ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଦରଖାସ୍ତ ଆହ୍ୱାନ…

The Sakala Picture
Published On

ଭୁବନେଶ୍ୱର : ୩୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଏବଂ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୪ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି । ଆଗ୍ରହୀ ପ୍ରଯୋଜକମାନେ ଆସନ୍ତା ୪ ଅକ୍ଟୋବର, ୨୦୨୫ (୦୪.୧୦.୨୦୨୫) ରିଖ ସୁଦ୍ଧା ଏଣ୍ଟ୍ରି ଫର୍ମ ସହ ଆବଶ୍ୟକ କାଗଜପତ୍ର ଓ ଚଳଚ୍ଚିତ୍ରର ସଫ୍ଟ୍ କପି (ପେନ୍‌ ଡ୍ରାଇଭ)କୁ ରେଜିଷ୍ଟର୍ଡ଼ ପୋଷ୍ଟ/ ସ୍ପିଡ଼ ପୋଷ୍ଟ / ପାର୍ସଲ ମାଧ୍ୟମରେ ବିଭାଗ ନିକଟରେ ଦାଖଲ କରିପାରିବେ । ୩୫ତମ […]

ଭୁବନେଶ୍ୱର : ୩୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଏବଂ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୪ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି । ଆଗ୍ରହୀ ପ୍ରଯୋଜକମାନେ ଆସନ୍ତା ୪ ଅକ୍ଟୋବର, ୨୦୨୫ (୦୪.୧୦.୨୦୨୫) ରିଖ ସୁଦ୍ଧା ଏଣ୍ଟ୍ରି ଫର୍ମ ସହ ଆବଶ୍ୟକ କାଗଜପତ୍ର ଓ ଚଳଚ୍ଚିତ୍ରର ସଫ୍ଟ୍ କପି (ପେନ୍‌ ଡ୍ରାଇଭ)କୁ ରେଜିଷ୍ଟର୍ଡ଼ ପୋଷ୍ଟ/ ସ୍ପିଡ଼ ପୋଷ୍ଟ / ପାର୍ସଲ ମାଧ୍ୟମରେ ବିଭାଗ ନିକଟରେ ଦାଖଲ କରିପାରିବେ ।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

୩୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ପାଇଁ ପ୍ରେରିତ ହୋଇଥିବା ଚଳଚ୍ଚିତ୍ରଗୁଡିକ ୦୧.୦୧.୨୦୨୩ ରିଖରୁ ୩୧.୧୨.୨୦୨୩ ରିଖ ମଧ୍ୟରେ ଚଳଚ୍ଚିତ୍ର ପ୍ରମାଣନ ପତ୍ର (Censorship Certificate) ପ୍ରାପ୍ତ ହୋଇଥିବା ଆବଶ୍ୟକ । ସେହିପରି ଭାବେ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୪ ପାଇଁ ପ୍ରେରିତ ହୋଇଥିବା ଚଳଚ୍ଚିତ୍ରଗୁଡିକ ୦୧.୦୧.୨୦୨୪ ରୁ ୩୧.୧୨.୨୦୨୪ ରିଖ ଅବଧି ମଧ୍ୟରେ ଚଳଚ୍ଚିତ୍ର ପ୍ରମାଣନ ପତ୍ର ପ୍ରାପ୍ତ ହୋଇଥିବା ଆବଶ୍ୟକ ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଓଡ଼ିଆ ଚଳଚ୍ଚିତ୍ର ଉପରେ ଓଡ଼ିଆ/ଇଂରାଜୀ ଭାଷାରେ ଲିଖିତ ଶ୍ରେଷ୍ଠ ଲେଖା (Book/Monograph) ପାଇଁ ପୁରସ୍କାର ନିମନ୍ତେ ଆଗ୍ରହୀ ଲେଖକ/ଲେଖିକାମାନେ ଆବେଦନ କରିବା ସହିତ Book/Monograph ର ଦଶ ଖଣ୍ଡ ନକଲ ତା ୪.୧୦.୨୦୨୫ ରିଖ ସୁଦ୍ଧା ରେଜିଷ୍ଟ୍ରର୍ଡ଼ ପୋଷ୍ଟ/ ସ୍ପିଡ଼ ପୋଷ୍ଟ / ପାର୍ସଲ ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିକଟରେ ଦାଖଲ କରିପାରିବେ । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମ୍ବନ୍ଧୀୟ ସବିଶେଷ ବିବରଣୀ ଓ ନିୟମାବଳୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୱେବସାଇଟ:culture.odisha.gov.in ରେ ଉପଲବ୍ଧ କରାଯାଇଛି।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର