ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଆଗାମୀ ୬ ମାସ ପାଇଁ  ଏସ୍‌ମା ଲାଗୁ କଲେ ରାଜ୍ୟ ସରକାର

The Sakala Picture
Published On

ଭୁବନେଶ୍ବର: ରାଜ୍ୟ ସରକାର ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଆଗାମୀ ୬ ମାସ ପାଇଁ  ଏସେନସିଆଲ୍ ସର୍ଭିସେସ୍ ମେଣ୍ଟେନାନ୍ସ ଆକ୍ଟ (ଏସ୍‌ମା) ଲାଗୁ କରିଛନ୍ତି। ଏନେଇ ବୁଧବାର ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏସ୍‌ମା ଲାଗୁ ହୋଇଯିବା ପରେ ସରକାରୀ ସ୍ଵାସ୍ଥ୍ୟସେବାରେ ନିୟୋଜିତ କୌଣସି ସରକାରୀ କର୍ମଚାରୀ ଆନ୍ଦୋଳନ କିମ୍ବା ଧର୍ମଘଟ କରିପାରିବେ ନାହିଁ । ନର୍ସ, ପାରାମେଡିକାଲ କର୍ମଚାରୀ ଓ ଟେକ୍ନିସିଆନଙ୍କ ପାଇଁ ଏହି ଆଇନ କଡାକଡି ପାଳନ କରାଯିବ। ସେହିପରି ରାଜ୍ୟ ସରକାରଙ୍କ ୩ୟ […]

ଭୁବନେଶ୍ବର: ରାଜ୍ୟ ସରକାର ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଆଗାମୀ ୬ ମାସ ପାଇଁ  ଏସେନସିଆଲ୍ ସର୍ଭିସେସ୍ ମେଣ୍ଟେନାନ୍ସ ଆକ୍ଟ (ଏସ୍‌ମା) ଲାଗୁ କରିଛନ୍ତି। ଏନେଇ ବୁଧବାର ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏସ୍‌ମା ଲାଗୁ ହୋଇଯିବା ପରେ ସରକାରୀ ସ୍ଵାସ୍ଥ୍ୟସେବାରେ ନିୟୋଜିତ କୌଣସି ସରକାରୀ କର୍ମଚାରୀ ଆନ୍ଦୋଳନ କିମ୍ବା ଧର୍ମଘଟ କରିପାରିବେ ନାହିଁ । ନର୍ସ, ପାରାମେଡିକାଲ କର୍ମଚାରୀ ଓ ଟେକ୍ନିସିଆନଙ୍କ ପାଇଁ ଏହି ଆଇନ କଡାକଡି ପାଳନ କରାଯିବ। ସେହିପରି ରାଜ୍ୟ ସରକାରଙ୍କ ୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ସହ ଚୁକ୍ତିଭିତ୍ତିକଙ୍କ ପାଇଁ ମଧ୍ୟ ଏସ୍‌ମା ଲାଗୁ ହୋଇଛି। ରାଜ୍ୟ ସରକାର ଏହି ଆଇନ ଆଜିଠାରୁ ଆଗାମୀ ୬ ମାସ ପାଇଁ ଲାଗୁ କରିଛନ୍ତି। ଫଳରେ ସରକାରୀ ଅନୁଦାନପ୍ରାପ୍ତ ସ୍ଵାସ୍ଥ୍ୟ ପ୍ରତିଷ୍ଠାନ ପାଇଁ ମଧ୍ୟ ଏହା ଲାଗୁ ହୋଇଛି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର