ଚାଷୀଙ୍କ ହିତ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିବେ ନୂଆ ନକ୍ସା; ବିଏସ୍‌‌କେୱାଇ ଢାଞ୍ଚାରେ ଆସିପାରେ ଫସଲ କ୍ଷତିଭରଣା ନୀତି

The Sakala Picture
Published On

ଭୁବନେଶ୍ୱର: ଚାଷୀଙ୍କ ହିତ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିବେ ନୂଆ ନକ୍ସା। ପ୍ରଧାନମନ୍ତ୍ରୀ ଫସଲ ବୀମାରେ କ୍ଷତିପୂରଣ ଅର୍ଥ ପାଇବାକୁ ଦହଗଞ୍ଜ ହେଉଥିବା ଚାଷୀଙ୍କୁ ଆଶ୍ୱସ୍ତି ଦେବା ଲାଗି ଖୁବ୍‌ଶୀଘ୍ର ସରକାର ଫସଲ କ୍ଷତି ଭରଣା ନିମନ୍ତେ ନିଜସ୍ୱ ପାଣ୍ଠି ସୃଷ୍ଟି କରିବେ ଏବଂ ଏଥିରେ ୧୦% ଫସଲ କ୍ଷତି ହେଲେ ବି ଚାଷୀ କ୍ଷତିପୂରଣ ପାଇବାକୁ ଯେପରି ହକ୍‌ଦାର୍‌ ହେବେ, ସେଥିପାଇଁ ସରକାର ଯୋଜନା ପ୍ରଣୟନ କରିବା ଲକ୍ଷ୍ୟରେ ଅଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା […]

ଭୁବନେଶ୍ୱର: ଚାଷୀଙ୍କ ହିତ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିବେ ନୂଆ ନକ୍ସା। ପ୍ରଧାନମନ୍ତ୍ରୀ ଫସଲ ବୀମାରେ କ୍ଷତିପୂରଣ ଅର୍ଥ ପାଇବାକୁ ଦହଗଞ୍ଜ ହେଉଥିବା ଚାଷୀଙ୍କୁ ଆଶ୍ୱସ୍ତି ଦେବା ଲାଗି ଖୁବ୍‌ଶୀଘ୍ର ସରକାର ଫସଲ କ୍ଷତି ଭରଣା ନିମନ୍ତେ ନିଜସ୍ୱ ପାଣ୍ଠି ସୃଷ୍ଟି କରିବେ ଏବଂ ଏଥିରେ ୧୦% ଫସଲ କ୍ଷତି ହେଲେ ବି ଚାଷୀ କ୍ଷତିପୂରଣ ପାଇବାକୁ ଯେପରି ହକ୍‌ଦାର୍‌ ହେବେ, ସେଥିପାଇଁ ସରକାର ଯୋଜନା ପ୍ରଣୟନ କରିବା ଲକ୍ଷ୍ୟରେ ଅଛନ୍ତି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଫସଲ କ୍ଷତିର ବୀମା ଅର୍ଥ ପାଇବାକୁ ରାଜ୍ୟର ଚାଷୀଭାଇମାନେ ବହୁ ହଇରାଣ ହେଉଛନ୍ତି। ବୀମା କମ୍ପାନୀର ଗୋଲକଧନ୍ଦାରେ ଚାଷୀକୁଳ ସନ୍ତୁଳି ହେଉଥିବା ବେଳେ ଭବିଷ୍ୟତରେ ସେମାନଙ୍କୁ ଯେପରି ଆଉ ଅସୁବିଧା ସାମ୍ନା କରିବାକୁ ପଡ଼ିବ ନାହିଁ, ସେଥିପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବଦଳରେ ଚଳିତ ରାଜ୍ୟ ବଜେଟରେ ନିଜସ୍ୱ ନୂଆ ଫସଲ କ୍ଷତିଭରଣା ନୀତି ପ୍ରଣୟନ କରିପାରନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ବଜେଟ୍‌‌ରେ ଏ ନେଇ ବ୍ୟୟ ବରାଦ ହୋଇପାରେ। ୧୦ ପ୍ରତିଶତରୁ ଅଧିକ କ୍ଷତି ହୋଇଥିବା ପଞ୍ଜିକୃତ ଚାଷୀଙ୍କୁ ଏହି ଯୋଜନା ଅଧୀନରେ କ୍ଷତିଭରଣା ହେବ। ସେହିପରି ପ୍ରିମିୟମ ବାବଦରେ ଏହି ଯୋଜନା ଅଧୀନରେ ଚାଷୀଙ୍କୁ ଯେପରି ଟଙ୍କାଟିଏ ଦେବାକୁ ନପଡ଼େ ତା’ର ବ୍ୟବସ୍ଥା କରାଯିବ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଜଟିଳତା ଯୋଗୁଁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। ଫଳରେ ବିଭିନ୍ନ ସମୟରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଉଥିବା ଓ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଥିବା ଦେଖାଯାଉଛି। ଯୋଜନାଟି କେନ୍ଦ୍ର ସରକାରଙ୍କ ଅଧିକାର ପରିସରଭୁକ୍ତ ହୋଇଥିବାରୁ ଚାହିଁଲେ ବି ରାଜ୍ୟ ସରକାର ଏଥିରେ ବିଶେଷ ପଦକ୍ଷେପ ନେଇପାରୁ ନାହାନ୍ତି। ଅତଏବ ଚାଷୀମାନେ ଯେପରି ଆଗକୁ ଏମିକି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ରାଜ୍ୟ ସରକାର ନିଜସ୍ୱ ଯୋଜନା ଆଣିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଏହି ଯୋଜନାରେ ବିଏସ୍‌‌କେୱାଇ ପରି ଆସ୍ୟୁରାନ୍ସ ବ୍ୟବସ୍ଥାରେ ପଞ୍ଜିକୃତ ଚାଷୀ ଅବିଳମ୍ୱେ ନିଜର କ୍ଷତିପୂରଣ ପାଇପାରିବେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୩୩ ପ୍ରତିଶତ ଫସଲ କ୍ଷତି ବଦଳରେ ୧୦ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଥିବା ଚାଷୀକୁ କ୍ଷତିପୂରଣ ମିଳିବ। ଏଥିପାଇଁ ପଞ୍ଚାୟତୱାରୀ ଜଳସେଚିତ ଓ ଅଣଜଳସେଚିତ ଜମି ପାଇଁ ଏକର ପିଛା କ୍ଷତିଭରଣା ରାଶି ନିର୍ଦ୍ଧାରିତ କରାଯିବ। ଏପରିକି ଧାନ ବ୍ୟତୀତ ଅନ୍ୟ ଫସଲ ପାଇଁ ଭିନ୍ନ ଭିନ୍ନ କ୍ଷତିଭରଣା ଅର୍ଥ ଧାର୍ଯ୍ୟ କରିବାକୁ ଯୋଜନା ହେଉଛି।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଏନେଇ ରାଷ୍ଟ୍ରୀୟ କିଷାନ ମଜଦୁର ସଂଘର ରାଜ୍ୟ ସଭାପତି ସଚିନ୍‌‌ ମହାପାତ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ଅର୍ଥ ପାଇବା ପାଇଁ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ବର୍ଷର ପ୍ରାୟ ୫୦୦ କୋଟି ଟଙ୍କା ଏପର୍ଯ୍ୟନ୍ତ ମିଳିପାରିଲା ନାହିଁ। ମାତ୍ର ରାଜ୍ୟ ସରକାର ଯେଉଁ ଯୋଜନା ପ୍ରସ୍ତୁତ କରୁଛନ୍ତି ସେଥିରେ ଚାଷୀମାନେ ବିନା ପ୍ରିମିୟମରେ ବୀମା କରିବା ସହ କ୍ଷତିପୂରଣ ପାଇପାରିବେ। ଏହା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ ପଦକ୍ଷେପ। ରାଜ୍ୟ ସରକାର ଯଦି ବଜେଟରେ ଚାଷୀମାନଙ୍କ ସ୍ୱାର୍ଥ ସମ୍ବଳିତ କିଛି ବି ଯୋଜନା ଆଣିଛନ୍ତି, ତାହାକୁ ଆମର ସମର୍ଥନ ରହିବ ବୋଲି ସେ କହିଛନ୍ତି। ସେହିପରି ଯଦି ଏପରି କିଛି ଯୋଜନା ରାଜ୍ୟ ସରକାର ଆଣନ୍ତି, ତାହେଲେ ଏହା ଚାଷୀଙ୍କ ପାଇଁ ବେଶ୍‌‌ ହିତକର ହେବ ବୋଲି ଚାଷୀନେତା ମାନେ ମତପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର