ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର

The Sakala Picture
Published On

କଟକ: ଶପଥ ନେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର । ୩୩ ତମ ମୁଖ୍ୟ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲା। ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ନାମକୁ ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିସ କରିଥିଲେ। ୧୦ ଜୁନ୍ ୨୦୨୨ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଛନ୍ତି। ପୂର୍ବରୁ ତ୍ରିପୁରା ହାଇକୋର୍ଟରୁ ଜଷ୍ଟିସ ଶୁଭା‌ଶିଷ ତାଳପତ୍ର […]

କଟକ: ଶପଥ ନେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର । ୩୩ ତମ ମୁଖ୍ୟ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲା। ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ନାମକୁ ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିସ କରିଥିଲେ। ୧୦ ଜୁନ୍ ୨୦୨୨ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଛନ୍ତି।

ଆହୁରି ପଢ଼ନ୍ତୁ: ଯାଜପୁରର ଜଖପୁରା ଷ୍ଟେସନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ବଗି

ପୂର୍ବରୁ ତ୍ରିପୁରା ହାଇକୋର୍ଟରୁ ଜଷ୍ଟିସ ଶୁଭା‌ଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଛନ୍ତି। ଜଷ୍ଟିସ ଶୁଭାଶିଷ ତାଳପତ୍ର ୪ ଅକ୍ଟୋବର ୧୯୬୧ରେ ତ୍ରିପୁରାର ଉଦୟପୁରଠାରେ ଜନ୍ମଗ୍ରହଣ କରିଥିଲେ। କୋଲକାତା ୟୁନିଭର୍ସିଟିରେ ଆର୍ଟସ ଆଣ୍ଡ ଲ’ରେ ସ୍ନାତକ କଲା ପରେ ୧୨ ସେପ୍ଟେମ୍ବର ୧୯୯୦ରେ ଆସାମ, ନାଗାଲାଣ୍ଡ, ମେଗାଳୟ, ମଣିପୁର, ତ୍ରିପୁରା, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ବାର୍‌ କାଉନସିଲରେ ଦାୟିତ୍ବରେ ଥିଲେ।

ଆହୁରି ପଢ଼ନ୍ତୁ: 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ' ଯୋଜନା ଶୁଭାରମ୍ଭ, ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇଦେବେ ସରକାର

ଗୁଜୁରାଟ ହାଇକୋର୍ଟର ଅଗରତାଲା ବେଞ୍ଚରେ ତାଙ୍କ ଓକିଲାତିର ଅଭ୍ୟାସ କରିଛନ୍ତି ଜଷ୍ଟିସ ତାଳପାତ୍ର। ସିଭିଲ୍ ଓ କ୍ରିମିନାଲ ମ୍ୟାଟର ହ୍ୟାଣ୍ଡେଲ କରିଛନ୍ତି। ୨୧ ଡିସେମ୍ବର ୨୦୦୪ରେ ସିନିୟର ଆଇନଜୀବୀ ଭାବେ ପଦୋନ୍ନତି। ୨୦୧୧, ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ଶପଥଗ୍ରହଣ କରିଥିଲେ। ୨୦୧୩ ସେପ୍ଟେମ୍ବର ୧୩ରେ ସେ ତ୍ରିପୁରା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଦେଶର ୭ଟି ହାଇକୋର୍ଟ ମୁଖ୍ୟ ବିଚାରପତି ପାଇଁ କଲେଜିୟମ ସୁପାରିସ କରିଛନ୍ତି। ଆସନ୍ତା ଅଗଷ୍ଟ ୮ରେ ହାଇକୋର୍ଟ ମୁଖ୍ୟବିଚାରପତି ଏସ. ମୂରଲିଧର ଅବସର ନେବେ। ତାଙ୍କ ସ୍ଥାନରେ ଦାୟିତ୍ବ ନେବେ ଜଷ୍ଟିସ ତାଳପାତ୍ର।

ଆହୁରି ପଢ଼ନ୍ତୁ: ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା ! ଧାନ କିଆରୀରୁ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp