଗାଇଦେଲା “କୃତ୍ରିମ ଅଙ୍ଗ” ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

କେନ୍ଦ୍ରାପଡ଼ା ଜିଲ୍ଲା ନୂଆପଡ଼ା ଅଞ୍ଚଳର ୫୫ ବର୍ଷିୟ ଅଖିଳ ରାଉତଙ୍କର କିଛି ବର୍ଷ ପୂର୍ବେ ବାମ ଗୋଡ଼ରେ ଏକ କ୍ଷତ ସୃଷ୍ଟି ହୋଇଥିଲା । ସେହି କ୍ଷତ କ୍ରମଶଃ ସଂକ୍ରମଣରେ ପରିଣତ ହେବାରୁ ଗୋଡ଼ କାଟିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଗତ ଆଠ ମାସ ପୂର୍ବେ ତାଙ୍କର ଗୋଡ଼ କଟା ହୋଇଥିଲା । ଅଖିଳ ନିଜର ଦୈନନ୍ଦିନ କାମ କରିବାକୁ ପରିବାର ସଦସ୍ୟମାନଙ୍କ ଉପରେ ନିର୍ଭର କରୁଥିଲେ । ଅସହାୟ ହୋଇ ସେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଲଗ୍ନାଦୀପା ମିଶ୍ରକୁ ଯୋଗାଯୋଗ କରିଥିଲେ । ଲଗ୍ନାଦୀପା ମିଶ୍ର ସଙ୍ଗେସଙ୍ଗେ ଏ ସମ୍ପର୍କରେ ଓଡ଼ିଶା ମୋ ପରିବାରକୁ ଖବର ଦେଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ଅଖିଳଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଥିଲା । ତାଙ୍କୁ କୃତ୍ରିମ ଗୋଡ଼ ପ୍ରଦାନ କରାଯିବା ସମୟରେ ଓଡ଼ିଶା ମୋ ପରିବାର ସ୍ୱାସ୍ଥ୍ୟ ଉପଦେଷ୍ଟା ଡଃ ସତ୍ୟଜିତ୍ ଦାଶଙ୍କ ସମେତ ଲଗ୍ନାଦୀପା ମିଶ୍ର ଏବଂ ଓଡ଼ିଶା ମୋ ପରିବାର ଟିମ୍ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ଓପିଏସ୍‌ସି ପରୀକ୍ଷାରେ କପି କରିବା ଅଭିଯୋଗରେ ପରୀକ୍ଷାର୍ଥୀ ସହ ଅନ୍ୟ ୩ ଗିରଫ

କୃତ୍ରିମ ଗୋଡ଼ ପାଇବା ପରେ ଅଖିଳଙ୍କ ମୁହଁରେ ହସର ଲହରୀ ଖେଳି ଯାଇଥିଲା ଏବଂ କୃତ୍ରିମ ଗୋଡ଼ରେ ଚାଲିବା ପରେ ସେ ସ୍ଵାବଲମ୍ବୀ ହୋଇପାରିବେ ବୋଲି କହିଥିଲେ ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

13 Oct 2022 By The Sakala

‘କୃତ୍ରିମ ଅଙ୍ଗ’ ଯୋଗାଇ ଦିବ୍ୟାଙ୍ଗ ଅଖିଳଙ୍କ ଜୀବନକୁ ସହଜ କରିବା ସହ ଆଶାର ଆଲୋକ ସାଜିଲା ‘ଓଡ଼ିଶା-ମୋ ପରିବାର’

କେନ୍ଦ୍ରାପଡ଼ା: ଦିବ୍ୟାଙ୍ଗ ଅଖିଳଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର । ଜୀବନ ଜିଇବା ଦୁର୍ବିସହ ହୋଇପଡ଼ିଥିଲା ତାଙ୍କର, ତାଙ୍କ ଜୀବନକୁ ସହଜ କରିବା ପାଇଁ ଆଶାର ଆଲୋକ ସାଜି ଓଡ଼ିଶା-ମୋ ପରିବାର ଯୋଗାଇଦେଲା “କୃତ୍ରିମ ଅଙ୍ଗ” ।

କେନ୍ଦ୍ରାପଡ଼ା ଜିଲ୍ଲା ନୂଆପଡ଼ା ଅଞ୍ଚଳର ୫୫ ବର୍ଷିୟ ଅଖିଳ ରାଉତଙ୍କର କିଛି ବର୍ଷ ପୂର୍ବେ ବାମ ଗୋଡ଼ରେ ଏକ କ୍ଷତ ସୃଷ୍ଟି ହୋଇଥିଲା । ସେହି କ୍ଷତ କ୍ରମଶଃ ସଂକ୍ରମଣରେ ପରିଣତ ହେବାରୁ ଗୋଡ଼ କାଟିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଗତ ଆଠ ମାସ ପୂର୍ବେ ତାଙ୍କର ଗୋଡ଼ କଟା ହୋଇଥିଲା । ଅଖିଳ ନିଜର ଦୈନନ୍ଦିନ କାମ କରିବାକୁ ପରିବାର ସଦସ୍ୟମାନଙ୍କ ଉପରେ ନିର୍ଭର କରୁଥିଲେ । ଅସହାୟ ହୋଇ ସେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଲଗ୍ନାଦୀପା ମିଶ୍ରକୁ ଯୋଗାଯୋଗ କରିଥିଲେ । ଲଗ୍ନାଦୀପା ମିଶ୍ର ସଙ୍ଗେସଙ୍ଗେ ଏ ସମ୍ପର୍କରେ ଓଡ଼ିଶା ମୋ ପରିବାରକୁ ଖବର ଦେଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ଅଖିଳଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଥିଲା । ତାଙ୍କୁ କୃତ୍ରିମ ଗୋଡ଼ ପ୍ରଦାନ କରାଯିବା ସମୟରେ ଓଡ଼ିଶା ମୋ ପରିବାର ସ୍ୱାସ୍ଥ୍ୟ ଉପଦେଷ୍ଟା ଡଃ ସତ୍ୟଜିତ୍ ଦାଶଙ୍କ ସମେତ ଲଗ୍ନାଦୀପା ମିଶ୍ର ଏବଂ ଓଡ଼ିଶା ମୋ ପରିବାର ଟିମ୍ ଉପସ୍ଥିତ ଥିଲେ ।

କୃତ୍ରିମ ଗୋଡ଼ ପାଇବା ପରେ ଅଖିଳଙ୍କ ମୁହଁରେ ହସର ଲହରୀ ଖେଳି ଯାଇଥିଲା ଏବଂ କୃତ୍ରିମ ଗୋଡ଼ରେ ଚାଲିବା ପରେ ସେ ସ୍ଵାବଲମ୍ବୀ ହୋଇପାରିବେ ବୋଲି କହିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର