କର୍କଟ କବଳରେ ଓଡ଼ିଶା: ଚାରି ବର୍ଷରେ ୨ ଲକ୍ଷରୁ ଅଧିକ ରୋଗୀ; ପ୍ରାଣ ହରାଇଲେଣି ୧.୧୧ ଲକ୍ଷ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ବଢ଼଼ୁଛି କର୍କଟ ରୋଗୀଙ୍କ ସଂଖ୍ୟା। ପ୍ରତିବର୍ଷ ଏହି ସଂଖ୍ୟା ବଢ଼଼ିବାରେ ଲାଗିଛି। ଏପରିକି ଦେଶର କର୍କଟ ରାଜଧାନୀ କୁହାଯାଉଥିବା ପଞ୍ଜାବକୁ ଓଡ଼ିଶା ଅତିକ୍ରମ କରିଛି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ ୨୦୧୮ ମସିହାରେ ୪୮,୪୯୧ ଜଣ କର୍କଟ ରୋଗୀ ଚିହ୍ନଟ ହୋଇଥିଲେ। ତେବେ ୨୦୧୯ରେ ରୋଗୀ ସଂଖ୍ୟା ୪୯,୬୦୪କୁ ବୃଦ୍ଧି ପାଇଥିବା ବେଳେ ୨୦୨୦ରେ ୫୦,୬୯୨ ରୋଗୀ ଚିହ୍ନଟ ହୋଇଥିଲେ। ୨୦୨୧ରେ ପ୍ରାଥମିକ ଆକଳନ ଅନୁସାରେ କର୍କଟ ରୋଗୀ […]

ଭୁବନେଶ୍ୱର: ରାଜ୍ୟରେ ବଢ଼଼ୁଛି କର୍କଟ ରୋଗୀଙ୍କ ସଂଖ୍ୟା। ପ୍ରତିବର୍ଷ ଏହି ସଂଖ୍ୟା ବଢ଼଼ିବାରେ ଲାଗିଛି। ଏପରିକି ଦେଶର କର୍କଟ ରାଜଧାନୀ କୁହାଯାଉଥିବା ପଞ୍ଜାବକୁ ଓଡ଼ିଶା ଅତିକ୍ରମ କରିଛି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ ୨୦୧୮ ମସିହାରେ ୪୮,୪୯୧ ଜଣ କର୍କଟ ରୋଗୀ ଚିହ୍ନଟ ହୋଇଥିଲେ। ତେବେ ୨୦୧୯ରେ ରୋଗୀ ସଂଖ୍ୟା ୪୯,୬୦୪କୁ ବୃଦ୍ଧି ପାଇଥିବା ବେଳେ ୨୦୨୦ରେ ୫୦,୬୯୨ ରୋଗୀ ଚିହ୍ନଟ ହୋଇଥିଲେ। ୨୦୨୧ରେ ପ୍ରାଥମିକ ଆକଳନ ଅନୁସାରେ କର୍କଟ ରୋଗୀ ସଂଖ୍ୟା ୫୨ ହଜାରରୁ ଅଧିକ ରହିଛି ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସଂକ୍ରମିତଙ୍କ ସଂଖ୍ୟାର ପ୍ରାୟ ୫୦% ରୋଗୀ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି। ୨୦୧୮ରେ ୨୬,୮୧୦ ଜଣ ରୋଗୀ ପ୍ରାଣ ହରାଇଥିବା ବେଳେ ୨୦୧୯ରେ ୨୭,୪୨୭ ଏବଂ ୨୦୨୦ରେ ୨୮,୨୦୪ ଜଣ ପ୍ରାଣ ହରାଇଛନ୍ତି। ଗତବର୍ଷ ୨୯୫୦୦ ରୋଗୀ ପ୍ରାଣ ହରାଇଥିବା ପ୍ରାଥମିକ ଭାବରେ ଆକଳନ କରାଯାଇଛି। ୨୦୧୮-୨୦ ମଧ୍ୟରେ ସମଗ୍ର ଦେଶରେ ୪୦,୭୫,୮୨୬ ଜଣ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି ଆଉ ୨୨,୫୪,୮୮୬ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଏହି ସମୟ ମଧ୍ୟରେ ଓଡ଼ିଶାରେ ୮୨,୨୬୧ ଜଣ କର୍କଟ ରୋଗୀ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶରେ ପ୍ରତିବର୍ଷ ଲକ୍ଷାଧିକ ରୋଗୀ ଚିହ୍ନଟ ହେଉଛନ୍ତି ଆଉ ଏହାର ପ୍ରାୟ ୫୦ରୁ ୬୦ ପ୍ରତିଶତ ରୋଗୀ ପ୍ରାଣ ହରାଉଛନ୍ତି। ଅପରପକ୍ଷେ ୨୦୧୮ରେ ପଞ୍ଜାବରେ ୩୬,୮୮୮ ରୋଗୀ ଚିହ୍ନଟ ହୋଇଥିବାବେଳେ , ୨୦୧୯ ମସିହାରେ ୩୭,୭୪୪ ଏବଂ ୨୦୨୦ ମସିହାରେ ୩୮,୬୩୬ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ତିନି ବର୍ଷ ମଧ୍ୟରେ ବର୍ଷକୁ ପ୍ରାୟ ୨୧ରୁ ୨୨ ହଜାର ରୋଗୀ ପ୍ରାଣ ହରାଇଛନ୍ତି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କର୍କଟ ରୋଗୀଙ୍କ ଚିହ୍ନଟ ପାଇଁ ବିଭିନ୍ନ ରାଜ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୯ଟି ଜନସଂଖ୍ୟା ଆଧାରିତ କର୍କଟ ପଞ୍ଜୀକରଣ କେନ୍ଦ୍ର ଖୋଲାଯାଇଛି; କିନ୍ତୁ ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁରୂପ ଗୋଟିଏ ବି କର୍କଟ ପଞ୍ଜୀକରଣ କେନ୍ଦ୍ର ଖୋଲାଯାଇ ନାହିଁ। ଫଳରେ ରୋଗୀ ଚିହ୍ନଟ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। ନିୟମ ଅନୁସାରେ ପ୍ରତି ୮୦ ହଜାରରୁ ୨ ଲକ୍ଷ ଜନସଂଖ୍ୟା ପାଇଁ ଗୋଟିଏ ଲେଖାଏଁ ରେଡିଓଥେରାପି ୟୁନିଟ ଆବଶ୍ୟକ। ମାତ୍ର ଓଡ଼ିଶାରେ ଏହାର ଅଭାବ ରହିଛି। କର୍କଟ ବିଶେଷଜ୍ଞ, କର୍କଟ ଡାକ୍ତରଖାନା, ରେଡିଓଥେରାପି ଉପକରଣ ଏବଂ ରେଡିଓଥେରାପିଷ୍ଟ, ସର୍ଜିକାଲ ଓଟି, ଆଇସିୟୁ, କେମୋଥେରାପି ଡେ’ କେୟାର ବ୍ୟବସ୍ଥାରେ ଆହୁରି ଉନ୍ନତି ଆସିବା ବାକି ଅଛି। ଅନେକ ରୋଗୀ ଅନ୍ୟ ରାଜ୍ୟରୁ ଚିକିତ୍ସା ପାଇଁ ଓଡ଼ିଶା ଆସୁଥିବା ବେଳେ ଏଠାରୁ ଅନେକ ରୋଗୀ ଚିକିତ୍ସା ପାଇଁ ମୁମ୍ବଇ, ଚେନ୍ନାଇ, ବିଶାଖାପାଟଣା ଯାଉଥିବା ଦେଖାଯାଇଛି। ବିଶେଷକରି ଠିକ୍‍ ସମୟରେ କର୍କଟ ଚିହ୍ନଟ କରିବା ବେଶ୍‍ କଷ୍ଟସାଧ୍ୟ ବ୍ୟାପାର ହୋଇଛି। ରୋଗ ଜଣାପଡ଼ିବା ବେଳକୁ ବହୁ ବିଳମ୍ବ ହୋଇଯାଉଛି। ଏ ନେଇ ଭିତ୍ତିଭୂମି ସହିତ ଜନ ସଚେତନତାର ଘୋର ଅଭାବ ରହିଥିବା ଅଭିଯୋଗ ହେଉଛି। ରାଜ୍ୟରେ ସ୍ତନକର୍କଟ, ଖାଦ୍ୟନଳୀ, ଗର୍ଭାଶୟ, ରକ୍ତ ଓ ଚର୍ମ କର୍କଟ ରୋଗୀଙ୍କ ସଂଖ୍ୟା ଢ଼େର ଅଧିକ ରହୁଥିବା ଜଣାପଡ଼ିଛି। ୨୦୧୭ରୁ ପ୍ରତି ଜିଲ୍ଲାରେ କେମୋଥେରାପି ୟୁନିଟ୍‍ କାର୍ଯ୍ୟକ୍ଷମ କରାଯାଇଛି; କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର ଏବଂ ମେଡିକାଲ କଲେଜ ମଧ୍ୟରେ ସମନ୍ୱୟ ଅଭାବରୁ କେମୋ ଥେରାପି ପାଇଁ ରୋଗୀ କଟକ ଦୌଡ଼ୁଛନ୍ତି। ଜିଲ୍ଳାସ୍ତରରେ କେମୋ ଦିଆଯିବା ସତ୍ତ୍ବେ ନିଦାନ ବ୍ୟବସ୍ଥା ନଥିବାରୁ ଯୋଜନାର ସୁଫଳ ରୋଗୀଙ୍କ ନିକଟରେ ପହଞ୍ଚି ପାରୁ ନାହିଁ। କଟକରେ ରୋଗୀ ଭିଡ଼ ହେତୁ ଘରୋଇ ଚିକିତ୍ସା ସଂସ୍ଥାନ ଏହାର ଫାଇଦା ଉଠାଉଥିବା ଅଭିଯୋଗ ହେଉଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, କର୍କଟ ରୋଗ ନିରୂପଣ ଏବଂ ଚିକିତ୍ସା ହେଉଛି ସମୟସାପେକ୍ଷ ଏବଂ ବ୍ୟୟବହୁଳ ପ୍ରକ୍ରିୟା। ପ୍ରତ୍ୟେକ ମେଡିକାଲ କଲେଜରେ ନିଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ରୋଗ ଚିହ୍ନଟ ହେବା ପରେ ରୋଗୀଙ୍କୁ କେତେ ପରିମାଣର ଏବଂ କେବେ କେମୋ ଥେରାପି ଦିଆଯିବ ତାହା ମେଡିକାଲ କଲେଜ ଅବା ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ ସ୍ଥିର କରାଯାଉଛି। ଏହା ପରେ ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କୁ କେମୋ ଦିଆଯିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

22 Feb 2022 By The Sakala

କର୍କଟ କବଳରେ ଓଡ଼ିଶା: ଚାରି ବର୍ଷରେ ୨ ଲକ୍ଷରୁ ଅଧିକ ରୋଗୀ; ପ୍ରାଣ ହରାଇଲେଣି ୧.୧୧ ଲକ୍ଷ

ଭୁବନେଶ୍ୱର: ରାଜ୍ୟରେ ବଢ଼଼ୁଛି କର୍କଟ ରୋଗୀଙ୍କ ସଂଖ୍ୟା। ପ୍ରତିବର୍ଷ ଏହି ସଂଖ୍ୟା ବଢ଼଼ିବାରେ ଲାଗିଛି। ଏପରିକି ଦେଶର କର୍କଟ ରାଜଧାନୀ କୁହାଯାଉଥିବା ପଞ୍ଜାବକୁ ଓଡ଼ିଶା ଅତିକ୍ରମ କରିଛି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ ୨୦୧୮ ମସିହାରେ ୪୮,୪୯୧ ଜଣ କର୍କଟ ରୋଗୀ ଚିହ୍ନଟ ହୋଇଥିଲେ। ତେବେ ୨୦୧୯ରେ ରୋଗୀ ସଂଖ୍ୟା ୪୯,୬୦୪କୁ ବୃଦ୍ଧି ପାଇଥିବା ବେଳେ ୨୦୨୦ରେ ୫୦,୬୯୨ ରୋଗୀ ଚିହ୍ନଟ ହୋଇଥିଲେ। ୨୦୨୧ରେ ପ୍ରାଥମିକ ଆକଳନ ଅନୁସାରେ କର୍କଟ ରୋଗୀ ସଂଖ୍ୟା ୫୨ ହଜାରରୁ ଅଧିକ ରହିଛି ବୋଲି କୁହାଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସଂକ୍ରମିତଙ୍କ ସଂଖ୍ୟାର ପ୍ରାୟ ୫୦% ରୋଗୀ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି। ୨୦୧୮ରେ ୨୬,୮୧୦ ଜଣ ରୋଗୀ ପ୍ରାଣ ହରାଇଥିବା ବେଳେ ୨୦୧୯ରେ ୨୭,୪୨୭ ଏବଂ ୨୦୨୦ରେ ୨୮,୨୦୪ ଜଣ ପ୍ରାଣ ହରାଇଛନ୍ତି। ଗତବର୍ଷ ୨୯୫୦୦ ରୋଗୀ ପ୍ରାଣ ହରାଇଥିବା ପ୍ରାଥମିକ ଭାବରେ ଆକଳନ କରାଯାଇଛି। ୨୦୧୮-୨୦ ମଧ୍ୟରେ ସମଗ୍ର ଦେଶରେ ୪୦,୭୫,୮୨୬ ଜଣ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି ଆଉ ୨୨,୫୪,୮୮୬ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଏହି ସମୟ ମଧ୍ୟରେ ଓଡ଼ିଶାରେ ୮୨,୨୬୧ ଜଣ କର୍କଟ ରୋଗୀ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶରେ ପ୍ରତିବର୍ଷ ଲକ୍ଷାଧିକ ରୋଗୀ ଚିହ୍ନଟ ହେଉଛନ୍ତି ଆଉ ଏହାର ପ୍ରାୟ ୫୦ରୁ ୬୦ ପ୍ରତିଶତ ରୋଗୀ ପ୍ରାଣ ହରାଉଛନ୍ତି। ଅପରପକ୍ଷେ ୨୦୧୮ରେ ପଞ୍ଜାବରେ ୩୬,୮୮୮ ରୋଗୀ ଚିହ୍ନଟ ହୋଇଥିବାବେଳେ , ୨୦୧୯ ମସିହାରେ ୩୭,୭୪୪ ଏବଂ ୨୦୨୦ ମସିହାରେ ୩୮,୬୩୬ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ତିନି ବର୍ଷ ମଧ୍ୟରେ ବର୍ଷକୁ ପ୍ରାୟ ୨୧ରୁ ୨୨ ହଜାର ରୋଗୀ ପ୍ରାଣ ହରାଇଛନ୍ତି।

କର୍କଟ ରୋଗୀଙ୍କ ଚିହ୍ନଟ ପାଇଁ ବିଭିନ୍ନ ରାଜ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୯ଟି ଜନସଂଖ୍ୟା ଆଧାରିତ କର୍କଟ ପଞ୍ଜୀକରଣ କେନ୍ଦ୍ର ଖୋଲାଯାଇଛି; କିନ୍ତୁ ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁରୂପ ଗୋଟିଏ ବି କର୍କଟ ପଞ୍ଜୀକରଣ କେନ୍ଦ୍ର ଖୋଲାଯାଇ ନାହିଁ। ଫଳରେ ରୋଗୀ ଚିହ୍ନଟ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। ନିୟମ ଅନୁସାରେ ପ୍ରତି ୮୦ ହଜାରରୁ ୨ ଲକ୍ଷ ଜନସଂଖ୍ୟା ପାଇଁ ଗୋଟିଏ ଲେଖାଏଁ ରେଡିଓଥେରାପି ୟୁନିଟ ଆବଶ୍ୟକ। ମାତ୍ର ଓଡ଼ିଶାରେ ଏହାର ଅଭାବ ରହିଛି। କର୍କଟ ବିଶେଷଜ୍ଞ, କର୍କଟ ଡାକ୍ତରଖାନା, ରେଡିଓଥେରାପି ଉପକରଣ ଏବଂ ରେଡିଓଥେରାପିଷ୍ଟ, ସର୍ଜିକାଲ ଓଟି, ଆଇସିୟୁ, କେମୋଥେରାପି ଡେ’ କେୟାର ବ୍ୟବସ୍ଥାରେ ଆହୁରି ଉନ୍ନତି ଆସିବା ବାକି ଅଛି। ଅନେକ ରୋଗୀ ଅନ୍ୟ ରାଜ୍ୟରୁ ଚିକିତ୍ସା ପାଇଁ ଓଡ଼ିଶା ଆସୁଥିବା ବେଳେ ଏଠାରୁ ଅନେକ ରୋଗୀ ଚିକିତ୍ସା ପାଇଁ ମୁମ୍ବଇ, ଚେନ୍ନାଇ, ବିଶାଖାପାଟଣା ଯାଉଥିବା ଦେଖାଯାଇଛି। ବିଶେଷକରି ଠିକ୍‍ ସମୟରେ କର୍କଟ ଚିହ୍ନଟ କରିବା ବେଶ୍‍ କଷ୍ଟସାଧ୍ୟ ବ୍ୟାପାର ହୋଇଛି। ରୋଗ ଜଣାପଡ଼ିବା ବେଳକୁ ବହୁ ବିଳମ୍ବ ହୋଇଯାଉଛି। ଏ ନେଇ ଭିତ୍ତିଭୂମି ସହିତ ଜନ ସଚେତନତାର ଘୋର ଅଭାବ ରହିଥିବା ଅଭିଯୋଗ ହେଉଛି। ରାଜ୍ୟରେ ସ୍ତନକର୍କଟ, ଖାଦ୍ୟନଳୀ, ଗର୍ଭାଶୟ, ରକ୍ତ ଓ ଚର୍ମ କର୍କଟ ରୋଗୀଙ୍କ ସଂଖ୍ୟା ଢ଼େର ଅଧିକ ରହୁଥିବା ଜଣାପଡ଼ିଛି। ୨୦୧୭ରୁ ପ୍ରତି ଜିଲ୍ଲାରେ କେମୋଥେରାପି ୟୁନିଟ୍‍ କାର୍ଯ୍ୟକ୍ଷମ କରାଯାଇଛି; କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର ଏବଂ ମେଡିକାଲ କଲେଜ ମଧ୍ୟରେ ସମନ୍ୱୟ ଅଭାବରୁ କେମୋ ଥେରାପି ପାଇଁ ରୋଗୀ କଟକ ଦୌଡ଼ୁଛନ୍ତି। ଜିଲ୍ଳାସ୍ତରରେ କେମୋ ଦିଆଯିବା ସତ୍ତ୍ବେ ନିଦାନ ବ୍ୟବସ୍ଥା ନଥିବାରୁ ଯୋଜନାର ସୁଫଳ ରୋଗୀଙ୍କ ନିକଟରେ ପହଞ୍ଚି ପାରୁ ନାହିଁ। କଟକରେ ରୋଗୀ ଭିଡ଼ ହେତୁ ଘରୋଇ ଚିକିତ୍ସା ସଂସ୍ଥାନ ଏହାର ଫାଇଦା ଉଠାଉଥିବା ଅଭିଯୋଗ ହେଉଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, କର୍କଟ ରୋଗ ନିରୂପଣ ଏବଂ ଚିକିତ୍ସା ହେଉଛି ସମୟସାପେକ୍ଷ ଏବଂ ବ୍ୟୟବହୁଳ ପ୍ରକ୍ରିୟା। ପ୍ରତ୍ୟେକ ମେଡିକାଲ କଲେଜରେ ନିଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ରୋଗ ଚିହ୍ନଟ ହେବା ପରେ ରୋଗୀଙ୍କୁ କେତେ ପରିମାଣର ଏବଂ କେବେ କେମୋ ଥେରାପି ଦିଆଯିବ ତାହା ମେଡିକାଲ କଲେଜ ଅବା ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ ସ୍ଥିର କରାଯାଉଛି। ଏହା ପରେ ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କୁ କେମୋ ଦିଆଯିବ ବୋଲି ସେ କହିଛନ୍ତି।

https://www.thesakala.in/latest-odisha-news/odisha-in-cancer-more-than-2-lakhs-patients-in-four-years-affected-1-point-11-lakh-people-lost-their-lives/article-9433
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର