ଓଡ଼ିଶାକୁ ବଇରି ପଡ଼ିଶା ହାତୀ, ଅମଳ ବେଳେ ସୀମାନ୍ତ ଜିଲ୍ଲାରେ ଉପଦ୍ରବ…

The Sakala Picture
Published On

ଭୁବନେଶ୍ୱର: ପଡେ଼ାଶୀଙ୍କ ପାଇଁ ଦହଗଞ୍ଜ ହେଉଛି ଓଡ଼ିଶା। କିଏ ସୀମା ମାଡ଼ି ଗଲାଣି, କିଏ ପାଣି ବନ୍ଦ କଲାଣି । କିଏ ଆଳୁ ବନ୍ଦ କରୁଛି, କିଏ ପୁଣି ଅଣ୍ଡା-କୁକୁଡ଼ା ବାରଣ କରୁଛି। ଏତିକି ବେଳକୁ ପଡେ଼ାଶୀ ରାଜ୍ୟର ହାତୀ ବି ଓଡ଼ିଶାରେ ଅଦଉତି କରୁଛନ୍ତି। ପଶ୍ଚିମବଙ୍ଗ ଓ ଝାରଖଣ୍ଡୀ ହାତୀପଲ ଓଡ଼ିଶାର ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର ସହ ଅନୁଗୋଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଧାନ କ୍ଷେତକୁ ଛିନଛତ୍ର କରି ଦେଉଛନ୍ତି। ରାଜ୍ୟରେ ବର୍ତ୍ତମାନ ଖରିଫ ଧାନ […]

ଭୁବନେଶ୍ୱର: ପଡେ଼ାଶୀଙ୍କ ପାଇଁ ଦହଗଞ୍ଜ ହେଉଛି ଓଡ଼ିଶା। କିଏ ସୀମା ମାଡ଼ି ଗଲାଣି, କିଏ ପାଣି ବନ୍ଦ କଲାଣି । କିଏ ଆଳୁ ବନ୍ଦ କରୁଛି, କିଏ ପୁଣି ଅଣ୍ଡା-କୁକୁଡ଼ା ବାରଣ କରୁଛି। ଏତିକି ବେଳକୁ ପଡେ଼ାଶୀ ରାଜ୍ୟର ହାତୀ ବି ଓଡ଼ିଶାରେ ଅଦଉତି କରୁଛନ୍ତି। ପଶ୍ଚିମବଙ୍ଗ ଓ ଝାରଖଣ୍ଡୀ ହାତୀପଲ ଓଡ଼ିଶାର ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର ସହ ଅନୁଗୋଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଧାନ କ୍ଷେତକୁ ଛିନଛତ୍ର କରି ଦେଉଛନ୍ତି। ରାଜ୍ୟରେ ବର୍ତ୍ତମାନ ଖରିଫ ଧାନ ଅମଳ ସମୟ। ପାଚିଲା ଧାନ କିଆରିରେ ହାତୀ ପଲ ପଶି କ୍ଷେତ ଉଜାଡ଼ୁଛନ୍ତି। ମୟୂରଭଞ୍ଜର ବେତନଟୀରେ ୧୦ ଦିନ ଧରି ହାତୀ ଉପଦ୍ରବ ଜାରି ରହିଥିବାରୁ ସ୍ଥାନୀୟ ଲୋକଙ୍କ ବର୍ଷକ ଆହାର ଉଜୁଡ଼ି ଯାଇଛି। ଏହା ବ୍ୟତୀତ ବଣୁଆ ହାତୀଙ୍କ ହିଂସ୍ର ଆଚରଣ ଯୋଗୁଁ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ପ୍ରତିବର୍ଷ ମୁଖ୍ୟତଃ ଏହି ସମୟରେ ଓଡ଼ିଶାକୁ ପଡେ଼ାଶୀ ରାଜ୍ୟକୁ ହାତୀପଲ ପ୍ରବେଶ କରୁଛନ୍ତି। ୨୦୨୩-୨୪ ରାଜ୍ୟରେ ପଡେ଼ାଶୀ ରାଜ୍ୟର ହାତୀ ପଲର ଉପଦ୍ରବ ଯୋଗୁଁ ୧୨୦୬୭ ଏକର ଚାଷ ଜମିର ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୦୨୨-୨୩ରେ ୧୨୫୮୯ ଓ ୨୦୨୧-୨୨ରେ ୧୩୬୩୦ ଏକର ଚାଷ ଜମି ପ୍ରଭାବିତ ହୋଇଛି। ରାଜ୍ୟ ବନ ବିଭାଗ ପକ୍ଷରୁ ଯଦିଓ ଏଥିପାଇଁ କ୍ଷତିପୂରଣର ବ୍ୟବସ୍ଥା ରହିଛି, ମାତ୍ର ତାହା ପର୍ଯ୍ୟାପ୍ତ ହେଉନାହିଁ। ଅନ୍ୟପକ୍ଷରେ ସାଧାରଣ ଲୋକଙ୍କ ଆଗରେ ସେମାନଙ୍କ କଷ୍ଟ ଅର୍ଜିତ ଫସଲ ନଷ୍ଟ ହୋଇଯାଉଥିବାରୁ ଏହାକୁ ସେମାନେ ସହ୍ୟ କରିପାରୁ ନାହାନ୍ତି। ଅନେକ ସ୍ଥାନରେ ହାତୀଙ୍କୁ ଘଉଡ଼ାଇବାକୁ ଯାଇ ଚାଷୀଙ୍କର ପ୍ରାଣ ମଧ୍ୟ ଯାଉଛି। କେବଳ ଧାନ ଫସଲ ନୁହେଁ;ଅନେକ ସ୍ଥାନରେ ରବି ଫସଲ ମଧ୍ୟ ହାତୀଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହେଉଛି। ଫସଲ କ୍ଷେତ୍ରରେ ହାତୀ ୧୦ ପ୍ରତିଶତ ଶସ୍ୟ ଖାଉଥିବା ବେଳେ ଦଳାଚକଟି୯୦% ଫସଲ ନଷ୍ଟ କରୁଛନ୍ତି । ଏହାସହିତ ଅନେକ ସ୍ଥାନରେ ହାତୀପଲ ଘରଦ୍ୱାର ବି ଭାଙ୍ଗୁଥିବା ନଜରକୁ ଆସୁଛି। ପ୍ରତି ବର୍ଷ ଏହି ସମୟ ଆସିଲେ ହାତୀଙ୍କ ଉପଦ୍ରବ ବଢ଼ୁଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ପ୍ରତିକାର ହୋଇପାରୁ ନାହିଁ। ରାଜ୍ୟରେ ହାତୀଙ୍କ ସୁରକ୍ଷା ଓ ହାତୀଙ୍କ ଦାଉରୁ ଧନଜୀବନ ସୁରକ୍ଷା ପାଇଁ ଗଜବନ୍ଧୁ, ଗଜସାଥୀ ଭଳି ଯୋଜନା ରହିଛି। ଏଥିରେ ସ୍ଥାନୀୟ ଯୁବକମାନଙ୍କୁ ଯୋଡ଼ି ହାତୀ ଓ ଧନଜୀବନ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ହେଲେ ଫସଲ ଅମଳ ସମୟରେ ଏସବୁର ନିଷ୍ଫଳ ରହୁଥିବା ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଏ ସମ୍ପର୍କରେ ‘ସେଭ୍‌ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟ’ର ଟ୍ରଷ୍ଟି ଜିତଶତ୍ରୁ ମହାନ୍ତି କହିଛନ୍ତି ଯେ ଏହି ସମୟରେ ମୁଖ୍ୟତଃ ପଡେ଼ାଶୀ ରାଜ୍ୟରୁ ଓଡ଼ିଶାକୁ ଅଧିକ ହାତୀ ଆସୁଛନ୍ତି। ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ଲୋକେ ହାତୀଙ୍କୁ ନିଆଁହୁଳା ଦେଖାଇବା ସହ ହାତୀଙ୍କ ଉପରକୁ ଫିଙ୍ଗୁଥିବାରୁ ସେମାନେ ଓଡ଼ିଶା ମୁହାଁ ହେଉଛନ୍ତି। ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ନେଇ ପୂର୍ବ-କେନ୍ଦ୍ରୀୟ ଲ୍ୟାଣ୍ଡସ୍କେପ୍‌ ଗଠନ କରାଯାଇଛି। ଏହି ୩ ଟି ରାଜ୍ୟରେ ହାତୀମାନେ ବିଭିନ୍ନ ଅଞ୍ଚଳକୁ ଚଳପ୍ରଚଳ କରିଥାନ୍ତି। ତେବେ ଫସଲ ନଷ୍ଟ ହେବା ଏକ ଚିନ୍ତାର ବିଷୟ। ଏଥିପାଇଁ ହାତୀଙ୍କ ଯୋଗୁଁ ଜଙ୍ଗଲ ଭିତରେ ପ୍ରଚୁର ପରିମାଣରେ ଖାଦ୍ୟ ଉପଲବ୍ଧ କରାଇବା ଉଚିତ। ଜଙ୍ଗଲରେ ସଠିକ୍‌ ଖାଦ୍ୟ ରହିଲେ ହାତୀମାନେ ବିଭିନ୍ନ ରାଜ୍ୟକୁ ଚଳପ୍ରଚଳ ହେଲେ ମଧ୍ୟ ସେମାନେ ଜଙ୍ଗଲ ଭିତରେ ରହିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ସେହିପରି ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ କହିଛନ୍ତି ଯେ ହାତୀଙ୍କ ଚଳପ୍ରଚଳରେ କୌଣସି ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ। ପଡେ଼ାଶୀ ରାଜ୍ୟରୁ ଓଡ଼ିଶାକୁ ହାତୀ ଆସିଥାନ୍ତି, ଓଡ଼ିଶାରେ ରହୁଥିବା ହାତୀମାନେ ମଧ୍ୟ ଅନ୍ୟ ରାଜ୍ୟକୁ ଯାଇଥାନ୍ତି। ତେଣୁ ଲୋକେ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ଶ୍ରୀ ନନ୍ଦ କହିଛନ୍ତି।

12 Nov 2024 By The Sakala

ଓଡ଼ିଶାକୁ ବଇରି ପଡ଼ିଶା ହାତୀ, ଅମଳ ବେଳେ ସୀମାନ୍ତ ଜିଲ୍ଲାରେ ଉପଦ୍ରବ…

ଭୁବନେଶ୍ୱର: ପଡେ଼ାଶୀଙ୍କ ପାଇଁ ଦହଗଞ୍ଜ ହେଉଛି ଓଡ଼ିଶା। କିଏ ସୀମା ମାଡ଼ି ଗଲାଣି, କିଏ ପାଣି ବନ୍ଦ କଲାଣି । କିଏ ଆଳୁ ବନ୍ଦ କରୁଛି, କିଏ ପୁଣି ଅଣ୍ଡା-କୁକୁଡ଼ା ବାରଣ କରୁଛି। ଏତିକି ବେଳକୁ ପଡେ଼ାଶୀ ରାଜ୍ୟର ହାତୀ ବି ଓଡ଼ିଶାରେ ଅଦଉତି କରୁଛନ୍ତି। ପଶ୍ଚିମବଙ୍ଗ ଓ ଝାରଖଣ୍ଡୀ ହାତୀପଲ ଓଡ଼ିଶାର ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର ସହ ଅନୁଗୋଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଧାନ କ୍ଷେତକୁ ଛିନଛତ୍ର କରି ଦେଉଛନ୍ତି। ରାଜ୍ୟରେ ବର୍ତ୍ତମାନ ଖରିଫ ଧାନ ଅମଳ ସମୟ। ପାଚିଲା ଧାନ କିଆରିରେ ହାତୀ ପଲ ପଶି କ୍ଷେତ ଉଜାଡ଼ୁଛନ୍ତି। ମୟୂରଭଞ୍ଜର ବେତନଟୀରେ ୧୦ ଦିନ ଧରି ହାତୀ ଉପଦ୍ରବ ଜାରି ରହିଥିବାରୁ ସ୍ଥାନୀୟ ଲୋକଙ୍କ ବର୍ଷକ ଆହାର ଉଜୁଡ଼ି ଯାଇଛି। ଏହା ବ୍ୟତୀତ ବଣୁଆ ହାତୀଙ୍କ ହିଂସ୍ର ଆଚରଣ ଯୋଗୁଁ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି।

ପ୍ରତିବର୍ଷ ମୁଖ୍ୟତଃ ଏହି ସମୟରେ ଓଡ଼ିଶାକୁ ପଡେ଼ାଶୀ ରାଜ୍ୟକୁ ହାତୀପଲ ପ୍ରବେଶ କରୁଛନ୍ତି। ୨୦୨୩-୨୪ ରାଜ୍ୟରେ ପଡେ଼ାଶୀ ରାଜ୍ୟର ହାତୀ ପଲର ଉପଦ୍ରବ ଯୋଗୁଁ ୧୨୦୬୭ ଏକର ଚାଷ ଜମିର ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୦୨୨-୨୩ରେ ୧୨୫୮୯ ଓ ୨୦୨୧-୨୨ରେ ୧୩୬୩୦ ଏକର ଚାଷ ଜମି ପ୍ରଭାବିତ ହୋଇଛି। ରାଜ୍ୟ ବନ ବିଭାଗ ପକ୍ଷରୁ ଯଦିଓ ଏଥିପାଇଁ କ୍ଷତିପୂରଣର ବ୍ୟବସ୍ଥା ରହିଛି, ମାତ୍ର ତାହା ପର୍ଯ୍ୟାପ୍ତ ହେଉନାହିଁ। ଅନ୍ୟପକ୍ଷରେ ସାଧାରଣ ଲୋକଙ୍କ ଆଗରେ ସେମାନଙ୍କ କଷ୍ଟ ଅର୍ଜିତ ଫସଲ ନଷ୍ଟ ହୋଇଯାଉଥିବାରୁ ଏହାକୁ ସେମାନେ ସହ୍ୟ କରିପାରୁ ନାହାନ୍ତି। ଅନେକ ସ୍ଥାନରେ ହାତୀଙ୍କୁ ଘଉଡ଼ାଇବାକୁ ଯାଇ ଚାଷୀଙ୍କର ପ୍ରାଣ ମଧ୍ୟ ଯାଉଛି। କେବଳ ଧାନ ଫସଲ ନୁହେଁ;ଅନେକ ସ୍ଥାନରେ ରବି ଫସଲ ମଧ୍ୟ ହାତୀଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହେଉଛି। ଫସଲ କ୍ଷେତ୍ରରେ ହାତୀ ୧୦ ପ୍ରତିଶତ ଶସ୍ୟ ଖାଉଥିବା ବେଳେ ଦଳାଚକଟି୯୦% ଫସଲ ନଷ୍ଟ କରୁଛନ୍ତି । ଏହାସହିତ ଅନେକ ସ୍ଥାନରେ ହାତୀପଲ ଘରଦ୍ୱାର ବି ଭାଙ୍ଗୁଥିବା ନଜରକୁ ଆସୁଛି। ପ୍ରତି ବର୍ଷ ଏହି ସମୟ ଆସିଲେ ହାତୀଙ୍କ ଉପଦ୍ରବ ବଢ଼ୁଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ପ୍ରତିକାର ହୋଇପାରୁ ନାହିଁ। ରାଜ୍ୟରେ ହାତୀଙ୍କ ସୁରକ୍ଷା ଓ ହାତୀଙ୍କ ଦାଉରୁ ଧନଜୀବନ ସୁରକ୍ଷା ପାଇଁ ଗଜବନ୍ଧୁ, ଗଜସାଥୀ ଭଳି ଯୋଜନା ରହିଛି। ଏଥିରେ ସ୍ଥାନୀୟ ଯୁବକମାନଙ୍କୁ ଯୋଡ଼ି ହାତୀ ଓ ଧନଜୀବନ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ହେଲେ ଫସଲ ଅମଳ ସମୟରେ ଏସବୁର ନିଷ୍ଫଳ ରହୁଥିବା ଦେଖିବାକୁ ମିଳୁଛି।

ଏ ସମ୍ପର୍କରେ ‘ସେଭ୍‌ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟ’ର ଟ୍ରଷ୍ଟି ଜିତଶତ୍ରୁ ମହାନ୍ତି କହିଛନ୍ତି ଯେ ଏହି ସମୟରେ ମୁଖ୍ୟତଃ ପଡେ଼ାଶୀ ରାଜ୍ୟରୁ ଓଡ଼ିଶାକୁ ଅଧିକ ହାତୀ ଆସୁଛନ୍ତି। ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ଲୋକେ ହାତୀଙ୍କୁ ନିଆଁହୁଳା ଦେଖାଇବା ସହ ହାତୀଙ୍କ ଉପରକୁ ଫିଙ୍ଗୁଥିବାରୁ ସେମାନେ ଓଡ଼ିଶା ମୁହାଁ ହେଉଛନ୍ତି। ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ନେଇ ପୂର୍ବ-କେନ୍ଦ୍ରୀୟ ଲ୍ୟାଣ୍ଡସ୍କେପ୍‌ ଗଠନ କରାଯାଇଛି। ଏହି ୩ ଟି ରାଜ୍ୟରେ ହାତୀମାନେ ବିଭିନ୍ନ ଅଞ୍ଚଳକୁ ଚଳପ୍ରଚଳ କରିଥାନ୍ତି। ତେବେ ଫସଲ ନଷ୍ଟ ହେବା ଏକ ଚିନ୍ତାର ବିଷୟ। ଏଥିପାଇଁ ହାତୀଙ୍କ ଯୋଗୁଁ ଜଙ୍ଗଲ ଭିତରେ ପ୍ରଚୁର ପରିମାଣରେ ଖାଦ୍ୟ ଉପଲବ୍ଧ କରାଇବା ଉଚିତ। ଜଙ୍ଗଲରେ ସଠିକ୍‌ ଖାଦ୍ୟ ରହିଲେ ହାତୀମାନେ ବିଭିନ୍ନ ରାଜ୍ୟକୁ ଚଳପ୍ରଚଳ ହେଲେ ମଧ୍ୟ ସେମାନେ ଜଙ୍ଗଲ ଭିତରେ ରହିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସେହିପରି ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ କହିଛନ୍ତି ଯେ ହାତୀଙ୍କ ଚଳପ୍ରଚଳରେ କୌଣସି ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ। ପଡେ଼ାଶୀ ରାଜ୍ୟରୁ ଓଡ଼ିଶାକୁ ହାତୀ ଆସିଥାନ୍ତି, ଓଡ଼ିଶାରେ ରହୁଥିବା ହାତୀମାନେ ମଧ୍ୟ ଅନ୍ୟ ରାଜ୍ୟକୁ ଯାଇଥାନ୍ତି। ତେଣୁ ଲୋକେ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ଶ୍ରୀ ନନ୍ଦ କହିଛନ୍ତି।

https://www.thesakala.in/latest-odisha-news/odisha-is-suffering-from-neighboring-elephants/article-36512
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର