ଓଡ଼ିଶା ଫୁଡ୍ ପ୍ରୋ ୨୦୨୨ କାର୍ଯ୍ଯକ୍ରମ ଉଦଘାଟିତ, ଖାଦ୍ୟ ପ୍ରକ୍ରିୟାକରଣକୁ ମିଳିବ ପ୍ରୋତ୍ସାହନ

The Sakala Picture
Published On

ଭୁବନେଶ୍ୱର: ଆରମ୍ଭ ହେଲା ଓଡ଼ିଶା ଫୁଡ୍ ପ୍ରୋ ୨୦୨୨। କାର୍ଯ୍ଯକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ଯକ୍ରମକୁ ଉଦଘାଟନ କରିଛନ୍ତି। ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି କାର୍ଯ୍ଯକ୍ରମ ଆରମ୍ଭ କରାଯାଇଛି। ରାଜ୍ୟ ବିକାଶରେ ଏହା ଏକ ନୂଆ ଯୁଗ ସୃଷ୍ଟି କରିବ। ଜାତୀୟ ଓ ଆନ୍ତର୍ଜାତିକ ମାନଚିତ୍ରରେ ଏହା ଏକ ବାର୍ଷିକ ଇଭେଣ୍ଟ ଭାବେ ପରିଗଣିତ ହେବ ବୋଲି କାର୍ଯ୍ଯକ୍ରମ ଉଦଘାଟନ ଅବସରରେ […]

ଭୁବନେଶ୍ୱର: ଆରମ୍ଭ ହେଲା ଓଡ଼ିଶା ଫୁଡ୍ ପ୍ରୋ ୨୦୨୨। କାର୍ଯ୍ଯକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ଯକ୍ରମକୁ ଉଦଘାଟନ କରିଛନ୍ତି। ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି କାର୍ଯ୍ଯକ୍ରମ ଆରମ୍ଭ କରାଯାଇଛି। ରାଜ୍ୟ ବିକାଶରେ ଏହା ଏକ ନୂଆ ଯୁଗ ସୃଷ୍ଟି କରିବ। ଜାତୀୟ ଓ ଆନ୍ତର୍ଜାତିକ ମାନଚିତ୍ରରେ ଏହା ଏକ ବାର୍ଷିକ ଇଭେଣ୍ଟ ଭାବେ ପରିଗଣିତ ହେବ ବୋଲି କାର୍ଯ୍ଯକ୍ରମ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: କାମ ଦେଲା ୪ ପିସିଆର୍‌‌ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି; ଭିଡ଼ହିଂସାରୁ ବର୍ତ୍ତିଗଲା ଯୁବକଙ୍କ ଜୀବନ

ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀ ଅତ୍ୟାଧୁନିକ ସପ୍ଲାଏ ଚେନରେ ଭାଗୀଦାର ହେବେ। ଦେଶ ଓ ବିଦେଶର କମ୍ପାନୀ ମାନଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଏହା ଆକୃଷ୍ଟ କରିବ। ସେଥିପାଇଁ ଏକାଠି ହୋଇ କାମ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅମଳ ପରବର୍ତ୍ତୀ ଫସଲ କ୍ଷତିକୁ ଏହା ଭରଣା କରିବ। ଯାହାଦ୍ବାରା ଚାଷୀ ଲାଭବାନ ହେବ।

ଆହୁରି ପଢ଼ନ୍ତୁ: ହଷ୍ଟେଲ ଛାତରୁ ଖସିପଡ଼ି ନାଇଜର ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ

ଏହି କାର୍ଯ୍ଯକ୍ରମରେ ଶକ୍ତି ଓ ଏମସଏମଇ ମନ୍ତ୍ରୀ ପ୍ରତାବ ଦେବ ଯୋଗ ଦେଇ କହିଛନ୍ତି, ଓଡ଼ିଶାରେ ସେହି ଶ୍ରେଣୀରେ ଏହା ପ୍ରଥମ। ବିଭାଗୀୟ କର୍ମଚାରୀଙ୍କ ପ୍ରଚେଷ୍ଟା ଦ୍ୱାରା ସଫଳ ହେବାକୁ ଯାଉଥିବା ଏହି କାର୍ଯ୍ଯକ୍ରମ ପାଇଁ ମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହା ବ୍ୟତୀତ କହିଛନ୍ତି, ଛୋଟ ନିବେଶକ ଏବଂ ଉଦ୍ୟୋଗ ପାଇଁ ଏହା ନୂଆ ସୁଯୋଗ ସୃଷ୍ଟି କରିବ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ପ୍ରିନ୍ସିପାଲ ସେକ୍ରେଟାରୀ ରଞ୍ଜନ ଚୋପ୍ରା ମଧ୍ୟ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ଆଗରେ ସମ୍ପର୍କ ତୁଚ୍ଛ: ସାନଭାଇକୁ ଚାପଡରେ ହାଣିଲା ବଡଭାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର