ଓଡ଼ିଶାର ମିଲେଟ ମିଶନକୁ ମାଷ୍ଟରସେଫ ଇଣ୍ଡିଆରେ ପ୍ରଶଂସା, ସୋ’ର ଶୋଭା ବଢାଇଲା ମୁଖ୍ୟମନ୍ତ୍ରୀଙ୍କ ମିଲେଟ ମେସେଜ

The Sakala Picture
Published On

ଭୁବନେଶ୍ବର: ମାଷ୍ଟରସେଫରେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ମିଲେଟ ମିଶନକୁ ମାଷ୍ଟରସେଫ ଇଣ୍ଡିଆରେ ପ୍ରଶଂସା । ଖ୍ୟାତନାମା ସେଫ ରଣବୀର ବ୍ରାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି। ସୋ’ର ଶୋଭା ବଢାଇଥିଲା ମୁଖ୍ୟମନ୍ତ୍ରୀଙ୍କ ମିଲେଟ ମେସେଜ । ମିଲେଟର ବିପୁଳ ଉତ୍ପାଦନ ଉପରେ ଫୋକସ କରୁଛି ଓଡ଼ିଶା । ଡାଏଟର ଏକ ଆବଶ୍ୟକୀୟ ଖାଦ୍ୟ ଭାବେ ମିଲେଟର ଆବଶ୍ୟକତା ରହିଛି। ସାଧାରଣତଃ ଆଦିବାସୀ ସମ୍ପ୍ରଦାୟ ମିଲେଟ ଚାଷ କରିଥାନ୍ତି। ୨୦୧୭ରେ ମିଲେଟ ମିଶନ ଆରମ୍ଭ ହୋଇଥିଲା । […]

ଭୁବନେଶ୍ବର: ମାଷ୍ଟରସେଫରେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ମିଲେଟ ମିଶନକୁ ମାଷ୍ଟରସେଫ ଇଣ୍ଡିଆରେ ପ୍ରଶଂସା । ଖ୍ୟାତନାମା ସେଫ ରଣବୀର ବ୍ରାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି। ସୋ’ର ଶୋଭା ବଢାଇଥିଲା ମୁଖ୍ୟମନ୍ତ୍ରୀଙ୍କ ମିଲେଟ ମେସେଜ । ମିଲେଟର ବିପୁଳ ଉତ୍ପାଦନ ଉପରେ ଫୋକସ କରୁଛି ଓଡ଼ିଶା । ଡାଏଟର ଏକ ଆବଶ୍ୟକୀୟ ଖାଦ୍ୟ ଭାବେ ମିଲେଟର ଆବଶ୍ୟକତା ରହିଛି। ସାଧାରଣତଃ ଆଦିବାସୀ ସମ୍ପ୍ରଦାୟ ମିଲେଟ ଚାଷ କରିଥାନ୍ତି। ୨୦୧୭ରେ ମିଲେଟ ମିଶନ ଆରମ୍ଭ ହୋଇଥିଲା । ମିଲେଟ ଚାଷକୁ ପ୍ରୋତ୍ସାହନ ପ୍ରଦାନ ଏହି ମିଶନର ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ମିଳିତ ଜାତିସଂଘର ଘୋଷଣା ଅନୁଯାୟୀ, ୨୦୨୩ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍‌‌ ବର୍ଷ ଭାବେ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକ୍ରମେ ଗତବର୍ଷଠାରୁ ନଭେମ୍ୱର ୧୦କୁ ରାଜ୍ୟରେ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି। ମାଣ୍ଡିଆକୁ ପ୍ରୋତ୍ସାହିତ କରିବା ଓ ଏଥିପ୍ରତି ସଚେତନତା ବୃଦ୍ଧି ନିମନ୍ତେ ସ୍ୱତନ୍ତ୍ର ଭାବେ ମାଣ୍ଡିଆ ଦିବସ ପାଳନ ଓ ଏହାକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ଉଦ୍ଦେଶ୍ୟରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରିବାରେ ଓଡ଼ିଶା ଭାରତବର୍ଷର ପ୍ରଥମ ରାଜ୍ୟ। ରାଜ୍ୟରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଆଗାମୀ ଚାରିବର୍ଷ ଅର୍ଥାତ ୨୦୨୩-୨୪ରୁ ୨୦୨୬-୨୭ ବର୍ଷ ପର୍ଯ୍ୟନ୍ତ ୨୬୮୭ କୋଟି ୪୫ ଲକ୍ଷ ଟଙ୍କାର ବ୍ୟୟ ମଞ୍ଜୁର କରାଯାଇଥିବା ସୂଚନା ରହିଛି।

30 Nov 2023 By The Sakala

https://www.thesakala.in/latest-odisha-news/odisha-millet-mission-praised-on-mastersafe-india-cm-millet-message-graced-the-show/article-27812
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର