ଚିନ୍ତାରେ ୪୫ରୁ ଊର୍ଦ୍ଧ୍ବ ବୟସ୍କ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାରେ କୋଭିସିଲ୍ଡ ଟିକାର ଅଭାବ ଆହୁରି ଉତ୍କଟ ହୋଇଛି। ଟିକା ନ ଥିବାରୁ ଦ୍ୱିତୀୟ ଡ଼ୋଜ ପାଇଁ ଯୋଗ୍ୟ ବିବେଚିତ ଲକ୍ଷଲକ୍ଷ ଲୋକ ଟିକା ନେଇପାରୁ ନାହାନ୍ତି। ଗୁରୁବାର ୧୨ ଜିଲ୍ଲାରେ ଟିକାକରଣ ବନ୍ଦ ରଖାଯାଇ ଥିବା ବେଳେ ଶୁକ୍ରବାର ବୌଦ୍ଧ, ଝାରସୁଗୁଡ଼ା, କୋରାପୁଟ, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ଟିକାଦାନ ବନ୍ଦ ରଖାଯାଇଛି। ଆଗରୁ ହାତରେ ଦେଢ଼ ଦୁଇ ଲକ୍ଷ ଟିକା ଥିବା ବେଳେ କରୋନା ଜର୍ଜରିତ ପଶ୍ଚିମ ଓଡ଼ିଶାରେ ଟିକାଦାନକୁ ପ୍ରାଧାନ୍ୟ ଦିଆଯାଉ […]

ଭୁବନେଶ୍ୱର: ଓଡ଼ିଶାରେ କୋଭିସିଲ୍ଡ ଟିକାର ଅଭାବ ଆହୁରି ଉତ୍କଟ ହୋଇଛି। ଟିକା ନ ଥିବାରୁ ଦ୍ୱିତୀୟ ଡ଼ୋଜ ପାଇଁ ଯୋଗ୍ୟ ବିବେଚିତ ଲକ୍ଷଲକ୍ଷ ଲୋକ ଟିକା ନେଇପାରୁ ନାହାନ୍ତି। ଗୁରୁବାର ୧୨ ଜିଲ୍ଲାରେ ଟିକାକରଣ ବନ୍ଦ ରଖାଯାଇ ଥିବା ବେଳେ ଶୁକ୍ରବାର ବୌଦ୍ଧ, ଝାରସୁଗୁଡ଼ା, କୋରାପୁଟ, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ଟିକାଦାନ ବନ୍ଦ ରଖାଯାଇଛି। ଆଗରୁ ହାତରେ ଦେଢ଼ ଦୁଇ ଲକ୍ଷ ଟିକା ଥିବା ବେଳେ କରୋନା ଜର୍ଜରିତ ପଶ୍ଚିମ ଓଡ଼ିଶାରେ ଟିକାଦାନକୁ ପ୍ରାଧାନ୍ୟ ଦିଆଯାଉ ଥିଲା। ଏବେ କିନ୍ତୁ ପଶ୍ଚିମ ଓଡ଼ିଶାରେ ବି ଟିକାକରଣ ବାଧାପ୍ରାପ୍ତ ହେଲାଣି। ଆଜି ସଂଧ୍ୟା ସୁଦ୍ଧା ମାତ୍ର ୧.୧ ଲକ୍ଷ ଡୋଜ୍‍ କୋଭିଶିଲ୍ଡ ମହଯୁଦ ଅଛି। ସେହିପରି ଭୁବନେଶ୍ୱରରେ ଦିଆଯାଉଥିବା କୋଭାକ୍ସିନ୍‍ ପରିମାଣ ହେଉଛି ୩,୩୪,୫୦୦ ଡୋଜ୍‍।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗୁରୁବାର ୩୦୦ରୁ ଅଧିକ କେନ୍ଦ୍ରରେ ଟିକାଦାନ ଲକ୍ଷ୍ୟ ଥିବା ବେଳେ ସେଥିରୁ ୨୮୮ କେନ୍ଦ୍ରରେ ଟିକା ଦିଆଯାଇଛି। ଆଜି ମାତ୍ର ୨୭,୬୦୨ ଲୋକଙ୍କୁ ଟିକା ଦିଆଯାଇଛି। ଏଥିରୁ କୋଭାକ୍ସିନ୍‍ ଦିଆଯାଉଥିବା ଭୁବନେଶ୍ୱରର ୬୧ କେନ୍ଦ୍ର ସାମିଲ ଅଛି। ଆଜି ସୁଦ୍ଧା ୫୭୭୬୩୭୧ ଡୋଜ୍‍ ଟିକା ଦିଆଗଲାଣି। ପୂର୍ବରୁ ଟିକା ଅଭାବ ଯୋଗୁଁ ପ୍ରାୟତଃ ୮୦% କେନ୍ଦ୍ରରେ ଟିକାଦାନ ବନ୍ଦ ରଖାଯାଉଥିଲା।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ଏବେ ସବୁ କେନ୍ଦ୍ରରେ ତାଲା ଝୁଲିବା ପରିସ୍ଥିତି ଆସିଲାଣି। ୧ ତାରିଖରୁ ୧୮ ବର୍ଷରୁ ଅଧିକ ନାଗରିକଙ୍କ ଟିକାକରଣ ଆରମ୍ଭ ହେବା ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଏବେ ୪୫ ବର୍ଷରୁ ଅଧିକ ହିତାଧିକାରୀଙ୍କ ଟିକାକରଣ ବନ୍ଦ ହେବାକୁ ବସିଛି। ବର୍ଦ୍ଧିତ ସଂକ୍ରମଣ ଭିତରେ ଟିକାର ଅଭାବ ପରିସ୍ଥିତିକୁ ଅଧିକ ଜଟିଳ କରିଛି।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ଗତକାଲି ରାଜ୍ୟକୁ ୯୦ ହଜାର ଡୋଜ୍‍ କୋଭିଶିଲ୍ଡ ମିଳିଥିଲା। ଆଜି ସକାଳ ସୁଦ୍ଧା ସବୁ ଡୋଜ୍‍ ଜିଲ୍ଲାମାନଙ୍କୁ ପଠାଇ ଦିଆଯାଇଛି। ତେଣୁ ଅଧିକ ଡୋଜ୍‍ ନ ମିଳିଲେ ଅଧିକ ହିତାଧିକାରୀ ଟିକା ନେବାରୁ ବଞ୍ଚିତ ହେବେ। ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ୧୮ରୁ ୪୪ ବର୍ଷ ମଧ୍ୟରେ ନାଗରିକ ପଞ୍ଜିକରଣ କରିଛନ୍ତି। କିନ୍ତୁ ଟିକା ଆସିନଥିବାରୁ ସ୍ଲଟ୍‍ ବୁକିଂ ହୋଇପାରୁ ନାହିଁ। ଟିକା ଆସିବା ପରେ ଯାଇ ପଞ୍ଜିୃକତ ଲୋକଙ୍କୁ ଆପଏମେଣ୍ଟ ମିଳିବ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର