ନିବେଶ ଓ ଶିଳ୍ପ କ୍ଷେତ୍ରରେ ଦେଶର ଏକ ପସନ୍ଦଯୋଗ୍ୟ ସ୍ଥାନରେ ପରିଣତ ହୋଇଛି ଓଡ଼ିଶା : ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର : ଓଡ଼ିଶାର ସାମର୍ଥ୍ୟ ହେଉଛି ଏହାର ପ୍ରାକୃତିକ ସଂପଦ, ଦକ୍ଷ ମାନବ ସମ୍ବଳ ଓ ସ୍ଥିର ସରକାର । ଏଥିପାଇଁ ଓଡ଼ିଶା ଏବେ ନିବେଶ ଓ ଶିଳ୍ପ କ୍ଷେତ୍ରରେ ଦେଶର ଏକ ପସନ୍ଦଯୋଗ୍ୟ କେନ୍ଦ୍ରରେ ପରିଣତ ହୋଇଛି । ଓଡ଼ିଶା ଏବେ ଟେକ-ଅଫ ସ୍ତରରେ ଅଛି ଅର୍ଥାତ ଉଡ଼ିବା ଆରମ୍ଭ କରିଛି ଓ ଆସନ୍ତା ୧୦ ବର୍ଷରେ ଉଚ୍ଚ ଅଭିବୃଦ୍ଧି ହାସଲ କରବ ବୋଲି ହାଇଦ୍ରାବାଦରେ ନିବେଶକ ଓ ଶିଳ୍ପପତିମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ […]

ଭୁବନେଶ୍ବର : ଓଡ଼ିଶାର ସାମର୍ଥ୍ୟ ହେଉଛି ଏହାର ପ୍ରାକୃତିକ ସଂପଦ, ଦକ୍ଷ ମାନବ ସମ୍ବଳ ଓ ସ୍ଥିର ସରକାର । ଏଥିପାଇଁ ଓଡ଼ିଶା ଏବେ ନିବେଶ ଓ ଶିଳ୍ପ କ୍ଷେତ୍ରରେ ଦେଶର ଏକ ପସନ୍ଦଯୋଗ୍ୟ କେନ୍ଦ୍ରରେ ପରିଣତ ହୋଇଛି । ଓଡ଼ିଶା ଏବେ ଟେକ-ଅଫ ସ୍ତରରେ ଅଛି ଅର୍ଥାତ ଉଡ଼ିବା ଆରମ୍ଭ କରିଛି ଓ ଆସନ୍ତା ୧୦ ବର୍ଷରେ ଉଚ୍ଚ ଅଭିବୃଦ୍ଧି ହାସଲ କରବ ବୋଲି ହାଇଦ୍ରାବାଦରେ ନିବେଶକ ଓ ଶିଳ୍ପପତିମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ପଦ, କୁଶଳୀ ମାନବସମ୍ବଳ ଏବଂ ସ୍ଥିର ପ୍ରଶାସନ ନିବେଶକଙ୍କ ପାଇଁ ଓଡ଼ିଶାକୁ ଆକର୍ଷଣୀୟ ନିବେଶ ସ୍ଥାନରେ ପରିଣତ କରିଛି । ଅନୁକୂଳ ଶିଳ୍ପ ନୀତି, ଦୃଢ଼ ଓ ସ୍ଥିର ପ୍ରଶାସନ ଯୋଗୁଁ ଓଡ଼ିଶା ପ୍ରତି ଶିଳ୍ପପତି, ନିବେଶକଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିଛି । ଓଡ଼ିଶା ଶିଳ୍ପ ସମୂହ ଓ ନିବେଶର ପ୍ରମୁଖ ପେଣ୍ଠସ୍ଥଳି ପାଲଟିଛି । ଉଚ୍ଚ ଅଭିବୃଦ୍ଧି ହାର ସହ ଇଜ୍ ଅଫ୍ ଡ଼ୁଇଂ ବିଜିନେସ କ୍ଷେତ୍ରରେ ଓଡ଼ିଶା ବହୁ ବଡ଼ରାଜ୍ୟକୁ ଅତିକ୍ରମ କରି ଶୀର୍ଷ ଅଭିମୁଖେ ଯାତ୍ରା କରୁଛି । ସମ୍ପ୍ରତି ଶିଳ୍ପାୟନର ନୂଆ ଯୁଗ ଆରମ୍ଭ ହୋଇଛି । ଯେଉଁଥିରେ ଉନ୍ନତ ବୈଷୟିକ ଶିକ୍ଷା ଓ ନିରନ୍ତର ବିକାଶର ଏକ ଦର୍ଶନ ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ରୂପାନ୍ତରଣରେ ସହଭାଗୀ ହେବା ନିମନ୍ତେ ଆଗାମୀ ‘ମେକ୍ ଇନ୍ ଓଡ଼ିଶା’ କନ୍‌କ୍ଲେଭ୍‌ରେ ଯୋଗ ଦେବାକୁ ‘ପର୍ଲ ସିଟି’ ହାଇଦ୍ରାବାଦରେ ଦେଶ ବିଦେଶର ନିବେଶକ, ଶିଳ୍ପଗୋଷ୍ଠୀର ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୋମବାର ମୁଖ୍ୟମନ୍ତ୍ରୀ ହାଇଦ୍ରାବାଦରେ ୪୫୦ରୁ ଊର୍ଦ୍ଧ୍ବ ବିଭିନ୍ନ ଶିଳ୍ପଗୋଷ୍ଠୀ ଓ ନିବେଶକଙ୍କୁ ଶିଳ୍ପ ସମୃଦ୍ଧ ଓଡ଼ିଶାର ଶିଳ୍ପାୟନର ଛବି, ରାଜ୍ୟର ଶିଳ୍ପ ନୀତି, ଶିଳ୍ପ ନିମନ୍ତେ ଅନୁକୂଳ ପରିବେଶ ସମ୍ପର୍କରେ ଅବଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଗତ କିଛି ଦଶନ୍ଧିରେ ହାଇଦ୍ରାବାଦ ବୈଷୟିକ ବିଦ୍ୟା, ଫାର୍ମା ଏବଂ ବିନିର୍ମାଣ ତଥା ମ୍ୟାନୁଫାକଚରିଂ କ୍ଷେତ୍ରରେ ପ୍ରମୁଖ ପେଣ୍ଠସ୍ଥଳୀ ହୋଇପାରିଛି। ସହରର ଔଦ୍ୟୋଗିକ ଅଭିବୃଦ୍ଧି ପ୍ରତି ସକରାତ୍ମକ ମାନସିକତାକୁ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି। ଓଡ଼ିଶା ଏବେ ଦେଶର ଅନ୍ୟତମ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ ହୋଇଛି । ଶିଳ୍ପାୟନକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଶିଳ୍ପ ଅନୁକୂଳ ପରିବେଶ ଯୋଗୁଁ ବହୁ ବଡ଼ବଡ଼ ଶିଳ୍ପସଂସ୍ଥା ଓଡ଼ିଶାରେ ନିବେଶ ନିମନ୍ତେ ଆଗ୍ରହପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ଇଜ୍ ଅଫ୍ ଡୁଇଙ୍ଗ୍ ରାଙ୍କିଙ୍ଗରେ ଓଡ଼ିଶା ଆଚିଭର୍ସ ବର୍ଗରେ ସ୍ଥାନ ପାଇଛି।

ଏହି ପରିପ୍ରେକ୍ଷୀରେ ନିବେଶକଙ୍କ ପାଇଁ ଆଗାମୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ। ଓଡ଼ିଶାର ଅଭିବୃଦ୍ଧିର କାହାଣୀ ଏଥିରେ ବ୍ୟାଖ୍ୟାନ ହେବ ଏବଂ ନିବେଶକଙ୍କ ପାଇଁ ଓଡ଼ିଶା ସରକାର କ’ଣ କରିଛନ୍ତି ଓ କ’ଣ କରୁଛନ୍ତି ତାହା ଜାଣିବାରେ ସହାୟକ ହେବ। ଏହି ଫୋରମ୍ ଦ୍ୱାରା ସାରା ବିଶ୍ୱର ନିବେଶକ, ଶିଳ୍ପ ନେତୃବୃନ୍ଦ ଏବଂ ଶିଳ୍ପ ଚିନ୍ତକ ଭବିଷ୍ୟତ ନେଇ ଆଲୋଚନା କରିପାରିବେ। ରାଜ୍ୟରେ ରୋଜଗାର ସୃଷ୍ଟି କରୁଥିବା ଶିଳ୍ପ ଅଭିବୃଦ୍ଧି ବ୍ୟବସ୍ଥାକୁ ସରକାର ପ୍ରାଥମିକତା ଦେଇଥାନ୍ତି। ଏହାକୁ ଆଗାମୀ ଦିନରେ ଜାରି ରଖିବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଆସନ୍ତା ନଭେମ୍ବର ୩୦ ତାରିଖ ଠାରୁ ଡିସେମ୍ବର ୨୦୨୨ ଯାଏଁ ଏହି କନକ୍ଲେଭ ଆୟୋଜିତ ହେଉଛି। ଏହା ଆଗାମୀ ଦିନରେ ରାଜ୍ୟରେ ନୂଆ ଶିଳ୍ପାୟନ ଯୁଗର ବାର୍ତ୍ତାବହ ହେବ ବୋଲି ଆଶା କରାଯାଉଛି। ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ଯୋଗଦାନ ନିମନ୍ତେ ଆପଣମାନଙ୍କୁ ନିମନ୍ତ୍ରଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ଗୋଟିଏ ଦିନରେ ୨୧ଟି ବିଭିନ୍ନ ଶିଳ୍ପଗୋଷ୍ଠୀର ମୁଖ୍ୟ ଓ ନିବେଶକଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିଥିଲେ। କନସଲଟିଂ, ଆଇଟିଏଣ୍ଡଆଇଟିଇଏସ୍ , ଇଏସଡିଏମ୍, ଫାର୍ମସିଟ୍ୟୁକାଲ, ସିମେଣ୍ଟ, ଖାଦ୍ୟ ପ୍ରକ୍ରିୟାକରଣ, ଆଗ୍ରୋ ପ୍ରୋସେସିଙ୍ଗ୍, ଇନଫ୍ରା-ୱେଷ୍ଟମ୍ୟାନେଜମେଣ୍ଟ, ଶକ୍ତି, ରିୟଲ ଇଷ୍ଟେଟ, ରସାୟନ, ଲଜିଷ୍ଟିକ୍ ଓ ଓୟରହାଉସିଂ, ରିୟଲ ଇଷ୍ଟେଟ୍ ଟୁରିଜିମ୍ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରର ପ୍ରତିନିଧିମାନଙ୍କ ସହ ବ୍ୟକ୍ତିଗତ ଆଲୋଚନା ସହ ଓଡ଼ିଶାରେ ନିବେଶ ଲାଗି ନିମନ୍ତ୍ରଣ କରିଥିଲେ।

ଓଡ଼ିଶାରେ ଓ-ହବ୍ ଏବଂ ଓଡ଼ିଶା ଇନୋଭେସନ ଫଣ୍ଡ ସ୍ଥାପନ ସଂକ୍ରାନ୍ତରେ ସୂଚନା ଦେବା ସହ ଏହା କିପରି ରାଜ୍ୟ ବିଶ୍ୱସ୍ତରୀୟ ଷ୍ଟାର୍ଟଅପ୍ ରୂପାୟଣର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ସକ୍ଷମ ହୋଇଛି ସେ ସମ୍ପର୍କରେ ଅବଗତ କରିଥିଲେ। ପ୍ରାଇସ୍ ୱାଟର ହାଉସକୁପର୍ସ ପ୍ରାଃ ଲିଃର ଆଡଭାଇଜର ଲିଡର ଅର୍ଣ୍ଣବ ବାସୁ, ମାଇକ୍ରୋସପ୍ଟ ଇଣ୍ଡିଆ ଏମଡି ରାଜୀବ କୁମାର, ଶିରିଡି ସାଇ ଇଲେକ୍ଟ୍ରିକାଲ ଲିଃ ସିଓଓ ଡକ୍ଟର କେ ବାଲାଚନ୍ଦର, ଭାରତ ବାଓଟେକ୍ର ଅଧ୍ୟକ୍ଷ ଡକ୍ଟର କ୍ରିଷ୍ଣା ଇଲା ଏବଂ ଶ୍ରୀମତୀ କ୍ରିଷ୍ଣା ଇଲା, ଡେଲଓଲାଇଟ୍ ଏମଡି ଏନ୍. ଭେଙ୍କଟରମଣ, ତୋଷାଳି ସିମେଣ୍ଟ ପ୍ରାଃ ଲିଃର ଅଧ୍ୟକ୍ଷ ଓ ଏମଡି ଏମଏସଆରଭି ଏବଂ ବିଜୟନଗର ବାଓଟେକ୍ ପ୍ରାଃ ଲିଃ ଏମଡି ଡିଭି ରାଜୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ।

ସେହିପରି ରାମକି ଗ୍ରୁପ୍ ଏମଡି ୱାଇଆର ନାଗରାଜ, ଏକ୍ସିସ୍ ଏନର୍ଜି ଗ୍ରୁପ୍ର ସିଏମଡି କେ ରବି କୁମାର ରେଡ୍ଡି, ଜୋନ୍ସ ଲଙ୍ଗ ଲାସାଇଲ୍ ଏମଡି ସନ୍ଦୀପ ପଟ୍ଟନାୟକ, ମହା ସିମେଣ୍ଟ(ମାଇ ହୋମ୍) କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ରାମେଶ୍ୱର ଜେ ରାଓ, ଶ୍ରୀ ମାଲାନୀଫୋମସ୍ସ ପ୍ରାଃ ଲିଃ ଅଧ୍ୟକ୍ଷ ପୁରୁଷୋତ୍ତମ ମଲାନୀ ଏବଂ କ୍ରେନ୍ ଗ୍ଲୋବାଲ ସଲ୍ୟୁସନ୍ ଲିଃ ନିର୍ଦ୍ଦେଶକ କେ.ରାଘବ ରାମ, ସାଗର ସିମେଣ୍ଟ ଲିଃ ସିଏମଡି ଏସ୍.ବୀରା ରେଡ୍ଡି, ଓରାକଲ୍ ଏମଡି ଶୈଳେନ୍ଦ୍ର କୁମାର, ସ୍କଲାର ଗ୍ରୁପ୍ ନିର୍ଦ୍ଦେଶକ ଡକ୍ଟର ଗୋପାଳ ମୋର, ସାଇଏଣ୍ଟର ଏମଡି ତଥା ସିଇଓ କ୍ରିଷ୍ଣା ବୋଡାନାପୁ, ମନଜାରୀ ଗ୍ରୁପ୍ ଏମଡି ଜି.ଯୋଗାନନ୍ଦ, ଆପୋଲୋ ସ୍ପେସିଆଲିଟି ହସ୍ପିଟାଲ ପ୍ରାଃ ଲିଃର ଏମଡି ଅନୀନଡିଥ୍ ରେଡ୍ଡି ଏବଂ କିମ୍ସ ଏମଡି ବି.ଭାସ୍କର ରାଓଙ୍କ ସହ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଆଲୋଚନା କରିଛନ୍ତି । ସେହିପରି ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ୧୩ରୁ ଉଦ୍ଧ୍ୱର୍ କମ୍ପାନୀ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ରାଜ୍ୟର ଶିଳ୍ପାୟନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି କିପରି ବ୍ୟାପକ ପରିବର୍ତ୍ତନ ଆଣିଛି, ସେ ନେଇ ମତ ରଖିଥିଲେ। ସେହିପରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ନିବେଶ ସମ୍ମିଳନୀର ତାତ୍ପର୍ଯ୍ୟ ଏବଂ ରାଜ୍ୟରେ ଥିବା ସୁଯୋଗ ସମ୍ପର୍କରେ ସୂଚନା ଦେଇଥିଲେ। ଶିଳ୍ପ ପ୍ରମୁଖ ସଚିବ ହେମନ୍ତ ଶର୍ମା ରାଜ୍ୟରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଆଇଟି ସଚିବ ମନୋଜ ମିଶ୍ର ରାଜ୍ୟର ଆଇଟି ସମ୍ପର୍କିତ ନୀତି, ଡାଟା ସେଣ୍ଟର ପଲିସି, ବିପିଓ ପଲିସି ଏବଂ ଇଲେକଟ୍ରୋନିକ ପଲିସି ସମ୍ପର୍କରେ ଅବତାରଣା କରିଥିଲେ। ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ ରାଜ୍ୟରେ ଥିବା ଷ୍ଟାର୍ଟଅପ୍ ଇକୋ-ସିଷ୍ଟମ ଏବଂ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ହାସଲ କରିଥିବା ଉପଲବ୍ଧି ନେଇ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫିକିର ମହାନିର୍ଦ୍ଦେଶକ ଅରୁଣ ଚାୱଲା ଏବଂ ଶିଳ୍ପ ବିଭାଗର ବହୁ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ।

17 Oct 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର