ବିଜେପି ସରକାରଙ୍କ କଥାରେ ରହୁନି ତାଳମେଳ: ବିଜେଡି

ପ୍ରାକ୍‌ ଶିକ୍ଷା ବ୍ୟବସ୍ଥାକୁ ଭୁଶୁଡ଼ାଇବାକୁ ସରକାରଙ୍କ ଯୋଜନା

Madhusudan Das Picture
Published On

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠ୍ୟ ପୁସ୍ତକରେ ମାଳ ମାଳ ତ୍ରୁଟି । ଏହାକୁ ସଂଶୋଧନ କରିବା ପରିବର୍ତ୍ତେ ଡବଲ ଇଞ୍ଜିନ  ସରକାର ଓଡ଼ିଶାର ପ୍ରାକ୍‌ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବାରେ ଲାଗି ପଡିଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଛି ବିଜେଡି। ମଙ୍ଗଳବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଚାନ୍ଦବାଲି ବିଧାୟକ ତଥା ବରିଷ୍ଠ ସାଧାରଣ ସମ୍ପାଦକ ବ୍ୟୋମକେଶ ରାୟ, ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ବିଧାୟକ ଶ୍ରୀ ରାୟ କହିଛନ୍ତି ଯେ ପାଠ୍ୟ ପୁସ୍ତକରେ ୨୦୦୦ରୁ ଉଦ୍ଧ୍ୱର୍ ତ୍ରୁଟି ରହିଛି। ତ୍ରୁଟିପୂର୍ଣ୍ଣ ପୁସ୍ତକପ୍ରତ୍ୟାହାର କରିବା ନେଇ ସରକାରୀସ୍ତରରେ ଘୋଷଣା କରାଯାଇଥିଲା । ମାତ୍ର ତାହା ଏଯାଏ ହେଲା ନାହିଁ । ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବ କାହାରି କଥାରେ କୌଣସି ତାଳମେଳ ରହୁନାହଁ।  ବିଜେପି ସରକାରରେ ବିଧି ବ୍ୟବସ୍ଥା ସଠିକ୍‌ ଭାବରେ ରହୁନାହିଁ।  ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପ୍ରାକ ଶିକ୍ଷାର ସମୟ ଥିବା ବେଳେ ତାହା ଭୁଶୁଡ଼ି ପଡ଼ିଲାଣି। ସରକାର ମୂକ ଓ ବଧୀର ପାଲଟି ଯାଇଛନ୍ତି। ଏହା ବିରୋଧରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ। ଜୁଲାଇ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଶିକ୍ଷା ବଞ୍ଚାଅ ଅଭିଯାନକୁ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ।  ଶିକ୍ଷା ବର୍ଷ ଆରମ୍ଭ ହୋଇଥିବା ବେଳେ ପିଲାଙ୍କ ପାଖରେ ପୁସ୍ତକ ନାହିଁ । ମାସକ ମଧ୍ୟରେ ପୁସ୍ତକ ପ୍ରତ୍ୟାହାର କରି ତ୍ରୁଟି ଶୂନ୍ୟ ନୂତନ ପୁସ୍ତକ ପ୍ରଦାନ କରାଯାଉ । ନଚେତ ପୁରୁଣା ପୁସ୍ତକକୁ ପୁନଃ ପ୍ରଚଳନ କରାଯାଉ। ତ୍ରୁଟିପୂର୍ଣ୍ଣ ପୁସ୍ତକ କରି ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେଣୁ କିଏ ଷଡ଼ଯନ୍ତ୍ର କରିଛି, ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ଓ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି । 

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ସେହିପରି ଚିନ୍ମୟ ସାହୁ କହିଥିଲେ ଯେ ତ୍ରୁଟିକୁ ଲୁଚାଇବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଲୋକଙ୍କୁ ଠକିବାରେ ଲାଗିଛନ୍ତି। ତ୍ରୁଟି ପୂର୍ଣ୍ଣ ପୁସ୍ତକ ପ୍ରତ୍ୟାହାର କରି ନୂତନ ପୁସ୍ତକ ପ୍ରକାଶ ପାଇଁ ନୋଟିଫିକେସନ୍‌ ହେଉନାହିଁ। ନୂତନ ପୁସ୍ତକ ପ୍ରକାଶ କେବଳ ଘୋଷଣାବାଜିରେ ସୀମିତ ରହିଛି। ପୁସ୍ତକ ପ୍ରକାଶରେ ୩୮୦କୋଟି ଟଙ୍କାର ଦୁର୍ନୀତି ହୋଇଛି। ସରକାରୀ ପ୍ରେସରେ ପୁସ୍ତକ ନ ଛାପି ଘରୋଇ ପ୍ରେସରେ ଛାପିବା ସନ୍ଦେହ ସୃଷ୍ଟି କରିଛି। ଏନେଇ ପଦକ୍ଷେପ ଗ୍ରହଣ ନକ ରିବା ପର୍ଯ୍ୟନ୍ତ ବିଜେଡି ଆନ୍ଦୋଳନ ଜାରି ରଖିବ ବୋଲି ସେ କହିଛନ୍ତି। ଇପ୍ସିତା ସାହୁ କହିଥିଲେ ଯେ କୁନି କୁନି ପିଲାଙ୍କୁ ଶିକ୍ଷା ଭଳି ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି। ବିଜେପି ସରକାର ପିଲାଙ୍କ ଭବିଷ୍ୟତକୁ ଦଳି ଚକଟି ନଷ୍ଟ କରିବା ସହ ସାମ୍ୱିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛନ୍ତି । ଜାତୀୟ ସ୍ତରରେ ଓଡ଼ିଶା ଆଜି ନିନ୍ଦିତ ହୋଇଛି। ପିଲାଙ୍କ ଭବିଷ୍ୟତ ନେଇ ବିଜେପି ସରକାରଙ୍କ ଚକ୍ରାନ୍ତ ବିରୁଦ୍ଧରେ ବିଜେଡି ଲଢେ଼ଇ ଜାରି ରଖିବ ବୋଲି କହିଛନ୍ତି ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର