ରାଜ୍ୟରେ ଟିକାର ଅଭାବ : ଟିକା ଯୋଗାଇ ଦେବାକୁ ପୁଣିଥରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ଟିକା ଅଭାବ ନେଇ ପୁଣିଥରେ କେନ୍ଦ୍ର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ଓଡ଼ିଶାକୁ ସ୍ୱଳ୍ପ ଓ ଅନିୟମିତ ଭାବେ କୋଭିଡ୍‌-୧୯ ଟିକା ଯୋଗାଣ ହେତୁ ରାଜ୍ୟରେ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଆଜି ପର୍ଯ୍ୟନ୍ତ ରାଜ୍ୟ ମୋଟ ୪୬ ଲକ୍ଷ ୮ ହଜାର ୬୫୦ ଡୋଜ୍ ଟିକା ପାଇଥିବା ବେଳେ ସେଥି ମଧ୍ୟରୁ ୪୨ ଲକ୍ଷ ୭୧ ହଜାର ୮୭୦ ଡୋଜ୍ କୋଭିସିଲଡ଼ ହୋଇଥିବା […]

ଭୁବନେଶ୍ବର : ରାଜ୍ୟରେ ଟିକା ଅଭାବ ନେଇ ପୁଣିଥରେ କେନ୍ଦ୍ର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ଓଡ଼ିଶାକୁ ସ୍ୱଳ୍ପ ଓ ଅନିୟମିତ ଭାବେ କୋଭିଡ୍‌-୧୯ ଟିକା ଯୋଗାଣ ହେତୁ ରାଜ୍ୟରେ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଆଜି ପର୍ଯ୍ୟନ୍ତ ରାଜ୍ୟ ମୋଟ ୪୬ ଲକ୍ଷ ୮ ହଜାର ୬୫୦ ଡୋଜ୍ ଟିକା ପାଇଥିବା ବେଳେ ସେଥି ମଧ୍ୟରୁ ୪୨ ଲକ୍ଷ ୭୧ ହଜାର ୮୭୦ ଡୋଜ୍ କୋଭିସିଲଡ଼ ହୋଇଥିବା ବେଳେ ତା’ମଧ୍ୟରୁ ୩ ଲକ୍ଷ ୩୬ ହଜାର ୭୮୦ଡୋଜ୍ କୋଭାକ୍ସିନ୍ ଟିକା ରହିଛି । ବର୍ତ୍ତମାନ ରାଜ୍ୟର ଟିକାକରଣ ଉପକେନ୍ଦ୍ରଗୁଡ଼ିକରେ କୌଣସି ଟିକା ଉପଲବ୍ଧ ନଥିବାବେଳେ ମାତ୍ର ୧ ଲକ୍ଷ ୫୯ ହଜାର ୪୩୯ ଡୋଜ୍‌ କୋଭିସିଲଡ୍‌ ଏବଂ ୭୧ ହଜାର ୧୦ ଡୋଜ୍‌ କୋଭାକ୍ସିନ୍‌ ଟିକାର ବଣ୍ଟନ ପ୍ରକ୍ରିୟା ରାଜ୍ୟରେ ଚାଲୁ ରହିଛି। ରାଜ୍ୟରେ ଯେତିକି କୋଭିସିଲଡ୍‌ ଟିକା ରହିଛି ତାହା ଦ୍ୱାରା ମାତ୍ର ଦିନକର ଟିକାକରଣ କାର୍ଯ୍ୟ ସମ୍ଭବ ହୋଇପାରିବ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଅପ୍ରେଲ ମାସ ୩ ତାରିଖ ଗୋଟିଏ ଦିନରେ ରାଜ୍ୟରେ ୧୪୭୬ଟି ଟିକାକରଣ କେନ୍ଦ୍ରରେ ୨ ଲକ୍ଷ ୭୧ ହଜାର ୪୮୦ ଜଣ ହିତାଧିକାରୀ ଟିକା ନେଇଥିଲେ। ତା’ପରଠାରୁ ଟିକାର ଅଭାବ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଟିକା ଯୋଗାଣରେ ଅନିୟମିତତା ଯୋଗୁଁ ରାଜ୍ୟ ହାରାହାରି ଅଧା ଅର୍ଥାତ୍ ପ୍ରାୟ ୭୦୦ ଟିକା କେନ୍ଦ୍ର ବନ୍ଦ କରିବାକୁ ବାଧ୍ୟ ହୋଇଛି । ଏହି ଭଳି ସ୍ୱଳ୍ପ ଓ ଅନିୟମିତ ଟିକା ଯୋଗାଣ ଯୋଗୁ ଆଗୁଆ ଟିକାଦାନ କେନ୍ଦ୍ର ଖୋଲିବା ସଂପର୍କରେ ଯୋଜନା କରିବା ଓ ଜନସାଧାରଣଙ୍କୁ ଟିକା ଗ୍ରହଣ ସଂପର୍କରେ ସୂଚନା ପ୍ରଦାନ ସମ୍ଭବ ହୋଇପାରୁ ନାହିଁ । ଯଦିଓ ଆମର ଦୈନିକ ୩ ଲକ୍ଷ ଟିକା ଦେବାର କ୍ଷମତା ରହିଛି, ଏବେ ଏହି ସଂଖ୍ୟା ୧ ଲକ୍ଷକୁ ଖସିଆସିଛି। ଏହିଭଳି ପରିସ୍ଥିତିରେ ଆମ ପକ୍ଷରେ ‘ଟିକାଦାନ ଉତ୍ସବ’କୁ ଠିକ୍‌ ଭାବେ ପାଳନ କରିବା ସମ୍ଭବ ହେଉ ନାହିଁ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ଏ ସଂପର୍କରେ ଗତ ୭ ତାରିଖ ଦିନ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଆବଶ୍ୟକ ଟିକା ପ୍ରଦାନରେ ବିଳମ୍ବ ହେତୁ ଏହି ମର୍ମରେ ଆଜି ପୁନର୍ବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ରାଜ୍ୟରେ ଟିକା ଯୋଗାଣର ସମସ୍ୟା ବିଷୟରେ ଅବଗତ କରିବା ସହ ଅତ୍ୟନ୍ତ ପକ୍ଷେ ୧୦ ଦିନ ପାଇଁ ୨୫ ଲକ୍ଷ ଡୋଜ୍ କୋଭାସିଲଡ୍ ଟିକା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ।  ଯାହାଦ୍ୱାରା କି ରାଜ୍ୟରେ ଟିକାଦାନ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦିତ ହୋଇପାରିବ ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର