ମହାବାତ୍ୟାକୁ ୨୫ ବର୍ଷ: ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନିଜର ନୂଆ ଓ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛି ଓଡ଼ିଶା

The Sakala Picture
Published On

ଭୁବନେଶ୍ୱର: ଭାରତ ଇତିହାସରେ ସବୁଠାରୁ ପ୍ରଳୟଙ୍କରୀ ବାତ୍ୟା ଆସିଥିଲା ୧୯୯୯ରେ। ଆଣ୍ଡାମାନ ସାଗରରେ ୧୯୯୯ ଅକ୍ଟୋବର ୨୫ ରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଅକ୍ଟୋବର ୨୯ ତାରିଖରେ ଜଗତସିଂହପୁର ଜିଲ୍ଲା ଏରସମାଠାରେ ସ୍ଥଳଭାଗରେ ମାଡ଼ ହୋଇଥିଲା। ଏହି ମହାବାତ୍ୟାକୁ ଆଜି ୨୫ ବର୍ଷ ପୂରିଛି। ଏହି ବାତ୍ୟାର ଅନୁଭୂତିକୁ ଅଭିଜ୍ଞତାରେ ପରିଣତ କରି ଗତ ୨୫ ବର୍ଷ ମଧ୍ୟରେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନିଜର ନୂଆ ଓ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛି। ଯାହାକୁ […]

ଭୁବନେଶ୍ୱର: ଭାରତ ଇତିହାସରେ ସବୁଠାରୁ ପ୍ରଳୟଙ୍କରୀ ବାତ୍ୟା ଆସିଥିଲା ୧୯୯୯ରେ। ଆଣ୍ଡାମାନ ସାଗରରେ ୧୯୯୯ ଅକ୍ଟୋବର ୨୫ ରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଅକ୍ଟୋବର ୨୯ ତାରିଖରେ ଜଗତସିଂହପୁର ଜିଲ୍ଲା ଏରସମାଠାରେ ସ୍ଥଳଭାଗରେ ମାଡ଼ ହୋଇଥିଲା। ଏହି ମହାବାତ୍ୟାକୁ ଆଜି ୨୫ ବର୍ଷ ପୂରିଛି। ଏହି ବାତ୍ୟାର ଅନୁଭୂତିକୁ ଅଭିଜ୍ଞତାରେ ପରିଣତ କରି ଗତ ୨୫ ବର୍ଷ ମଧ୍ୟରେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନିଜର ନୂଆ ଓ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛି। ଯାହାକୁ ମିଳିଛି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ସ୍ୱୀକୃତି।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ବାତ୍ୟାର ଚିର ସହଚର। ପ୍ରତିବର୍ଷ ଓଡ଼ିଶା ବାତ୍ୟାର ସମ୍ମୁଖୀନ ହୋଇ ଆସିଛି। ମାତ୍ର ଏକଦା ବାତ୍ୟା ମୁକାବିଲା ଓ ବାତ୍ୟା ପରବର୍ତ୍ତୀ ପରିସ୍ଥିତିକୁ ସଜାଡ଼ିବାକୁ ଅନ୍ୟ ଉପରେ ନିର୍ଭରଶୀଳ ଓଡ଼ିଶା ଏବେ ନିଜ ଦମ୍‌ରେ ବାତ୍ୟା ମୁକାବିଲା କରିବାକୁ ସକ୍ଷମ ଓ ଶୂନ୍ୟ ଜୀବନହାନୀ ଲକ୍ଷ୍ୟ ପୂରଣ କରିବାରେ ସମର୍ଥ। ଓଡ଼ିଶାର ଏହି ଇର୍ଷଣୀୟ ସଫଳତା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଥାଆନ୍ତି। ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନତା ଯୋଗୁଁ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ଓ ପରବର୍ତ୍ତି ପୁନରୁଦ୍ଧାର କ୍ଷେତ୍ରରେ ଦେଶରେ ଏକ ମଡେଲ୍‌ ରାଜ୍ୟ ହୋଇପାରିଥିବାରୁ ଅତୀତରେ ବିଶ୍ୱବ୍ୟାଙ୍କ ମଧ୍ୟ ନବୀନଙ୍କୁ ପ୍ରଶଂସା କରିଛି, ସମ୍ମାନିତ କରିଛି। ବାରମ୍ବାର ବାତ୍ୟା ଓ ବନ୍ୟା ଦ୍ୱାରା ରାଜ୍ୟର ଆର୍ôଥକ ମେରୁଦଣ୍ଡ ଭାଙ୍ଗୁଛି ସତ; କିନ୍ତୁ ରାଜ୍ୟ ସରକାର ଜୀବନ ରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟ ସରକାରୀ ନୀତି ଓ ବିପର୍ଯ୍ୟୟ ପରିଚାଳନା ପାଇଁ ରହିଥିବା ମାର୍ଗଦର୍ଶର୍ିକା ଆଧାରରେ ଯେକୌଣସି ବାତ୍ୟାକୁ ମଧ୍ୟ ସଫଳତାର ସହ ମୁକାବିଲା କରିବାର ସୁଦୃଢ଼ ବ୍ୟବସ୍ଥା ରହିଛି।

ଆହୁରି ପଢ଼ନ୍ତୁ: କଲେଜ ଆଗରେ ଭୁଜାଲି ଦେଖାଇ ଯୁବତୀଙ୍କୁ ଧମକାଇଲା ଯୁବକ, ଥାନାରେ ଅଟକ

୧୯୯୯ ମହାବାତ୍ୟା ସମୟରେ ଜଗତସିଂହପୁର ଜିଲ୍ଲା ସମେତ ଉପକୂଳିଆ ଜିଲ୍ଲାଗୁଡ଼ିକ ଛାରଖାର ହୋଇଯାଇଥିଲା। ବାତ୍ୟା ମାଡ଼ ହେବା ସମୟରେ ସମୁଦ୍ରରେ ୧୫-୨୦ ଫୁଟ୍‌ ଉଚ୍ଚର ଜୁଆର ଉଠିବା ସହିତ ପ୍ରାୟ ୩୫ କିମି ପର୍ଯ୍ୟନ୍ତ ସମୁଦ୍ର ପାଣି ମାଡ଼ି ଆସିଥିଲା। ଏହି ବାତ୍ୟାରେ ସରକାରୀ ଭାବେ ରାଜ୍ୟରୁ ପ୍ରାୟ ୧୦ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ୧ କୋଟି ୨୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ୧୮ ଲକ୍ଷରୁ ଊଦ୍ଧ୍ୱର୍ ଘର ମାଟିରେ ମିଶିଥିଲା। ୧୯୯୯ ମସିହା ମହାବାତ୍ୟା ସମୟରେ ଆନ୍ଧ୍ର, ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟର ସରକାରମାନେ ଓଡ଼ିଶାକୁ ସହୟତାର ହାତ ବଢ଼ାଇଥିଲେ। ସେ ସମୟରେ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ପାଇଁ ରାଜ୍ୟ ଏକ ପ୍ରକାର ଅସହାୟ ହୋଇପଡ଼ିଥିଲା। ମାତ୍ର ୨୦୦୦ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ (ଓସ୍‌ଡମା) ଗଠନ କରି ଏହା ମାଧ୍ୟମରେ ଓଡ଼ିଶା ଡିଜାଷ୍ଟର ରାପିଡ୍‌ ଆକ୍ସନ ଫୋର୍ସ (ଓଡ୍ରାଫ) ଗଠନ ହୋଇଥିଲା। ଏହାସହିତ ବାତ୍ୟା ମୁକାବିଲା ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ ହୋଇଥିଲା।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

ଫଳଶ୍ରୁତି ସ୍ୱରୂପ ରାଜ୍ୟର କୋଣ ଅନୁକୋଣରେ ପାଖାପାଖି ୧ ହଜାର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇଥିଲା। ୨୦୧୩ ମସିହାରେ ଆସିଥିବା ବାତ୍ୟା ଫାଇଲିନ୍‌ ସମୟରେ ଓଡ଼ିଶାରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ରେକର୍ଡ କରାଯାଇଥିଲା। ବାତ୍ୟା ମୁକାବିଲାକୁ ଆହୁରି ସୁଦୃଢ଼ କରିବା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନ ସ୍ତରରେ ବିପର୍ଯ୍ୟୟ ପରିଚାଳନା ଯୋଜନାକୁ ସୁନିଶ୍ଚିତ କରିବା ସହ ପଞ୍ଚାୟତ ଆଇନରେ ଆବଶ୍ୟକ ସଂଶୋଧନ କରାଯାଇଥିଲା। ଗୋଷ୍କଠୀ ସମୂହକୁ ଶକ୍ତିଶାଳୀ କରାଯାଇଥିଲା। ଫଳରେ କେବଳ ବାତ୍ୟା ନୁହେଁ ବର୍ତ୍ତମାନ ଓଡ଼ିଶା ଭୂକମ୍ପ, ସୁନାମୀ, କେମିକାଲ୍‌ ବିପର୍ଯ୍ୟୟ ଆଦି ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ ହୋଇଛି ଏବଂ ବାହାନଗା ପରି ଘଟଣା ସମୟରେ ମଧ୍ୟ ଏହାର ସଫଳ ପ୍ରୟୋଗ ଅନେକ ଧନଜୀବନ ରକ୍ଷା କରିବାରେ ସମର୍ଥ ହୋଇଛି।

29 Oct 2024 By The Sakala

ମହାବାତ୍ୟାକୁ ୨୫ ବର୍ଷ: ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନିଜର ନୂଆ ଓ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛି ଓଡ଼ିଶା

ଭୁବନେଶ୍ୱର: ଭାରତ ଇତିହାସରେ ସବୁଠାରୁ ପ୍ରଳୟଙ୍କରୀ ବାତ୍ୟା ଆସିଥିଲା ୧୯୯୯ରେ। ଆଣ୍ଡାମାନ ସାଗରରେ ୧୯୯୯ ଅକ୍ଟୋବର ୨୫ ରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଅକ୍ଟୋବର ୨୯ ତାରିଖରେ ଜଗତସିଂହପୁର ଜିଲ୍ଲା ଏରସମାଠାରେ ସ୍ଥଳଭାଗରେ ମାଡ଼ ହୋଇଥିଲା। ଏହି ମହାବାତ୍ୟାକୁ ଆଜି ୨୫ ବର୍ଷ ପୂରିଛି। ଏହି ବାତ୍ୟାର ଅନୁଭୂତିକୁ ଅଭିଜ୍ଞତାରେ ପରିଣତ କରି ଗତ ୨୫ ବର୍ଷ ମଧ୍ୟରେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନିଜର ନୂଆ ଓ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛି। ଯାହାକୁ ମିଳିଛି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ସ୍ୱୀକୃତି।

ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ବାତ୍ୟାର ଚିର ସହଚର। ପ୍ରତିବର୍ଷ ଓଡ଼ିଶା ବାତ୍ୟାର ସମ୍ମୁଖୀନ ହୋଇ ଆସିଛି। ମାତ୍ର ଏକଦା ବାତ୍ୟା ମୁକାବିଲା ଓ ବାତ୍ୟା ପରବର୍ତ୍ତୀ ପରିସ୍ଥିତିକୁ ସଜାଡ଼ିବାକୁ ଅନ୍ୟ ଉପରେ ନିର୍ଭରଶୀଳ ଓଡ଼ିଶା ଏବେ ନିଜ ଦମ୍‌ରେ ବାତ୍ୟା ମୁକାବିଲା କରିବାକୁ ସକ୍ଷମ ଓ ଶୂନ୍ୟ ଜୀବନହାନୀ ଲକ୍ଷ୍ୟ ପୂରଣ କରିବାରେ ସମର୍ଥ। ଓଡ଼ିଶାର ଏହି ଇର୍ଷଣୀୟ ସଫଳତା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଥାଆନ୍ତି। ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନତା ଯୋଗୁଁ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ଓ ପରବର୍ତ୍ତି ପୁନରୁଦ୍ଧାର କ୍ଷେତ୍ରରେ ଦେଶରେ ଏକ ମଡେଲ୍‌ ରାଜ୍ୟ ହୋଇପାରିଥିବାରୁ ଅତୀତରେ ବିଶ୍ୱବ୍ୟାଙ୍କ ମଧ୍ୟ ନବୀନଙ୍କୁ ପ୍ରଶଂସା କରିଛି, ସମ୍ମାନିତ କରିଛି। ବାରମ୍ବାର ବାତ୍ୟା ଓ ବନ୍ୟା ଦ୍ୱାରା ରାଜ୍ୟର ଆର୍ôଥକ ମେରୁଦଣ୍ଡ ଭାଙ୍ଗୁଛି ସତ; କିନ୍ତୁ ରାଜ୍ୟ ସରକାର ଜୀବନ ରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟ ସରକାରୀ ନୀତି ଓ ବିପର୍ଯ୍ୟୟ ପରିଚାଳନା ପାଇଁ ରହିଥିବା ମାର୍ଗଦର୍ଶର୍ିକା ଆଧାରରେ ଯେକୌଣସି ବାତ୍ୟାକୁ ମଧ୍ୟ ସଫଳତାର ସହ ମୁକାବିଲା କରିବାର ସୁଦୃଢ଼ ବ୍ୟବସ୍ଥା ରହିଛି।

୧୯୯୯ ମହାବାତ୍ୟା ସମୟରେ ଜଗତସିଂହପୁର ଜିଲ୍ଲା ସମେତ ଉପକୂଳିଆ ଜିଲ୍ଲାଗୁଡ଼ିକ ଛାରଖାର ହୋଇଯାଇଥିଲା। ବାତ୍ୟା ମାଡ଼ ହେବା ସମୟରେ ସମୁଦ୍ରରେ ୧୫-୨୦ ଫୁଟ୍‌ ଉଚ୍ଚର ଜୁଆର ଉଠିବା ସହିତ ପ୍ରାୟ ୩୫ କିମି ପର୍ଯ୍ୟନ୍ତ ସମୁଦ୍ର ପାଣି ମାଡ଼ି ଆସିଥିଲା। ଏହି ବାତ୍ୟାରେ ସରକାରୀ ଭାବେ ରାଜ୍ୟରୁ ପ୍ରାୟ ୧୦ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ୧ କୋଟି ୨୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ୧୮ ଲକ୍ଷରୁ ଊଦ୍ଧ୍ୱର୍ ଘର ମାଟିରେ ମିଶିଥିଲା। ୧୯୯୯ ମସିହା ମହାବାତ୍ୟା ସମୟରେ ଆନ୍ଧ୍ର, ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟର ସରକାରମାନେ ଓଡ଼ିଶାକୁ ସହୟତାର ହାତ ବଢ଼ାଇଥିଲେ। ସେ ସମୟରେ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ପାଇଁ ରାଜ୍ୟ ଏକ ପ୍ରକାର ଅସହାୟ ହୋଇପଡ଼ିଥିଲା। ମାତ୍ର ୨୦୦୦ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ (ଓସ୍‌ଡମା) ଗଠନ କରି ଏହା ମାଧ୍ୟମରେ ଓଡ଼ିଶା ଡିଜାଷ୍ଟର ରାପିଡ୍‌ ଆକ୍ସନ ଫୋର୍ସ (ଓଡ୍ରାଫ) ଗଠନ ହୋଇଥିଲା। ଏହାସହିତ ବାତ୍ୟା ମୁକାବିଲା ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ ହୋଇଥିଲା।

ଫଳଶ୍ରୁତି ସ୍ୱରୂପ ରାଜ୍ୟର କୋଣ ଅନୁକୋଣରେ ପାଖାପାଖି ୧ ହଜାର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇଥିଲା। ୨୦୧୩ ମସିହାରେ ଆସିଥିବା ବାତ୍ୟା ଫାଇଲିନ୍‌ ସମୟରେ ଓଡ଼ିଶାରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ରେକର୍ଡ କରାଯାଇଥିଲା। ବାତ୍ୟା ମୁକାବିଲାକୁ ଆହୁରି ସୁଦୃଢ଼ କରିବା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନ ସ୍ତରରେ ବିପର୍ଯ୍ୟୟ ପରିଚାଳନା ଯୋଜନାକୁ ସୁନିଶ୍ଚିତ କରିବା ସହ ପଞ୍ଚାୟତ ଆଇନରେ ଆବଶ୍ୟକ ସଂଶୋଧନ କରାଯାଇଥିଲା। ଗୋଷ୍କଠୀ ସମୂହକୁ ଶକ୍ତିଶାଳୀ କରାଯାଇଥିଲା। ଫଳରେ କେବଳ ବାତ୍ୟା ନୁହେଁ ବର୍ତ୍ତମାନ ଓଡ଼ିଶା ଭୂକମ୍ପ, ସୁନାମୀ, କେମିକାଲ୍‌ ବିପର୍ଯ୍ୟୟ ଆଦି ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ ହୋଇଛି ଏବଂ ବାହାନଗା ପରି ଘଟଣା ସମୟରେ ମଧ୍ୟ ଏହାର ସଫଳ ପ୍ରୟୋଗ ଅନେକ ଧନଜୀବନ ରକ୍ଷା କରିବାରେ ସମର୍ଥ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର