ବଢିଲା ପୁଲିସ ଡିଜି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ଯକାଳ

The Sakala Picture
Published On

ଭୁବନେଶ୍ବର: ବଢିଲା ପୁଲିସ ଡିଜି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ଯକାଳ । ୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢାଇଛନ୍ତି ରାଜ୍ୟ ସରକାର । ସର୍ବନିମ୍ନ ୨ ବର୍ଷ କାର୍ଯ୍ୟ କରିବା ନେଇ କାର୍ଯ୍ୟକାଳ ବଢାଯାଇଛି । ସୂଚନାଯୋଗ୍ୟ ଗତ ମାସରେ ପୁଲିସ ମହାନିର୍ଦ୍ଦେଶକ ଭାବେ ୧୯୯୦ ବ୍ୟାଚର ଭାରତୀୟ ପୁଲିସ ସେବା ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆ ଦାୟିତ୍ବ ଗ୍ରହଣ କରିଛନ୍ତି । ରାଜ୍ୟ ପୁଲିସ ମୁଖ୍ୟାଳୟରେ ସେ କାର୍ଯ୍ୟକାରୀ ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀଙ୍କଠାରୁ ଦାୟିତ୍ବ […]

ଭୁବନେଶ୍ବର: ବଢିଲା ପୁଲିସ ଡିଜି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ଯକାଳ । ୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢାଇଛନ୍ତି ରାଜ୍ୟ ସରକାର । ସର୍ବନିମ୍ନ ୨ ବର୍ଷ କାର୍ଯ୍ୟ କରିବା ନେଇ କାର୍ଯ୍ୟକାଳ ବଢାଯାଇଛି ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ସୂଚନାଯୋଗ୍ୟ ଗତ ମାସରେ ପୁଲିସ ମହାନିର୍ଦ୍ଦେଶକ ଭାବେ ୧୯୯୦ ବ୍ୟାଚର ଭାରତୀୟ ପୁଲିସ ସେବା ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆ ଦାୟିତ୍ବ ଗ୍ରହଣ କରିଛନ୍ତି । ରାଜ୍ୟ ପୁଲିସ ମୁଖ୍ୟାଳୟରେ ସେ କାର୍ଯ୍ୟକାରୀ ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ ।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ଉଲ୍ଳେଖଯୋଗ୍ୟ, ହରିଆଣା କୈଥଲ ଜିଲା ବାସିନ୍ଦା ଯୋଗେଶ ବାହାଦୁର ଖୁରାନିଆ ୧୯୯୦ ମସିହାରେ ଆଇପିଏସ ପାଇଥିଲେ । ଓଡିଶା କ୍ୟାଡର ଚୟନ କରିଥିବା ଖୁରାନିଆ ନୟାଗଡ଼, ଯାଜପୁର, ରାଉରକେଲା , ମୟୂରଭଞ୍ଜ, ଗଞ୍ଜାମ ଭଳି ବିଭିନ୍ନ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଥିଲେ । ଏହା ପରେ ଡିଆଇଜି ପଦକୁ ପଦୋନ୍ନତି ପାଇ ସେ ଡିଆଇଜି ବ୍ରହ୍ମପୁର, ଭୁବନେଶ୍ବର ଓ ଅତିରିକ୍ତ ପୋଲିସ କମିଶନର ଏବଂ ଡିଆଇଜି ସମ୍ବଲପୁର ଭାବେ କାର୍ଯ୍ୟ କରିଥିଲେ। ଏହା ସହ ସେ ବିଜୁ ପଟ୍ଟନାୟକ ପେୁଲିସ ଏକାଡେମୀର ନିର୍ଦ୍ଦେଶକ ଓ କ୍ରାଇମବ୍ରାଞ୍ଚ ଆଇଜି ଭାବେ କାର୍ଯ୍ୟ କରିଥିଲେ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ପରବର୍ତ୍ତି ସମୟରେ ଅତିରିକ୍ତ ଡିଜି ପଦକୁ ପଦୋନ୍ନତି ପାଇ ଭିଜିଲାନ୍ସ ନିର୍ଦ୍ଦେଶକ ଓ ପୁଲିସ କମିଶନର ଭାବେ କାର୍ଯ୍ୟ କରିଥିଲେ । ଓଡ଼ିଶା ପୁଲିସ ଜଣେ ଦକ୍ଷ ଅଫିସର ଭାବେ ପରିଗଣିତ ହେଉଥିବା ଓ୍ବାଇ ବି ଖୁରାନିଆ ନିଜ କାର୍ଯ୍ୟକାଳ ମଧ୍ୟରେ ଅନେକ ସଫଳତା ହାସଲ କରିଛନ୍ତି । ବିଶେଷ କରି ମୟୁରଭଞ୍ଜ ଏସପି ଭାବେ କାର୍ଯ୍ୟକରୁଥିବା ସମୟରେ ସେ ବହୁଚର୍ଚ୍ଚିତ ଅଷ୍ଟ୍ରେଲିୟ ଧର୍ମପ୍ରଚାରକ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ଶିଶୁପୁତ୍ର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କୁ ଧରିବାରେ ପ୍ରମୁଖ ଭୁମିକା ନେଇଥିଲେ । ସେହିଭଳି ଭାବେ ପୁଲିସ କମିଶନର ଭାବେ କାର୍ଯ୍ୟ କରିବା ସମୟରେ ସେ ଟୁଇନ ସିଟିକୁ ଅପରାଧି ମୁକ୍ତ କରିବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ ଏବଂ ଏହି କ୍ରମରେ ଡି ବ୍ରଦର୍ସ , ଟିଟୋ, ହାଇଦର ଭଳି କୁଖ୍ୟାତ ଅପରାଧୀଙ୍କ ଗ୍ୟାଙ୍ଗକୁ ସମୁଳେ ବିନାଶ ମଧ୍ୟ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର