୭୮ ବର୍ଷରେ ନବୀନ: ଓଡ଼ିଶା ପ୍ରଗତିର ଅପ୍ରତିମ ବିନ୍ଧାଣି, ରାଜ୍ୟବାସୀ ତାଙ୍କ ମଥାରେ ଦେଇଛନ୍ତି ଅପରାଜେୟର ବିଜୟ ତିଳକ

The Sakala Picture
Published On

କ୍ଷମତା ରାଜନୀତିର ସମ୍ଭ୍ରାନ୍ତ ଅଳିନ୍ଦରେ ଆତଯାତ ହୋଇ ସୁଦ୍ଧା ରାଜନୀତିରୁ ନିରାପଦ ଦୂରତା ଅବଲମ୍ବନ କରୁଥିବା ନବୀନଙ୍କ ପ୍ରତ୍ୟକ୍ଷ ରାଜନୀତିର ପ୍ରବେଶ ପ୍ରସଙ୍ଗ ଏକ ସମୟରେ ଥିଲା ଅକଳ୍ପନୀୟ। ଆକସ୍ମିକ ଭାବରେ ରାଜନୀତିରେ ପ୍ରବେଶ କରିଥିବା ନବୀନ ଇତିମଧ୍ୟରେ ପୂରଣ କରିଛନ୍ତି ରାଜନୈତିକ ଜୀବନର ଅପରାଜେୟ ୨୬ ବର୍ଷ। ଜୀବନର ୭୭ତମ ଶରତ ଅତିକ୍ରମ ସହ ସାରା ଦେଶରେ ସୃଷ୍ଟି କରିଛନ୍ତି ନୂଆ ଇତିହାସ। ଦୀର୍ଘ ଅବଧି କ୍ଷମତାସୀନ ଜୀବିତ ମୁଖ୍ୟମନ୍ତ୍ରୀ ସୂଚୀରେ ନବୀନ ସମ୍ପ୍ରତି ଦେଶର […]

କ୍ଷମତା ରାଜନୀତିର ସମ୍ଭ୍ରାନ୍ତ ଅଳିନ୍ଦରେ ଆତଯାତ ହୋଇ ସୁଦ୍ଧା ରାଜନୀତିରୁ ନିରାପଦ ଦୂରତା ଅବଲମ୍ବନ କରୁଥିବା ନବୀନଙ୍କ ପ୍ରତ୍ୟକ୍ଷ ରାଜନୀତିର ପ୍ରବେଶ ପ୍ରସଙ୍ଗ ଏକ ସମୟରେ ଥିଲା ଅକଳ୍ପନୀୟ। ଆକସ୍ମିକ ଭାବରେ ରାଜନୀତିରେ ପ୍ରବେଶ କରିଥିବା ନବୀନ ଇତିମଧ୍ୟରେ ପୂରଣ କରିଛନ୍ତି ରାଜନୈତିକ ଜୀବନର ଅପରାଜେୟ ୨୬ ବର୍ଷ। ଜୀବନର ୭୭ତମ ଶରତ ଅତିକ୍ରମ ସହ ସାରା ଦେଶରେ ସୃଷ୍ଟି କରିଛନ୍ତି ନୂଆ ଇତିହାସ। ଦୀର୍ଘ ଅବଧି କ୍ଷମତାସୀନ ଜୀବିତ ମୁଖ୍ୟମନ୍ତ୍ରୀ ସୂଚୀରେ ନବୀନ ସମ୍ପ୍ରତି ଦେଶର ଏକମାତ୍ର ନେତା। ସାମାଜିକ ଗଣମାଧ୍ୟମରେ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ଅକଳନ ଏବଂ ଜାତୀୟ ଗଣମାଧ୍ୟମର ଆକଳନ ଅନୁସାରେ ରାଜ୍ୟରେ ସବୁଠୁ ଲୋକପ୍ରିୟ। ରାଜ୍ୟର ୫୫%ରୁ ଊର୍ଦ୍ଧ୍ବ ଭୋଟ ତାଙ୍କ ଦଳ ବିଜେଡି ସପକ୍ଷରେ ଏବଂ ୭୦%ରୁ ଊର୍ଦ୍ଧ୍ବ ଓଡ଼ିଆ ତାଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହାନ୍ତି। ଗତ ୨୬ ବର୍ଷ ଧରି ତାଙ୍କ ଉପରେ ରାଜ୍ୟବାସୀଙ୍କ ପ୍ରଚଣ୍ଡ ଆଶୀର୍ବାଦରେ ଟିକିଏ ବି ଊଣା ହୋଇ ନାହିଁ ଏବଂ ନବୀନ ପୁଣି ଷଷ୍ଠଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି। ଦୂରଦର୍ଶୀ ନେତୃତ୍ୱ ତାଙ୍କୁ କରିଛି ଓଡ଼ିଶା ପ୍ରଗତିର ଅପ୍ରତିମ ବିନ୍ଧାଣି, ଅନ୍ୟପକ୍ଷରେ ରାଜ୍ୟବାସୀ ତାଙ୍କ ମଥାରେ ଦେଇଛନ୍ତି ଅପରାଜେୟର ବିଜୟ ତିଳକ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଓଡ଼ିଶା ବିକାଶର ଅଗ୍ରସାରଥୀ ବିଜୁବାବୁ ଏକ ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନର ସ୍ୱପ୍ନ ଦେଖିଥିଲେ। ମହିଳାଙ୍କୁ ସ୍ୱାବଲମ୍ବୀ, ଯୁବକମାନଙ୍କୁ ଆତ୍ମନିର୍ଭର କରିବା ଲାଗି ସେ ଗ୍ରହଣ କରିଥିଲେ ନୂଆ ପଦକ୍ଷେପ। ତାଙ୍କ ଅବର୍ତ୍ତମାନରେ ବିଜୁଙ୍କ ପଦାଙ୍କ ଅନୁସରଣ କରି ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନକୁ ଉଜାଗର ଲାଗି ଅଗ୍ରସର ହୋଇଛନ୍ତି ନବୀନ। ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ କେନ୍ଦ୍ରର ଆଭିମୁଖ୍ୟ ବିରୋଧରେ ନିଜର ନିଷ୍କମ୍ପ ଓ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ଅପରପକ୍ଷରେ ଦେଶ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ କେନ୍ଦ୍ରକୁ ଦେଇଛନ୍ତି ଅକୁଣ୍ଠ ସମର୍ଥନ। ତୃଣମୂଳସ୍ତରରେ ମିଶନ ଶକ୍ତି ଜରିଆରେ ରାଜ୍ୟର ୭୦ ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ବୀ କରି ସେମାନଙ୍କର ଜୀବନଧାରଣରେ ଉନ୍ନତି ଆଣିବାକୁ ନିଆଯାଇଥିବା ପଦକ୍ଷେପ ସାଙ୍ଗକୁ ଲୋକସଭା ନିର୍ବାଚନରେ ଏକ ତୃତୀୟାଂଶ ମହିଳାଙ୍କୁ ସୁଯୋଗ ଦେଇ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ। ଚାଷର ଉନ୍ନତି ଓ ଚାଷୀଙ୍କ ଆୟ ବୃଦ୍ଧି ନିମନ୍ତେ ଲକ୍ଷ୍ୟଭେଦୀ ଯୋଜନା ପ୍ରସ୍ତୁତ କରିଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟ ବଜେଟ୍‌‌ ବୃଦ୍ଧି କରାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସେବାର ଗ୍ୟାରେଣ୍ଟି ଦେଇଛନ୍ତି। ପ୍ରଶାସନିକ ଶୃଙ୍ଖଳା, ଦଳୀୟ ଅନୁଶାସନ ଓ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତାକୁ ଗୁରୁତ୍ୱ ଦେଇଛନ୍ତି ନବୀନ। ପରିଣତିସ୍ୱରୂପ ଦଳରୁ ବାଦ ପଡ଼ିଛନ୍ତି ବହୁ ବଡ଼ ନେତା, ସରକାରରୁ ବାଦ ପଡ଼ିଛନ୍ତି ବହୁ ମନ୍ତ୍ରୀ, ପ୍ରଶାସନରୁ ବିଦା ହୋଇଛନ୍ତି ଶତାଧିକ ଅଧିକାରୀ। ‘ଆପଣମାନେ ଖୁସି ତ? ମୁଁ ବି ଖୁସି’ର ସ୍ଲୋଗାନ ଦେଇ ନିଜର କୋମଳ ହୃଦୟର ପରିଚୟ ଦେଇଛନ୍ତି। ଲୋକଙ୍କ ଖୁସିରେ ବିଭୋର ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

‘ମୋ ସରକାର’ ଓ ‘୫-ଟି’ ନବୀନଙ୍କ ଶାସନର ଦୁଇ ପ୍ରମୁଖ ଦିଗରେ ପରିଣତ ହୋଇଛି। ସାଧାରଣ ସେବାକୁ ଲୋକଙ୍କ ନିକଟତର ହୋଇପାରିଛି। ପ୍ରଶାସନରେ ଆସିଛି ସ୍ୱଚ୍ଛତା, କଠୋର ହୋଇଛି ଦୁର୍ନୀତି ବିରୋଧୀ ଆଭିମୁଖ୍ୟ। ଲୋକଙ୍କ ଭାବାବେଗକୁ ସମ୍ମାନ ଦେଇ ରାଜ୍ୟର ଧାର୍ମିକ ଓ ଐତିହ୍ୟ ସମ୍ପନ୍ନ ସ୍ଥାନର ବିକାଶ ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଧାର୍ମିକ ପୀଠର ଶ୍ରୀବୃଦ୍ଧି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସ୍ୱାସ୍ଥ୍ୟ ସେବାର ବିକାଶ ନିମନ୍ତେ ରାଜ୍ୟରେ ପ୍ରାୟ ଅଧ ଡ଼ଜନ ନୂଆ ଡାକ୍ତରଖାନା ନିର୍ମାଣ କରାଯାଇଛି। ଆହୁରି ଅଧ ଡ଼ଜନେ ମେଡ଼ିକାଲ କଲେଜ ସ୍ଥାପନ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। କଟକ ବଡ଼ ଡାକ୍ତରଖାନାକୁ ଏମ୍ସ ପ୍ଲସ ମାନ୍ୟତା ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ଥାପନ ହୋଇଛି ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ। ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ନିବେଶକଙ୍କ ପାଇଁ ବିଛା ଯାଇଛି ଲାଲ ଗାଲିଚା, ପରିଣତିସ୍ୱରୂପ ଦେଶର ସବୁଠୁ ଅଧିକ ପୁଞ୍ଜି ଓଡ଼ିଶାକୁ ଆସିବା ରାସ୍ତା ସୁଗମ ହୋଇଛି। ଆଇଟି, ଶିକ୍ଷା, ଆତିଥେୟତା, ସ୍ୱାସ୍ଥ୍ୟ ହବ୍‌‌ ଭାବରେ ସାରା ପୂର୍ବଭାରତରେ ଓଡ଼ିଶା ପରିଚିତି ଲାଭ କରିଛି। ଲୋକଙ୍କ ପାଖରେ ପହଞ୍ଚିଛି ପ୍ରଶାସନ। ସିଏମ୍‌‌ଓ ପ୍ରତ୍ୟେକ ଜିଲ୍ଲା ବୁଲି ଲୋକଙ୍କଠାରୁ ମତାମତ ସଂଗ୍ରହ କରିଛି; ଆପତ୍ତି ଓ ଅଭିଯୋଗ ଗ୍ରହଣ କରିଛି। ଜନ ପ୍ରସ୍ତାବ ଆଧାରରେ ‘ଆମ ଓଡ଼ିଶା-ନବୀନ ଓଡ଼ିଶା’ ଯୋଜନାରେ ପ୍ରସ୍ତୁତ ହୋଇଛି ବିକାଶ କାର୍ଯ୍ୟର ସୂଚୀପତ୍ର। ରାଜ୍ୟର ସମୃଦ୍ଧି ନିମନ୍ତେ ଆରମ୍ଭ ହୋଇଛି ‘ଲକ୍ଷ୍ମୀ’ର ଜୟଯାତ୍ରା।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଅନ୍ୟପକ୍ଷରେ ବିପର୍ଯ୍ୟୟ ପରିଚାଳନାରେ ନବୀନ ହୋଇଛନ୍ତି ଅପ୍ରତିଦ୍ୱନ୍ଦ୍ୱୀ ମହାଯୋଦ୍ଧା। ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ନବୀନ ଆନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ହୋଇଛନ୍ତି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ନବୀନଙ୍କୁ ପ୍ରଶଂସା କରିଛି। ମହାମାରୀର ଉପଯୁକ୍ତ ପରିଚାଳନା ଓ ଆପଦକାଳରେ ପଶୁପକ୍ଷୀଙ୍କ ନିମନ୍ତେ ଖାଦ୍ୟ ପାନୀୟ ବ୍ୟବସ୍ଥା କରି ଓଡ଼ିଶା ସୃଷ୍ଟି କରିଛି ଅନନ୍ୟ ପରିଚୟ। ଏଥିଲାଗି ‘ପେଟା’ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯାଇଛି। କ୍ରୀଡ଼ାର ପରିଚାଳନା ଓ କ୍ରୀଡ଼ା ବିକାଶରେ ନବୀନଙ୍କ ଉଦ୍ୟମ ଓ ଅବଦାନକୁ ସ୍ୱୀକୃତି ଦେଇଛି ସ୍ପୋର୍ଟସଷ୍ଟାର। କ୍ରୀଡ଼ା ବିକାଶରେ ଦଶନ୍ଧିର ଶ୍ରେଷ୍ଠ ରାଜ୍ୟ ଭାବରେ ଓଡ଼ିଶାକୁ ମାନ୍ୟତା ମିଳିଛି। କ୍ରୀଡ଼ା ରାଜଧାନୀ ଭାବରେ ଓଡ଼ିଶା ସାରା ଦେଶର ମାନ୍ୟତା ପାଇଛି। ହକିର ପୃଷ୍ଠପୋଷକତା ଦେଶ ପାଇଁ ଆଣିଛି ଅଲିମ୍ପିକ୍ସ ମେଡ଼ାଲ। ଏସିଆଡ଼ରେ ହକିକୁ ମିଳିଛି ସ୍ୱର୍ଣ୍ଣ, ଓଡ଼ିଶାର କ୍ରୀଡ଼ାବିତ୍‌‌ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ରାଜ୍ୟ ତଥା ଦେଶକୁ ଗର୍ବିତ କରିଛନ୍ତି। ଜାତୀୟ ରାଜନୀତିରେ ନବୀନଙ୍କ ଜାଜୁଲ୍ୟମାନ ପ୍ରଭା ଓ ପ୍ରତିଷ୍ଠା ପ୍ରଶଂସିତ ହୋଇଛି। ବିଭିନ୍ନ ସମୟରେ ବିଭିନ୍ନ ଜାତୀୟ ପତ୍ରିକା ଦ୍ୱାରା ସର୍ଭେରେ ସେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ସ୍ୱୀକୃତି ପାଇଛନ୍ତି। ବିଭିନ୍ନ ଜାତୀୟ ଗଣମାଧ୍ୟମ ତାଙ୍କୁ ଦେଇଛି ଦେଶର ଶ୍ରେଷ୍ଠ ପ୍ରଶାସକ ମାନ୍ୟତା। ତାଙ୍କର ବିଭିନ୍ନ ପ୍ରଶାସନିକ ସଂସ୍କାର ଜାତୀୟସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇଛି। ଏହା ସହିତ ଆଉଟଲୁକ୍‌‌ ଓ ଇଣ୍ଡିଆ ଟୁଡ଼େ ପରି ଜାତୀୟ ପତ୍ରିକା ଓ ସଙ୍ଗଠନ ପକ୍ଷରୁ ତାଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ, ଶ୍ରେଷ୍ଠ ପ୍ରଶାସକ, ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ସେଇଥିପାଇଁ ନବୀନ ଭିନ୍ନ, ଅନନ୍ୟ, ଅପ୍ରତିମ, ଅପରାଜେୟ।

ପାଳିବେନି ଜନ୍ମଦିନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନିଜର ଜନ୍ମଦିନ ପାଳିବେ ନାହିଁ। ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟାଙ୍କ ବିୟୋଗ ହୋଇଥିବାରୁ, ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମ ଦିବସ ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ତେଣୁ ସୋମବାର ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର