ରାହୁଳ ଗାନ୍ଧୀଙ୍କ ସହ ଓଡ଼ିଶା କଂଗ୍ରେସ ନେତାଙ୍କ ଆଲୋଚନା: ନିଜ ଲାଗି ଲବି କଲେ ୪ ନେତା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ରାଜନୀତି ନାଟକ ଏବେ ଦିଲ୍ଲୀକୁ ସ୍ଥାନାନ୍ତରିତ। ଦଳର ସଭାପତି, ଅନେକ ପୂର୍ବତନ ସଭାପତି, ଛାମୁଆ ସଙ୍ଗଠନର ନେତା ଓ ବିଧାୟକମାନେ ଏବେ ଦିଲ୍ଲୀରେ। ଦଳର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଳ ଗାନ୍ଧୀଙ୍କ ସହ ଏହି ନେତାମାନେ ଗତକାଲି ସନ୍ଧ୍ୟାରେ ବ୍ୟକ୍ତିଗତ ଭାବରେ ଆଲୋଚନା କରିଛନ୍ତି। ଶ୍ରୀ ଗାନ୍ଧୀ ପ୍ରତ୍ୟେକ ନେତାଙ୍କ ସହ ନୂଆ ସଭାପତି କାହାକୁ କଲେ ଠିକ୍‍ ହେବ ଏବଂ ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ୨ରୁ ୩ ମିନିଟ୍‍ […]

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ରାଜନୀତି ନାଟକ ଏବେ ଦିଲ୍ଲୀକୁ ସ୍ଥାନାନ୍ତରିତ। ଦଳର ସଭାପତି, ଅନେକ ପୂର୍ବତନ ସଭାପତି, ଛାମୁଆ ସଙ୍ଗଠନର ନେତା ଓ ବିଧାୟକମାନେ ଏବେ ଦିଲ୍ଲୀରେ। ଦଳର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଳ ଗାନ୍ଧୀଙ୍କ ସହ ଏହି ନେତାମାନେ ଗତକାଲି ସନ୍ଧ୍ୟାରେ ବ୍ୟକ୍ତିଗତ ଭାବରେ ଆଲୋଚନା କରିଛନ୍ତି। ଶ୍ରୀ ଗାନ୍ଧୀ ପ୍ରତ୍ୟେକ ନେତାଙ୍କ ସହ ନୂଆ ସଭାପତି କାହାକୁ କଲେ ଠିକ୍‍ ହେବ ଏବଂ ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ୨ରୁ ୩ ମିନିଟ୍‍ ପର୍ଯ୍ୟନ୍ତ ଆଲୋଚନା କରିଛନ୍ତି। ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାହୁଳଙ୍କ ସହ ଆଲୋଚନା ସମୟରେ ୪ ଜଣ ନେତା ସଭାପତି ପଦ ଲାଗି ନିଜ ପାଇଁ ଲବି କରିଛନ୍ତି। ସେହିପରି କିଛି ବରିଷ୍ଠ ନେତା ନିର୍ଦ୍ଦିଷ୍ଟ ବିଧାୟକଙ୍କୁ ସଭାପତି କରାଯିବା ସପକ୍ଷରେ ଯୁକ୍ତି ଉପସ୍ଥାପିତ କରିଛନ୍ତି। ତେବେ ଏ ସମ୍ପର୍କରେ ରାହୁଳ କୌଣସି ମନ୍ତବ୍ୟ ନ ଦେଇ ଦଳୀୟ ନେତାମାନଙ୍କୁ ଏକ ହୋଇ ଶୃଙ୍ଖଳିତ ଭାବରେ କାମ କରିବାକୁ ପରାମର୍ଶ ଦେଇଛନ୍ତି। ପିସିସି ସଭାପତି ମନୋନୟନ ପ୍ରସଙ୍ଗରେ ପ୍ରଭାରୀମାନଙ୍କ ସହ ଆଲୋଚନା ହୋଇଛି, ଆପଣମାନଙ୍କ ମତାମତ ଉପରେ ଖୁବ୍‍ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ କଂଗ୍ରେସ ନେତାଙ୍କୁ ଆଶ୍ୱାସନା ଦେଇଛନ୍ତି ରାହୁଳ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଏଆଇସିସି ସିଡବ୍ଲ୍ୟୁସି ବୈଠକ ପରେ ରାହୁଲ ଗାନ୍ଧୀ ଓଡ଼ିଶାର କଂଗ୍ରେସ ବିଧାୟକ, ପୂର୍ବତନ ପିସିସି ସଭାପତି ଏବଂ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଛନ୍ତି। କେଉଁ କାର୍ଯ୍ୟ ପନ୍ଥା ବା ରାଜନୈତିକ କାର୍ଯ୍ୟକ୍ରମ ଗ୍ରହଣ କଲେ ଓଡ଼ିଶାରେ ଦଳର ସ୍ଥିତି ସୁଧାରିବ। ବର୍ତ୍ତମାନ ପରିସ୍ଥିତିରେ କାହାକୁ ପିସିସି ଦାୟିତ୍ୱ ଦିଆଯିବା ଉଚିତ। ଏହି ୨ଟି ପ୍ରଶ୍ନ ରାହୁଲ ସବୁ କଂଗ୍ରେସ ନେତାଙ୍କୁ ପଚାରିଥିଲେ। ଏଆଇସିସି ଓଡ଼ିଶାରେ ପିସିସି ସଭାପତି ପରିବର୍ତ୍ତନ କରିବା ଆପାତତଃ ଚୂଡ଼ାନ୍ତ ହୋଇଥିବା ବେଳେ ରାଜ୍ୟ କଂଗ୍ରେସ ନେତାଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିଛନ୍ତି। ସୂଚନା ଅନୁସାରେ ରାହୁଲ ଗାନ୍ଧୀ ପ୍ରାୟ ୮ଜଣ ନେତାଙ୍କୁ ପିସିସି ସଭାପତି ହେବାକୁ ଆଗ୍ରହୀ କି ବୋଲି ପଚାରିଥିବା ଜଣାପଡ଼ିଛି। ତନ୍ମଧ୍ୟରୁ ପାଖାପାଖି ୫ ଜଣ ନେତା ସଭାପତି ହେବା ନିମନ୍ତେ ନିଜର ଆଗ୍ରହ ବ୍ୟକ୍ତ କରିଛନ୍ତି। ଦୁଇଜଣ ବରିଷ୍ଠ ବିଧାୟକ କୌଣସି ପରିସ୍ଥିତିରେ ଶରତ ପଟ୍ଟନାୟକଙ୍କୁ ନ କରିବା ପାଇଁ ରାହୁଳଙ୍କ ନିକଟରେ ମତ ରଖିଛନ୍ତି। ଅନ୍ୟପକ୍ଷରେ ଉପକୂଳ ଅଞ୍ଚଳର ଜଣେ ବିଧାୟକଙ୍କ ସପକ୍ଷରେ କେତେକ ନେତା ମତ ରଖିଥିବା ଆଲୋଚନା ହେଉଛି। ମାତ୍ର ଏନେଇ କୌଣସି ନେତା ସ୍ପଷ୍ଟ ଭାବରେ କିଛି କହିବାକୁ ଚାହିଁ ନାହାନ୍ତି। ଆଲୋଚନା ପରେ ରାହୁଲ ଗାନ୍ଧୀ ରାଜ୍ୟ କଂଗ୍ରେସ ନେତାଙ୍କ ସହ ଏକ ଫଟୋ ଉଠାଇଥିଲେ। ଏହି ଫଟୋ ଉଠାଇବା ସମୟରେ ପୂର୍ବତନ କାର୍ଯ୍ୟକାରୀ ସଭାପତି ଭକ୍ତ ଚରଣ ଦାସ ଅନୁପସ୍ଥିତ ରହିବା ଭିନ୍ନ ବାର୍ତ୍ତା ଦେଉଛି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ଅନ୍ୟଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାହୁଲ ଗାନ୍ଧୀ ବିହାର ଦାୟିତ୍ୱରୁ ଭକ୍ତଙ୍କୁ ଅପସାରିତ କରି ଓଡ଼ିଶାର ସାଙ୍ଗଠନିକ ଦାୟିତ୍ୱ ଦେବା ନେଇ ବିଚାର କରିପାରନ୍ତି। ପୁନଶ୍ଚ ମହମ୍ମଦ ମୋକ୍କିମ ପ୍ରଥମ ଥର ବିଧାୟକ ଏବଂ ସପ୍ତଗିରି ଉଲ୍ଲାକା ୧ମ ଥର ସାଂସଦ ହୋଇଥିବାରୁ ତାଙ୍କୁ ଶୀର୍ଷ ସାଙ୍ଗଠନିକ ଦାୟିତ୍ୱ ଦେବା ନେଇ ଏଆଇସିସିସ୍ତରରେ ମତୈକ ଆସିପାରୁ ନାହିଁ। ବରିଷ୍ଠ ନେତାମାନଙ୍କ ମତାମତ ବିଧାୟକମାନଙ୍କ ମତାମତ ଠାରୁ ଭିନ୍ନ ରହୁଥିବାରୁ ସର୍ବସମ୍ମତ ପିସିସି ସଭାପତି ନିଯୁକ୍ତି ନେଇ କୌଣସି ନିର୍ଯ୍ୟାସ ବାହାରି ନାହିଁ। ଏହାବ୍ୟତୀତ ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ର ଏବଂ ମୁଖ୍ୟ ସଚେତକ ପଦରୁ ତାରା ପ୍ରସାଦ ବାହିନୀପତି ଇସ୍ତଫା ଦେବା ପ୍ରସଙ୍ଗରେ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଅବଗତ କରାଯାଇଥିବାରୁ ଏହି ଦୁଇ ପଦରେ କାହାକୁ ଅବସ୍ଥାପିତ କରାଯିବ ତାହା ଏଯାଏ ନିର୍ଣ୍ଣୟ ହୋଇନାହିଁ। ତେବେ ଏ ନେଇ ଖୁବ୍‍ ଶୀଘ୍ର ନିଷ୍ପତ୍ତି ନିଆଯାଇପାରେ ବୋଲି ଦଳର ସଭାପତି ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ପ୍ରଭାରୀ ଚେଲ୍ଲା କୁମାର, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ବିଧାୟକ ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି, ସୁର ରାଉତରାୟ, ରମେଶ ଜେନା, ଦାସରଥି ଗମାଙ୍ଗୋ, ସିଏସ୍‍ ରାଜନ୍‍ ଏକ୍କା,ଅଧିରାଜ ପାଣିଗ୍ରାହୀ, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକ୍କିମ, ଏମପି ସପ୍ତଗିରୀ ଉଲ୍ଲାକା, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପୂର୍ବତନ ବିଧାୟକ ଶରତ ରାଉତ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ଏବଂ ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଗତକାଲି ରାହୁଳଙ୍କ ସହ ଦିଲ୍ଲୀରେ ଆଲୋଚନା କରିଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର