ବଢୁଛି ସଂକ୍ରମଣ, ୫ଶହ ମୁହାଁ ରାଜ୍ୟର କରୋନା ଗ୍ରାଫ୍‌

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ବଢି ଚାଲିଛି କରୋନା ସଂକ୍ରମଣ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି  ଚିନ୍ତାର କାରଣ ପାଲଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୬୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୮୫ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଗତକାଲିଠୁ ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ କମ୍‌ ଥିଲେ ମଧ୍ୟ ରାଜ୍ୟର କରୋନା ଗ୍ରାଫ୍‌ ଉପର […]

ଭୁବନେଶ୍ବର : ରାଜ୍ୟରେ ବଢି ଚାଲିଛି କରୋନା ସଂକ୍ରମଣ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି  ଚିନ୍ତାର କାରଣ ପାଲଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୬୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୮୫ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଗତକାଲିଠୁ ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ କମ୍‌ ଥିଲେ ମଧ୍ୟ ରାଜ୍ୟର କରୋନା ଗ୍ରାଫ୍‌ ଉପର ମୁହାଁ ହୋଇ ରହିବା ଭୟ ବଢାଇ ଦେଇଛି।

ଆହୁରି ପଢ଼ନ୍ତୁ: ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଚରମ ବିଫଳତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ


ଆଜି ରାଜ୍ୟରୁ ଚିହ୍ନଟ  ୪୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ  ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରୁ ସର୍ବାଧିକ ୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରୁ ୭୧, କଳାହାଣ୍ଡିରୁ ୨୯, କଟକରୁ ୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବରଗଡ଼ରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡ଼ାରୁ ୧୭, ଷ୍ଟେଟ୍ ପୁଲ୍ରୁ ୧୬, ବଲାଙ୍ଗିରରୁ ୧୫, ଗଞ୍ଜାମରୁ ୧୩, ଅନୁଗୁଳରୁ – ୧୨, ପୁରୀରୁ ୧୧, ମୟୂରଭଞ୍ଜରୁ ୧୦ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ସମ୍ବଲପୁରରୁ ୧୦, ଯାଜପୁର ଓ ନବରଙ୍ଗପୁରରୁ ୮ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


ସୂଚନାଯୋଗ୍ୟ  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୪୨୨୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୮୨୦ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୭୪୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୧୩୦୬୪୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp