କରୋନା ଶବ ସତ୍କାର ପାଇଁ ସକ୍ରିୟ ହେଲା ‘ଓଡ଼ିଶା-ମୋ ପରିବାର’

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେବାକୁ ବସିଲାଣି। ବର୍ତ୍ତମାନ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢ଼ି଼ିବାରେ ଲାଗିଛି। ଏଭଳି ସ୍ଥିତିରେ ମୃତକଙ୍କ ଅନ୍ତିମ ସଂସ୍କାରରେ ତାଙ୍କ ପରିବାରକୁ ସହଯୋଗ କରିବା ପାଇଁ ‘ଓଡ଼ିଶା-ମୋ ପରିବାର’ ପୁଣି ଥରେ ସକ୍ରିୟ ହୋଇଛି। ଏଥିପାଇଁ ପୂର୍ବରୁ ଚାଲିଥିବା ଓଡ଼ିଶା-ମୋ ପରିବାର ହେଲପ୍‍ ଡେସ୍କକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି। ଓଡ଼ିଶା-ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ ଏହାର ଶୁଭାରମ୍ଭ […]

ଭୁବନେଶ୍ୱର : ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେବାକୁ ବସିଲାଣି। ବର୍ତ୍ତମାନ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢ଼ି଼ିବାରେ ଲାଗିଛି। ଏଭଳି ସ୍ଥିତିରେ ମୃତକଙ୍କ ଅନ୍ତିମ ସଂସ୍କାରରେ ତାଙ୍କ ପରିବାରକୁ ସହଯୋଗ କରିବା ପାଇଁ ‘ଓଡ଼ିଶା-ମୋ ପରିବାର’ ପୁଣି ଥରେ ସକ୍ରିୟ ହୋଇଛି। ଏଥିପାଇଁ ପୂର୍ବରୁ ଚାଲିଥିବା ଓଡ଼ିଶା-ମୋ ପରିବାର ହେଲପ୍‍ ଡେସ୍କକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି। ଓଡ଼ିଶା-ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ଅଭାବନୀୟ ଘଟଣା: ବିବାହ ଶୋଭାଯାତ୍ରାରେ ଡିଜେର ପ୍ରଚଣ୍ଡ ଶବ୍ଦ ନେଲା ମହିଳାଙ୍କ ଜୀବନ

କରୋନାର ପ୍ରଥମ ଲହରୀ ବେଳେ ଗତବର୍ଷ ଜୟ ଓଡ଼ିଶା ସଂଗଠନ ସହଯୋଗରେ ଓଡ଼ିଶା-ମୋ ପରିବାର ପକ୍ଷରୁ ସ୍ଥାନୀୟ ସତ୍ୟନଗର ଶ୍ମଶାନରେ ହେଲପ୍‍ ଡେସ୍କ ଆରମ୍ଭ କରାଯାଇଥିଲା। କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ଶବ ସତ୍କାର କାର୍ଯ୍ୟରେ ଏହି ହେଲ୍‍ପ ଡେସ୍କ ସହଯୋଗ କରୁଥିଲା। ତେବେ ଗତ ଡିସେମ୍ୱରରେ କରୋନା ମୃତ୍ୟୁ ସଂଖ୍ୟା କମିଯିବାରୁ ଏହି ହେଲପ୍‍ ଡେସ୍କ ସେବାକୁ ବନ୍ଦ ରଖାଯାଇଥିଲା। ଶୁକ୍ରବାରଠାରୁ ଏହାକୁ ଦ୍ୱିତୀୟ ଥର ପାଇଁ ଆରମ୍ଭ କରାଯାଇଥିବା ସଂଗଠନ ପକ୍ଷରୁ ଜଣାଯାଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ, ଓଡ଼ିଶା-ମୋ ପରିବାର ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ବିରିୟାନୀ ଖରାପ ବୋଲି କହିବାରୁ ଗ୍ରାହକଙ୍କୁ ନିର୍ଦ୍ଧୁମ ମାଡ଼, ମୁଣ୍ଡ ଫଟାଇ ରାସ୍ତାରେ ଫିଙ୍ଗିଦେଲେ ହୋଟେଲ କର୍ମଚାରୀ

17 Apr 2021 By The Sakala

କରୋନା ଶବ ସତ୍କାର ପାଇଁ ସକ୍ରିୟ ହେଲା ‘ଓଡ଼ିଶା-ମୋ ପରିବାର’

ଭୁବନେଶ୍ୱର : ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେବାକୁ ବସିଲାଣି। ବର୍ତ୍ତମାନ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢ଼ି଼ିବାରେ ଲାଗିଛି। ଏଭଳି ସ୍ଥିତିରେ ମୃତକଙ୍କ ଅନ୍ତିମ ସଂସ୍କାରରେ ତାଙ୍କ ପରିବାରକୁ ସହଯୋଗ କରିବା ପାଇଁ ‘ଓଡ଼ିଶା-ମୋ ପରିବାର’ ପୁଣି ଥରେ ସକ୍ରିୟ ହୋଇଛି। ଏଥିପାଇଁ ପୂର୍ବରୁ ଚାଲିଥିବା ଓଡ଼ିଶା-ମୋ ପରିବାର ହେଲପ୍‍ ଡେସ୍କକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି। ଓଡ଼ିଶା-ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି।

କରୋନାର ପ୍ରଥମ ଲହରୀ ବେଳେ ଗତବର୍ଷ ଜୟ ଓଡ଼ିଶା ସଂଗଠନ ସହଯୋଗରେ ଓଡ଼ିଶା-ମୋ ପରିବାର ପକ୍ଷରୁ ସ୍ଥାନୀୟ ସତ୍ୟନଗର ଶ୍ମଶାନରେ ହେଲପ୍‍ ଡେସ୍କ ଆରମ୍ଭ କରାଯାଇଥିଲା। କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ଶବ ସତ୍କାର କାର୍ଯ୍ୟରେ ଏହି ହେଲ୍‍ପ ଡେସ୍କ ସହଯୋଗ କରୁଥିଲା। ତେବେ ଗତ ଡିସେମ୍ୱରରେ କରୋନା ମୃତ୍ୟୁ ସଂଖ୍ୟା କମିଯିବାରୁ ଏହି ହେଲପ୍‍ ଡେସ୍କ ସେବାକୁ ବନ୍ଦ ରଖାଯାଇଥିଲା। ଶୁକ୍ରବାରଠାରୁ ଏହାକୁ ଦ୍ୱିତୀୟ ଥର ପାଇଁ ଆରମ୍ଭ କରାଯାଇଥିବା ସଂଗଠନ ପକ୍ଷରୁ ଜଣାଯାଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ, ଓଡ଼ିଶା-ମୋ ପରିବାର ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର