କ୍ରୀଡ଼ା କ୍ଷେତ୍ରରେ ଆଉ ଏକ ପାହାଚ ଅତିକ୍ରମ କରିବାକୁ ଯାଉଛି ଓଡ଼ିଶା, ରାଜଧାନୀରେ ଦେଖିବାକୁ ମିଳିବ ଟେନିସ ଟକ୍କର

The Sakala Picture
Published On

ଭୁବନେଶ୍ବର: ପୁଣି କମ୍ପିବ କଳିଙ୍ଗ, ଝୁମିବେ ଦର୍ଶକ। ଏଥର କେବଳ ହକି କିମ୍ବା ଫୁଟବଲ ନୁହେଁ ରଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିବ ଟେନିସର ଟକ୍କର। ବିଶ୍ୱର ବଛା ବଛା ଟେନିସ ତାରକାଙ୍କ ମେଳି ଦେଖିବାକୁ ମିଳିବ ଭୁବନେଶ୍ୱରରେ। ହକି ଷ୍ଟାଡିୟମ ଓ ଆଥଲେଟିକ ଷ୍ଟାଡ଼ିୟମ ପରି କଳିଙ୍ଗ ଷ୍ଟାଡ଼ିୟମ ପରିସରର ନିର୍ମିତ ହୋଇଛି ବିଶ୍ୱସ୍ତରୀୟ ଟେନିସ ଷ୍ଟାଡ଼ିୟମ ବା ସେଣ୍ଟର କୋର୍ଟ। ଡେଭିସ କପ ଷ୍ଟାଣ୍ଡାର୍ଡରେ ଏହି ଷ୍ଟାଡ଼ିୟମକୁ ନିର୍ମାଣ କରାଯାଇଛି। ଏହିଷ୍ଟାଡ଼ିୟମର ନିର୍ମାଣ ସମ୍ପୂର୍ଣ୍ଣ ଭାବେ […]

ଭୁବନେଶ୍ବର: ପୁଣି କମ୍ପିବ କଳିଙ୍ଗ, ଝୁମିବେ ଦର୍ଶକ। ଏଥର କେବଳ ହକି କିମ୍ବା ଫୁଟବଲ ନୁହେଁ ରଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିବ ଟେନିସର ଟକ୍କର। ବିଶ୍ୱର ବଛା ବଛା ଟେନିସ ତାରକାଙ୍କ ମେଳି ଦେଖିବାକୁ ମିଳିବ ଭୁବନେଶ୍ୱରରେ। ହକି ଷ୍ଟାଡିୟମ ଓ ଆଥଲେଟିକ ଷ୍ଟାଡ଼ିୟମ ପରି କଳିଙ୍ଗ ଷ୍ଟାଡ଼ିୟମ ପରିସରର ନିର୍ମିତ ହୋଇଛି ବିଶ୍ୱସ୍ତରୀୟ ଟେନିସ ଷ୍ଟାଡ଼ିୟମ ବା ସେଣ୍ଟର କୋର୍ଟ। ଡେଭିସ କପ ଷ୍ଟାଣ୍ଡାର୍ଡରେ ଏହି ଷ୍ଟାଡ଼ିୟମକୁ ନିର୍ମାଣ କରାଯାଇଛି। ଏହିଷ୍ଟାଡ଼ିୟମର ନିର୍ମାଣ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଥିବା ବେଳେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏହି ବିଶ୍ୱସ୍ତରୀୟ ଟେନିସ ଷ୍ଟାଡ଼ିୟମକୁ ଉଦଘାଟନ କରିବେ। ଏହି ଷ୍ଟାଡ଼ିୟମରେ ଏକାସାଙ୍ଗରେ ୧୨ଶହରୁ ଅଧିକ ଦର୍ଶକ ବିସି ମ୍ୟାଚ୍ ଦେଖିବାର ସୁବିଧା କରାଯାଇଛି। ଏହାସହ ଷ୍ଟାଡ଼ିୟମ ପରିସରରେ ବିଶ୍ୱସ୍ତରୀୟ କନଫରେନ୍ସ ରୁମ. ବ୍ରଡକାଷ୍ଟ ରୁମ, ମିଡିଆ ସେଣ୍ଟର, ଡ୍ରେସିଂ ରୁମ ଅନ୍ତର୍ଭୁକ୍ତ । ଏହି ନୂଆ ଷ୍ଟାଡ଼ିୟମ ସହ ଅନ୍ୟ ୧୦ଟି ଟେନିସ କୋର୍ଟ ମଧ୍ୟ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ପୂର୍ବରୁ ରହିଛି, ଯେଉଁଠି ୬ଟି ସିଂଥେଟିକ କୋର୍ଟ ଓ ୪ଟି କ୍ଲେ କୋର୍ଟ ମଧ୍ୟ ରହିଛି। ବଡ଼ ବଡ଼ ପ୍ରତିଯୋଗିତା ଖେଳାଗଲେ ଖେଳାଳିମାନେ ସେଣ୍ଟର କୋର୍ଟରେ ମ୍ୟାଚ ଖେଳିବା ସହ ଅନ୍ୟ କୋର୍ଟରେ ଅଭ୍ୟାସ କରିବାର ସୁବିଧା ରହିଛି । ଏ ନେଇ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ସେପଟେ ଏହି ନବନିର୍ମିତ ନୂଆ ଟେନିସ ଷ୍ଟାଡ଼ିୟମ ବା ସେଣ୍ଟର କୋର୍ଟରେ ଖେଳାଯିବ ଏସିଆନ୍ ଟେନିସ ଚାମ୍ପିୟନସିପ। ଆସନ୍ତା ଏପ୍ରିଲ ମାସ ପ୍ରଥମ ସପ୍ତାହରେ ଏହି ପ୍ରତିଯୋଗିତା ଖେଳାଯିବ। ଏଥିପାଇଁ ଅଅନ୍ତର୍ଜାତୀୟ ଟେନିସ ଫେଡରେସନରୁ ଗ୍ରୀନ ସଗିନାଲ ମିଳିସାରିଛି। ଏହି ପ୍ରତିଯୋଗିତାରେ ଏସିଆର ୧୫ଟି ଦେଶ ଅଶଂଗ୍ରହଣ କରିବେ । ଜୁନିୟର ସ୍ତରରେ ଏହି ପ୍ରତିଯୋଗିତା ଖେଳାଯିବ । ତେବେ ଏଥିରେ ଭାରତ ତଥା ଓଡ଼ିଶାର କିଛି ଖେଳାଳିଙ୍କୁ ଅଶଂଗ୍ରହଣ କରିବାକୁ ସୁଯୋଗ ମିଳିବ ବୋଲି କହିଛନ୍ତି ଓଡ଼ିଶା ଟେନିସ ଆସୋସିଏସନର ସଭାପତି ଅସିତ ତ୍ରିପାଠୀ । ଫଳରେ ଓଡ଼ିଶା ଖେଳାଳିଙ୍କୁ ଏକ ବିଶ୍ୱସ୍ତରୀୟ ପ୍ଲଟଫର୍ମ ମିଳିବା ସହ ଅନ୍ତର୍ଜାତୀୟ ରାଙ୍କି ବଢିବ ବୋଲି ସେ କହିଛନ୍ତି। (ଫାଭିଓ) ଜୁନିୟର ଲେବୁଲରେ ଅଧିକ ଫୋକସ, ସେଥିରେ ଗେମର ବିକାଶ ହେବ । ବିଶ୍ୱସ୍ତରୀୟ ଭିତ୍ତିଭୂମୀ ସାଙ୍ଗକୁ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ସାରା ବିଶ୍ୱରେ ଏକ ନୂଆ ପରିଚୟ ସୃଷ୍ଟି କରିଥିବା ଓଡ଼ିଶା ଏବେ କ୍ରୀଡ଼ା କ୍ଷେତ୍ରରେ ଏବେ ଆଉ ଏକ ପାହାଚ ଅତିକ୍ରମ କରିବାକୁ ଯାଉଛି

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର