SIR ପାଇଁ ଓଡ଼ିଶା ପୁରା ପ୍ରସ୍ତୁତ, ଆଉ ୭ ହଜାର ବୁଥ ବୃଦ୍ଧି କରାଯାଇଛି: ଅତିରିକ୍ତ ରାଜ୍ୟ ନିର୍ବାଚନ ଅଧିକାରୀ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ବଢିଲା ବୁଥ ସଂଖ୍ୟା । SIR ପୂର୍ବରୁ ବୁଥ ସଂଖ୍ୟା ବୃଦ୍ଧି କରାଯାଇଛି । ଆଉ ୭ ହଜାର ବୁଥ ବୃଦ୍ଧି କରାଯାଇଛି । ପୂର୍ବରୁ ୩୬ ହଜାର ବୁଥ ଥିବା ବେଳେ ଏବେ ପ୍ରାୟ ୪୩ ହଜାର ବୁଥ କରାଯାଇଛି । SIR ପାଇଁ ଓଡ଼ିଶା ପ୍ରସ୍ତୁତ ବୋଲି କହିଛନ୍ତି ଓଡ଼ିଶା ଅତିରିକ୍ତ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ ମିଶ୍ର । ସେ କହିଛନ୍ତି କି, ଓଡିଶାରେ SIR ଲାଗୁ ପାଇଁ ପ୍ରସ୍ତୁତି ୫ ମାସ ଧରି ଚାଲିଛି । ଗୋଟିଏ ବୁଥରେ 1200ରୁ ଉର୍ଦ୍ଧ ଭୋଟର କିମ୍ବା ତାଠାରୁ କମ ଭୋଟର ରହିବେ । ଏନେଇ ସମସ୍ତ ପ୍ରୋସେସ ସରିଛି । ରାଜ୍ୟରେ ପ୍ରାୟ ୪୩ ହଜାର ବୁଥ ସୃଷ୍ଟି ହୋଇଛି । ସବୁ ବୁଥରେ ୧୨୦୦ କିମ୍ବା ତାଠାରୁ କମ୍ ଭୋଟର ରହିବେ । ସବୁ ବୁଥରେ ବୁଥ ଲେବୁଲ ଅଧିକାରୀ ନିଯୁକ୍ତ କରାଯାଇଛି ।  2002 ମସିହାରେ ଶେଷ ଥର ପାଇଁ ଓଡିଶାରେ SIR ହୋଇଥିଲା । 2002 ରୁଲରେ ଯେଉଁମାନଙ୍କ ନାମ ଥିଲା 2025 ରୁଲରେ ନାମ ଥିଲେ ଆଉ ସଂଶୋଧିତ ଦରକାର ନାହିଁ । ସେଥିରେ ସେମାନଙ୍କ ପୁଅ ଝିଅଙ୍କ ନାମ ଯୋଡ଼ାଯିବ । 2025 ଏବଂ 2002 ଡାଟା ଇଣ୍ଟିଗ୍ରେଟ ହୋଇସାରିଛି । 70 ପ୍ରତିଶତ ମ୍ୟାପିଙ୍ଗ ସରିଛି । ଯେଉଁ ଭୋଟର ମାନେ ମ୍ୟାପିଙ୍ଗରେ ମିଳିବେ ନାହିଁ ସେମାନଙ୍କୁ ଆଉ କୌଣସି ଡକୁମେଣ୍ଟ ଦେବାକୁ ପଡିବ ।

ଆହୁରି ପଢ଼ନ୍ତୁ: ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା, ଆହୁରି ୩ ଦିନ କଲବଲ କରିବ ଜାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp