ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ଦେଶରେ ଚତୁର୍ଥ; ଉନ୍ନତ ପ୍ରଜାତିର ମାଛଚାଷରେ ଉଲ୍ଲେଖନୀୟ ଅଭିବୃଦ୍ଧି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ମାଛ ଚାଷର ବିପୁଳ ସମ୍ଭାବନାକୁ ଉପଯୋଗ କରି ମାଛ ଉତ୍ପାଦନ ବୃଦ୍ଧି କରାଯାଇପାରିଛି। ଦୁଇ ଦଶନ୍ଧିରେ ମାଛ ଉତ୍ପାଦନ ୨.୬୦ ଲକ୍ଷ ମେଟ୍ରିକ୍‍ ଟନ୍‍ରୁ ବୃଦ୍ଧି ପାଇ ୨୦୨୧-୨୨ରେ ୯.୯୧ ଲକ୍ଷ ମେଟ୍ରିକ୍‍ ଟନ୍‍ ରେ ପହଞ୍ଚିଛି ଏବଂ ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଛି। ରାଜ୍ୟ ସରକାରଙ୍କ ଦ୍ୱାରା ମତ୍ସ୍ୟଚାଷ ଅନୁକୂଳ ନୀତି ପ୍ରଣୟନ, ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର, ଉନ୍ନତ ପ୍ରଜାତିର ମାଛଚାଷ ଓ ମତ୍ସ୍ୟଖାଦ୍ୟ ପ୍ରୟୋଗ ଫଳରେ […]

ଭୁବନେଶ୍ୱର: ରାଜ୍ୟରେ ମାଛ ଚାଷର ବିପୁଳ ସମ୍ଭାବନାକୁ ଉପଯୋଗ କରି ମାଛ ଉତ୍ପାଦନ ବୃଦ୍ଧି କରାଯାଇପାରିଛି। ଦୁଇ ଦଶନ୍ଧିରେ ମାଛ ଉତ୍ପାଦନ ୨.୬୦ ଲକ୍ଷ ମେଟ୍ରିକ୍‍ ଟନ୍‍ରୁ ବୃଦ୍ଧି ପାଇ ୨୦୨୧-୨୨ରେ ୯.୯୧ ଲକ୍ଷ ମେଟ୍ରିକ୍‍ ଟନ୍‍ ରେ ପହଞ୍ଚିଛି ଏବଂ ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଛି। ରାଜ୍ୟ ସରକାରଙ୍କ ଦ୍ୱାରା ମତ୍ସ୍ୟଚାଷ ଅନୁକୂଳ ନୀତି ପ୍ରଣୟନ, ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର, ଉନ୍ନତ ପ୍ରଜାତିର ମାଛଚାଷ ଓ ମତ୍ସ୍ୟଖାଦ୍ୟ ପ୍ରୟୋଗ ଫଳରେ ମାଛ ଚାଷରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଆସୋଚାମ ଦ୍ୱାରା ଆୟୋଜିତ ଭାରତର ମାଛଚାଷ ଓ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣର ସୁଦୃଢ଼ୀକରଣ ଶୀର୍ଷକ ଏକ ୱେବିନାରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ୨୦୦୦-୦୧ରେ ରାଜ୍ୟରେ ୧୦୪୬ କୋଟି ଟଙ୍କା ମୂଲ୍ୟର ମାଛ ଉତ୍ପାଦନ ହୋଇଥିବା ବେଳେ ୨୦୨୦-୨୧ ବର୍ଷରେ ଏହା ପ୍ରାୟ ଦଶଗୁଣ ବୃଦ୍ଧି ପାଇ ୧୦,୮୧୫ କୋଟି ଟଙ୍କାରେ ପହଞ୍ଚିଛି। ରାଜ୍ୟର ମୋଟ ମୂଲ୍ୟ ଯୋଗଦାନରେ ମତ୍ସ୍ୟ କ୍ଷେତ୍ରର ଅବଦାନ ୨.୪ ପ୍ରତିଶତ ହୋଇପାରିଛି। ଲୁଣିପାଣି ଚିଙ୍ଗୁଡି ଚାଷରେ ମଧ୍ୟ ମତ୍ସ୍ୟ ଉତ୍ପାଦନ ପ୍ରାୟ ୬ ଗୁଣ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ରାଜ୍ୟର ୪୮୦ କିଲୋମିଟର ଦୀର୍ଘ ସାମୁଦ୍ରିକ ଉପକୂଳର ଉପଯୁକ୍ତ ବିନିଯୋଗ ଯୋଗୁଁ ବିଗତ ୨୦ ବର୍ଷରେ ରାଜ୍ୟର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ୨୦୦୦-୦୧ରେ ୩୭୯ କୋଟି ଟଙ୍କାରୁ ବାରଗୁଣ ବୃଦ୍ଧି ପାଇ ୨୦୨୧-୨୨ରେ ୪୫୨୬ କୋଟି ଟଙ୍କାରେ ପହଞ୍ଚିଛି। ରାଜ୍ୟର ମୋଟ ରପ୍ତାନୀ ଆୟର ୫.୯୦ % ସାମୁଦ୍ରିକ ଖାଦ୍ୟ ରପ୍ତାନୀରୁ ଆସିଥାଏ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ମତ୍ସ୍ୟ ବିଭାଗ ୱାର୍ଲ୍ଡ ଫିସ୍‍ର ବୈଷୟିକ ସହାୟତାରେ ଓଡ଼ିଶା ମତ୍ସ୍ୟ ଚାଷ ମାଷ୍ଟର ପ୍ଲାନ୍‍ ୨୦୩୦ ପ୍ରସ୍ତୁତ କରିଛି। ଯେଉଁଥିରେ ୨୦୩୦ ସୁଦ୍ଧା ରାଜ୍ୟରେ ମୋଟ ୨୨ ଲକ୍ଷ ମେଟ୍ରିକ୍‍ ଟନ୍‍ ମତ୍ସ୍ୟ ଉତ୍ପାଦନ ଓ ସାମୁଦ୍ରିକ ଖାଦ୍ୟ ରପ୍ତାନୀ ୨୦,୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହିତ ଅଧିକ ରୋଜଗାର ସୃଷ୍ଟି କରିବା ଏବଂ ରାଜ୍ୟବାସୀଙ୍କୁ ପୁଷ୍ଟିକର ମାଛ ଯୋଗାଇଦେବା ଓ ଅଧିକ ବୈଦେଶିକ ମୁଦ୍ରା ଅର୍ଜନ କରିବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ଏବଂ ଭୁବନେଶ୍ୱର ଉପକଣ୍ଠ ଡେରାସ୍‍ଠାରେ ଏକ ବିଶ୍ୱସ୍ତରୀୟ ସି-ଫୁଡ ପାର୍କ ପ୍ରତିଷ୍ଠା କରିଛନ୍ତି। ରାଜ୍ୟରେ ଶିଳ୍ପାୟନର ଅନୁକୂଳ ବାତାବରଣ ଓ ପୁଞ୍ଜିନିବେଶକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିବା ବେଳେ ଅଧିକରୁ ଅଧିକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ଦିଗରେ ଆଗେଇ ଆସିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆହ୍ୱାନ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଅଗ୍ନିଶମ କେନ୍ଦ୍ରରେ ହାଇଡ୍ରାମା: ବରିଷ୍ଠ ଅଧିକାରୀଙ୍କ ନିର୍ଯାତନା ଅଭିଯୋଗ କରି ଛାତ ଉପରକୁ ଚଢ଼ିଲେ କର୍ମଚାରୀ

ଆୟୋଜିତ କାର୍ଯ୍ୟକ୍ରମରେ ଆସୋଚାମ୍‍ର ବରିଷ୍ଠ ନିର୍ଦ୍ଦେଶକ ପରମିନ୍ଦର କୌର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଭାରତ ସରକାରଙ୍କ ସାମୁଦ୍ରିକ ମତ୍ସ୍ୟ ବିଭାଗର ଯୁଗ୍ମ ସଚିବ ଡ ଜେ ବାଲାଜୀ, ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ ସୁବର୍ଣ୍ଣା ଚନ୍ଦ୍ରପ୍ପାଗିରି, ଗୋଆର ମତ୍ସ୍ୟ ନିର୍ଦ୍ଦେଶକ ଡ ଶର୍ମିଳା ମେଣ୍ଟେରିଓ, ଓଡ଼ିଶା ସାମୁଦ୍ରିକ ଖାଦ୍ୟ ରପ୍ତାନୀକାରୀ ସଂଘର ସଭାପତି ଡ କମଳେଶ ମିଶ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର