ଅର୍ଜୁନ ପୁରସ୍କାର ପାଇଁ ଓଡ଼ିଶା ହକି ତାରକା ଦୀପଗ୍ରେସ ଏକ୍କାଙ୍କ ନାଁ ସୁପାରିଶ

The Sakala Picture
Published On

ଭୁବନେଶ୍ୱର: ଅର୍ଜୁନ ପୁରସ୍କାର ପାଇଁ ଓଡ଼ିଶାର ଆନ୍ତର୍ଜାତିକ ମହିଳା ହକି ତାରକା ଦୀପଗ୍ରେସ ଏକ୍କାଙ୍କ ନାମ ସୁପାରିଶ କରାଯାଇଛି । ଜାତୀୟ କ୍ରୀଡା ପୁରସ୍କାର ଚୟନ କମିଟି ଜାତୀୟ ମହିଳା ହକି ଦଳର ଅଭିଜ୍ଞ ଡିଫେଣ୍ଡର ଦୀପଗ୍ରେସ ଏକ୍କାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଛି । ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମିତ ଦୀପଗ୍ରେସ ଏକ୍କା ୨୦୧୧ ମସିହାରୁ ହକି ଖେଳିବା ଆରମ୍ଭ କରିଥିଲେ। ଭାରତର ଜୁନିଅର ଟିମରେ ସେ ପ୍ରଥମେ ସ୍ଥାନ ପାଇଥିଲେ । ଏ […]

ଭୁବନେଶ୍ୱର: ଅର୍ଜୁନ ପୁରସ୍କାର ପାଇଁ ଓଡ଼ିଶାର ଆନ୍ତର୍ଜାତିକ ମହିଳା ହକି ତାରକା ଦୀପଗ୍ରେସ ଏକ୍କାଙ୍କ ନାମ ସୁପାରିଶ କରାଯାଇଛି । ଜାତୀୟ କ୍ରୀଡା ପୁରସ୍କାର ଚୟନ କମିଟି ଜାତୀୟ ମହିଳା ହକି ଦଳର ଅଭିଜ୍ଞ ଡିଫେଣ୍ଡର ଦୀପଗ୍ରେସ ଏକ୍କାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଛି । ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମିତ ଦୀପଗ୍ରେସ ଏକ୍କା ୨୦୧୧ ମସିହାରୁ ହକି ଖେଳିବା ଆରମ୍ଭ କରିଥିଲେ। ଭାରତର ଜୁନିଅର ଟିମରେ ସେ ପ୍ରଥମେ ସ୍ଥାନ ପାଇଥିଲେ । ଏ ଯାଏଁ ଦୀପଗ୍ରେସ ୨୪୦ଟି ହକି ମ୍ୟାଚ ଖେଳିଛନ୍ତି। ଏ ବର୍ଷ ବର୍ମିଂହାମ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ବ୍ରୋଞ୍ଜ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ ଦୀପଗ୍ରେସ । ୨୦୧୪ ଓ ୨୦୧୮ ଏସୀୟ କ୍ରୀଡ଼ା ହକିରେ ପଦକ ଜିତିଥିବା ଭାରତୀୟ ଦଳରେ ବି ସେ ପ୍ରତିନିଧିତ୍ଵ କରିଥିଲେ । ୨୦୧୬ରେ ମହିଳା ଏସିଆନ ଚାମ୍ପିଅନସ ଟ୍ରଫି ଓ ୨୦୧୭ରେ ଏସିଆ କପ୍ ହକିରେ ଚାମ୍ପିଅନ ହୋଇଥିବା ଭାରତୀୟ ଦଳର ସଦସ୍ୟ ଥିଲେ ଦୀପଗ୍ରେସ । ଜାତୀୟ ସ୍ତରରେ ବର୍ତ୍ତମାନ ସେ ରେଳବାଇ ପକ୍ଷରୁ ପ୍ରତିନିଧିତ୍ବ କରୁଛନ୍ତି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଅଚନ୍ତ ଶରଥ କମଲ ପାଇବେ ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ । ସେହିପରି ଲକ୍ଷ୍ୟ ସେନ ଓ ଅଂଶୁ ମଲ୍ଲିକଙ୍କୁ ଅର୍ଜୁନ ପୁରସ୍କାର ପାଇବା ନେଇ ନାମ ଘୋଷମା ହୋଇଛି । ଏହି ସମସ୍ତ ନାଁ ସିଲେକ୍ସନ କମିଟି ଦ୍ୱାରା ଘୋଷଣା କରାଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

05 Nov 2022 By The Sakala

ଅର୍ଜୁନ ପୁରସ୍କାର ପାଇଁ ଓଡ଼ିଶା ହକି ତାରକା ଦୀପଗ୍ରେସ ଏକ୍କାଙ୍କ ନାଁ ସୁପାରିଶ

ଭୁବନେଶ୍ୱର: ଅର୍ଜୁନ ପୁରସ୍କାର ପାଇଁ ଓଡ଼ିଶାର ଆନ୍ତର୍ଜାତିକ ମହିଳା ହକି ତାରକା ଦୀପଗ୍ରେସ ଏକ୍କାଙ୍କ ନାମ ସୁପାରିଶ କରାଯାଇଛି । ଜାତୀୟ କ୍ରୀଡା ପୁରସ୍କାର ଚୟନ କମିଟି ଜାତୀୟ ମହିଳା ହକି ଦଳର ଅଭିଜ୍ଞ ଡିଫେଣ୍ଡର ଦୀପଗ୍ରେସ ଏକ୍କାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଛି । ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମିତ ଦୀପଗ୍ରେସ ଏକ୍କା ୨୦୧୧ ମସିହାରୁ ହକି ଖେଳିବା ଆରମ୍ଭ କରିଥିଲେ। ଭାରତର ଜୁନିଅର ଟିମରେ ସେ ପ୍ରଥମେ ସ୍ଥାନ ପାଇଥିଲେ । ଏ ଯାଏଁ ଦୀପଗ୍ରେସ ୨୪୦ଟି ହକି ମ୍ୟାଚ ଖେଳିଛନ୍ତି। ଏ ବର୍ଷ ବର୍ମିଂହାମ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ବ୍ରୋଞ୍ଜ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ ଦୀପଗ୍ରେସ । ୨୦୧୪ ଓ ୨୦୧୮ ଏସୀୟ କ୍ରୀଡ଼ା ହକିରେ ପଦକ ଜିତିଥିବା ଭାରତୀୟ ଦଳରେ ବି ସେ ପ୍ରତିନିଧିତ୍ଵ କରିଥିଲେ । ୨୦୧୬ରେ ମହିଳା ଏସିଆନ ଚାମ୍ପିଅନସ ଟ୍ରଫି ଓ ୨୦୧୭ରେ ଏସିଆ କପ୍ ହକିରେ ଚାମ୍ପିଅନ ହୋଇଥିବା ଭାରତୀୟ ଦଳର ସଦସ୍ୟ ଥିଲେ ଦୀପଗ୍ରେସ । ଜାତୀୟ ସ୍ତରରେ ବର୍ତ୍ତମାନ ସେ ରେଳବାଇ ପକ୍ଷରୁ ପ୍ରତିନିଧିତ୍ବ କରୁଛନ୍ତି।

ଅଚନ୍ତ ଶରଥ କମଲ ପାଇବେ ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ । ସେହିପରି ଲକ୍ଷ୍ୟ ସେନ ଓ ଅଂଶୁ ମଲ୍ଲିକଙ୍କୁ ଅର୍ଜୁନ ପୁରସ୍କାର ପାଇବା ନେଇ ନାମ ଘୋଷମା ହୋଇଛି । ଏହି ସମସ୍ତ ନାଁ ସିଲେକ୍ସନ କମିଟି ଦ୍ୱାରା ଘୋଷଣା କରାଯାଇଛି ।

https://www.thesakala.in/latest-odisha-news/odisha-hockey-star-deepgrace-ekkas-name-recommended-for-arjuna-award/article-16320
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର