ବିଦେଶୀ ଖାଇବେ ଓଡିଶା ମିଲେଟ୍‌‌ ଖାଦ୍ୟ; ‘ସିଆଲ୍‌‌ ୨୦୨୨’ରେ ଭାଗ ନେବେ ଏସ୍‌‌ଏଚ୍‌‌ଜି ମହିଳା

The Sakala Picture
Published On

ଭୁବନେଶ୍ୱର: ବିଦେଶ ଯିବ ଓଡ଼ିଶା ମିଲେଟ୍‌‌ ଓ ମିଲେଟ୍‌‌ରୁ ପ୍ରସ୍ତୁତ ଖାଦ୍ୟ। ପ୍ୟାରିସ୍‌‌ରେ ପ୍ରଦର୍ଶିତ ହେବ ଓଡ଼ିଶା ମିଲେଟ୍‌‌ ଓ ସେଥିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ। ଏହାସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବିଦେଶ ଯାଇ ସେମାନଙ୍କ ପାରଦର୍ଶିତା ଦେଖାଇବେ। ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ମିଲେଟ୍‌‌ ମିଶନ୍‌‌ର ସଫଳତା କ୍ଷେତ୍ର ଏହା ଆଉ ଏକ ପାଦ ଆଗକୁ ବଢ଼ାଇବାରେ ସହଯୋଗ କରିବ। ଓଡ଼ିଶାର ମିଲେଟ୍‌‌ ବା ଲଘୁ କ୍ଷୁଦ୍ରଶସ୍ୟ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା ସାଉଁଟି […]

ଭୁବନେଶ୍ୱର: ବିଦେଶ ଯିବ ଓଡ଼ିଶା ମିଲେଟ୍‌‌ ଓ ମିଲେଟ୍‌‌ରୁ ପ୍ରସ୍ତୁତ ଖାଦ୍ୟ। ପ୍ୟାରିସ୍‌‌ରେ ପ୍ରଦର୍ଶିତ ହେବ ଓଡ଼ିଶା ମିଲେଟ୍‌‌ ଓ ସେଥିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ। ଏହାସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବିଦେଶ ଯାଇ ସେମାନଙ୍କ ପାରଦର୍ଶିତା ଦେଖାଇବେ। ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ମିଲେଟ୍‌‌ ମିଶନ୍‌‌ର ସଫଳତା କ୍ଷେତ୍ର ଏହା ଆଉ ଏକ ପାଦ ଆଗକୁ ବଢ଼ାଇବାରେ ସହଯୋଗ କରିବ। ଓଡ଼ିଶାର ମିଲେଟ୍‌‌ ବା ଲଘୁ କ୍ଷୁଦ୍ରଶସ୍ୟ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା ସାଉଁଟି ସାରିଛି। ଏବେ ପ୍ୟାରିସ୍‌‌ର ଫ୍ରାନ୍ସ୍‌‌ରେ ଆୟୋଜିତ ବିଶାଳ ଅନ୍ତର୍ଜାତୀୟ ଖାଦ୍ୟ ଉତ୍ପାଦନ ପ୍ରଦର୍ଶନୀ ‘ସିଆଲ୍‌‌ ୨୦୨୨’ରେ ଓଡ଼ିଶାର ମିଲେଟ୍‌‌ ସାମିଲ ହେବ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ଏଥିରେ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ମିଲେଟ୍‌‌ ଫୁଡ଼୍‌‌ ପ୍ରଦର୍ଶିତ ହେବ। ଆସନ୍ତା ୧୫ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଦର୍ଶନୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇ ମିଲେଟ୍‌‌ ଓ ମିଲେଟ୍‌‌ରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀକୁ ବିଦେଶରେ ପ୍ରଚାରପ୍ରସାର କରିବେ। ୪ଜଣ ଏସ୍‌‌ଏଚ୍‌‌ଜି ସଦସ୍ୟା ରାଜ୍ୟର ମିଲେଟ୍‌‌ ଉତ୍ପାଦନ ତଥା ପ୍ରଚାରପ୍ରସାର କରିବା ଦିଗରେ ଦାୟିତ୍ୱ ତୁଲାଇବେ। ଏଥିରେ ଭୁବନେଶ୍ୱରର ଶକ୍ତିମୟୀ ଫେଡେରେସନ୍‌‌ର ୨ଜଣ ମହିଳା ସଦସ୍ୟା, ସୁନ୍ଦରଗଡ଼ ଜିଲ୍ଲାର ଦିବ୍ୟଜ୍ୟୋତି ଏସ୍‌‌ଏଚ୍‌‌ଜି ଓ ଗଞ୍ଜାମର ମା’ ରାଇମାଳି ଏସ୍‌‌ଏସ୍‌‌ଜିର ଜଣେ ଲେଖାଏଁ ସଦସ୍ୟା ଯୋଗ ଦେବେ। ସେମାନେ ସେଠାରେ ମିଲେଟ୍‌‌ରୁ ପ୍ରସ୍ତୁତ ୫ପ୍ରକାର ସ୍ୱାଦର ବିସ୍କୁଟ୍‌‌, ମାଣ୍ଡିଆ ମିକ୍ସଚର, ଲଡ଼ୁ, କୁର୍‌‌ମା, ରୋଜ୍‌‌ କେକ୍‌‌ ଓ ମାଣ୍ଡିଆ କେକ୍‌‌ ପ୍ରଦର୍ଶନୀ କରିବେ। ଏହାସହିତ ମାଣ୍ଡିଆ ଛତୁଆ, ମାଣ୍ଡିଆ ଅଟା, ଯଅ ଅଟା ଓ ବାଜରା ଅଟା ସାଙ୍ଗକୁ କ୍ଷୁଦ୍ର ମିଲେଟ୍ସ୍‌‌, ସୁଆଁ, କାଙ୍ଗୁ, କୋଦ, ପ୍ରୋଷୋ ଆଦି ଶସ୍ୟ ପ୍ରଦର୍ଶିତ କରାଯିବ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଏହାବ୍ୟତିତ ଦିବ୍ୟଜ୍ୟୋତି ଏସ୍‌‌ଏଚ୍‌‌ଜି ଦ୍ୱାରା ପ୍ରସ୍ତୁତ ରାଗି ବିସ୍କୁଟ, କାଙ୍ଗୁ ବିସ୍କୁଟ, ପ୍ରୋଷୋ ବିସ୍କୁଟ, ବାଜରା ବିସ୍କୁଟ, ମିଲେଟ୍‌‌ ବିସ୍କୁଟ, ରାଗି ଛତୁଆ ଏବଂ ଅନ୍ୟ ପୁଷ୍ଟିକର ଖାଦ୍ୟ ସାମଗ୍ରୀକୁ ପ୍ରଦର୍ଶିତ ହେବ। ସେହିପରି ମା’ ରାଇମାଳି ଏସ୍‌‌ଏଚ୍‌‌ଜିଙ୍କ ଦ୍ୱାରା ରାଗିରୁ ପ୍ରସ୍ତୁତ ଅଟା, ହାଣ୍ଡି ଖଟା ଓ ଜୀବାମୃତ ପ୍ରଦର୍ଶିତ ହେବ। ୫ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଦର୍ଶନୀ ପାଇଁ ଏମ୍‌‌ଏସ୍‌‌ଏମ୍‌‌ଇ ବିଭାଗ ପକ୍ଷରୁ ପ୍ୟାରିସ୍‌‌ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରସ୍ତୁତ ସାମଗ୍ରୀ ପାଇଁ ଷ୍ଟଲର ବ୍ୟବସ୍ଥା କରାଯିବ। ଏହି ଖାଦ୍ୟ ପ୍ରଦର୍ଶନୀରେ ୧୦୩ଟି ଦେଶ ଭାଗ ନେଉଥିବାବେଳେ ଓଡ଼ିଶାର ଏସ୍‌‌ଏଚ୍‌‌ଜି ସଦସ୍ୟା ସାମିଲ ହେବେ। ମହିଳାମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ଓ ଭରସା ଯୋଗୁଁ ମହିଳାମାନେ ଆଗକୁ ବଢିବାର ସୁଯୋଗ ପାଇପାରିଛନ୍ତି। ମିଲେଟ୍‌‌ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶା ମିଲେଟ୍‌‌ ମିଶନ୍‌‌ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ସର୍ବୋତ୍ତମ ମଡେଲ ମଧ୍ୟରୁ ଗୋଟିଏ ବୋଲି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସ୍ୱୀକୃତି ମିଳିଛି। ଏହାସହିତ ମିଲେଟ୍‌‌ ଜାତୀୟ ଖାଦ୍ୟର ପ୍ରଚାରପ୍ରସାର ପ୍ରଣାଳୀକୁ ଏବେ ଅନ୍ୟ ରାଜ୍ୟମାନେ ମଡେଲଭାବେ ଗ୍ରହଣ କରୁଛନ୍ତି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ ମିଲେଟ୍‌‌ କାଫେ, ମିଲେଟ୍‌‌ ଟିଫିନ୍‌‌ ସେଣ୍ଟର ଆଦି ମାଧ୍ୟମରେ ମିଲେଟ୍‌‌ର ପ୍ରଚାରପ୍ରସାର କରାଯାଉଛି। ଓଡ଼ିଶା ମିଲେଟ୍‌‌ ମିଶନ ପକ୍ଷରୁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ମିଶନ୍‌‌ ଶକ୍ତି ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ମୂଲ୍ୟଯୁକ୍ତ ଉଦ୍ୟୋଗକୁ ପ୍ରୋତ୍ସାହିତ କରାଯାଉଛି। ଏହାସହିତ ଏହି ଲଘୁ କ୍ଷୁଦ୍ର ଖାଦ୍ୟ ଶସ୍ୟ(ମିଲେଟ୍‌‌)କୁ ପ୍ରୋସେସିଂ କରାଯାଇ ପ୍ୟାକେଜିଂ ମଧ୍ୟ କରୁଛନ୍ତି। ଏହାବ୍ୟତିତ ମିଲେଟ୍‌‌ର ପ୍ରୋସେସିଂ ପରେ ସେଥିରୁ ମାଣ୍ଡିଆ ପାଉଡର, ମାଣ୍ଡିଆ ଆରିଷା, ଏଣ୍ଡୁରୀ, କାକରା, ମାଣ୍ଡିଆ ଲଡ଼ୁ, ମିକ୍ସର, ପିଠା, ମୁଡ଼୍‌‌କି ଆଦି ଭଳି ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଏହାସହିତ ଏସ୍‌‌ଏଚ୍‌‌ଜି ମହିଳାମାନଙ୍କ ସହାୟତାରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଏହାର ପ୍ରଚାରପ୍ରସାର କରାଯାଉଛି। ଏସମ୍ପର୍କରେ ଶକ୍ତିମୟୀର ସମ୍ପାଦିକା ପଦ୍ମାଳୟା ମହାନ୍ତି କହିଛନ୍ତି, ମିଶନ୍‌‌ ଶକ୍ତି ମାଧ୍ୟମରେ ଆମେ ବିଦେଶ ଯାଇ ଖାଦ୍ୟ ପ୍ରଦର୍ଶନୀ କରିବୁ। ମିଲେଟ୍‌‌ରୁ ବିଭିନ୍ନ ଖାଦ୍ୟ ସାମଗ୍ରୀକୁ ସାଙ୍ଗରେ ନେଇଯିବୁ। ଯାହା ଆମ ପାଇଁ ପ୍ରଥମ ସୁଯୋଗ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମିଲେଟ୍‌‌ର ପ୍ରଚାରପ୍ରସାର ଓ ଖାଦ୍ୟ ଥାଳିରେ ଲଘୁ କ୍ଷୁଦ୍ରଶସ୍ୟର ପୁନରୁଦ୍ଧାର ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ଓଡ଼ିଶା ମିଲେଟ୍‌‌ ମିଶନ୍‌‌’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ କୃଷି ବିଭାଗ ଦ୍ୱାରା ରାଜ୍ୟର ୧୯ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହୋଇଛି। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ମିଲେଟ୍‌‌ ଉତ୍ପାଦନ ତଥା ବ୍ୟବହାର ପାଇଁ ପ୍ରଚାର ପ୍ରସାର କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। କୃଷି ଓଡ଼ିଶାରେ ମିଲେଟ୍‌‌ ଏବେ ‘ମାସ୍କଟ’ଭାବେ ପରିଚିତ। ଏହାସହିତ ଭାରତ ସରକାର ମିଲେଟ୍‌‌ର ପ୍ରୋତ୍ସାହନ ପାଇଁ ଓଡ଼ିଶା ମଡେଲ୍‌‌କୁ ଆପଣାଇବା ପାଇଁ ଅନ୍ୟ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି। ଏହି ମିଲେଟ୍‌‌ ମିଶନ୍‌‌ ମାଧ୍ୟମରେ ଗ୍ରାମୀଣ ତଥା ସହରାଞ୍ଚଳର ମହିଳା ରୋଜଗାରକ୍ଷମ ହୋଇପାରିଛନ୍ତି। କେବଳ ସେତିକି ନୁହେଁ; ମାଣ୍ଡିଆର ବ୍ୟବହାର ବଢ଼଼଼଼ାଇବା ପାଇଁ କୃଷି ବିଭାଗ ଅଧିନରେ ଓଡ଼ିଶା ମିଲେଟ୍‌‌ ମିଶନ୍‌‌ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି।

13 Oct 2022 By The Sakala

https://www.thesakala.in/latest-odisha-news/odisha-millet-and-various-types-of-food-items-prepared-from-it-will-be-exhibited-in-paris/article-15695
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର