ବାହୁଡ଼ାରେ ଘଟିଥିବା ଅଘଟଣ ସମ୍ପର୍କରେ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହିତ ଟେଲିଫୋନ ଯୋଗେ କଥା ହେଲେ ନବୀନ

The Sakala Picture
Published On

ଭୁବନେଶ୍ୱର: ତ୍ରିପୁରାରେ ବାହୁଡ଼ାରେ ଘଟିଥିବା ଅଘଟଣ ସମ୍ପର୍କରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହାଙ୍କ ସହିତ ଟେଲିଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତ ବ୍ୟକ୍ତିଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ଏଭଳି ଦୁଃଖଦ ସମୟରେ ତ୍ରିପୁରାର ଲୋକଙ୍କ ପାଇଁ ଓଡ଼ିଶାବାସୀ ସହଯୋଗର ହାତ ବଢାଇବେ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ତ୍ରିପୁରା ସରକାରକୁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ […]

ଭୁବନେଶ୍ୱର: ତ୍ରିପୁରାରେ ବାହୁଡ଼ାରେ ଘଟିଥିବା ଅଘଟଣ ସମ୍ପର୍କରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହାଙ୍କ ସହିତ ଟେଲିଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତ ବ୍ୟକ୍ତିଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ଏଭଳି ଦୁଃଖଦ ସମୟରେ ତ୍ରିପୁରାର ଲୋକଙ୍କ ପାଇଁ ଓଡ଼ିଶାବାସୀ ସହଯୋଗର ହାତ ବଢାଇବେ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ତ୍ରିପୁରା ସରକାରକୁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଗଞ୍ଜାମ ଜିଲ୍ଲା ଛତ୍ରପୁର ରେଳ ଷ୍ଟେସନରୁ ୪ ନାବାଳକ ଉଦ୍ଧାର, ଶିଶୁ ଚାଲାଣ ସନ୍ଦେହରେ ୨ ଦଲାଲ୍ ଅଟକ

ମୃତକ କିମ୍ବା ଆହତଙ୍କ ଭିତରେ ଓଡ଼ିଶାରୁ କୌଣସି ବ୍ୟକ୍ତି ଥିବାର ସନ୍ଦେହ କରି ସଂସ୍କୃତି ନିର୍ଦ୍ଦେଶକଙ୍କୁ ତ୍ରିପୁରା ପଠାଯାଇଛି । ଯଦି କୌଣସି ଓଡ଼ିଆ ସେଠାରେ ଥାନ୍ତି, ତେବେ ତାଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଯିବ । ଏହାସହ ତ୍ରିପୁରାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବେ ସଂସ୍କୃତି ନିର୍ଦ୍ଦେଶକ । ଗତକାଲି ତ୍ରିପୁରା ଉନାକୁଟି ଜିଲ୍ଲାର କୁମରଘାଟରେ ଘଟିଥିଲା ଅଭାବନୀୟ ଘଟଣା । ରଥଟାଣୁ ଟାଣୁ ଜିଅନ୍ତା ଜଳିଯାଇଥିଲେ ଶ୍ରଦ୍ଧାଳୁ ।

ଆହୁରି ପଢ଼ନ୍ତୁ: ନୂଆ ଭୋଟରଙ୍କ ପାଇଁ ନିର୍ବାଚନ କମିଶନଙ୍କ ବଡ଼ ନିୟମ: ଭୋଟର ତାଲିକାରେ ନାମ ସାମିଲ ପାଇଁ ବାଧ୍ୟତାମୂଳକ ହେଲା ପିତାମାତାଙ୍କ 'ଏସ୍‌ଆଇଆର୍' (SIR) ତଥ୍ୟ

୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାଫଳରେ କରେଣ୍ଟ ଲାଗି ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନାରେ ଅନ୍ୟଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ସୀମା ପୌଲ, ସୁସ୍ମିତା ଦାସ, ରୁପକ ଦାସ, ସୁମା ବିଶ୍ବାସ, ରୁହାନ ଦାସ, ଶାନ ମଲକର, ପ୍ରିୟଙ୍କା ଘୋଷ । ମୃତକଙ୍କ ମଧ୍ୟରେ ୩ଜଣ ୯ବର୍ଷର ପିଲା ରହିଥିବା ସୂଚନା ମିଳିଛି । ସେହିପରି ୧୦ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ମହାପ୍ରଭୁଙ୍କ ପବିତ୍ର ନବଯୌବନ ଦର୍ଶନ, ଦୀର୍ଘ ୧୪ ଦିନ ପରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଦର୍ଶନ କରିବେ ଶ୍ରଦ୍ଧାଳୁ

29 Jun 2023 By The Sakala

ବାହୁଡ଼ାରେ ଘଟିଥିବା ଅଘଟଣ ସମ୍ପର୍କରେ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହିତ ଟେଲିଫୋନ ଯୋଗେ କଥା ହେଲେ ନବୀନ

ଭୁବନେଶ୍ୱର: ତ୍ରିପୁରାରେ ବାହୁଡ଼ାରେ ଘଟିଥିବା ଅଘଟଣ ସମ୍ପର୍କରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହାଙ୍କ ସହିତ ଟେଲିଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତ ବ୍ୟକ୍ତିଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ଏଭଳି ଦୁଃଖଦ ସମୟରେ ତ୍ରିପୁରାର ଲୋକଙ୍କ ପାଇଁ ଓଡ଼ିଶାବାସୀ ସହଯୋଗର ହାତ ବଢାଇବେ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ତ୍ରିପୁରା ସରକାରକୁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୃତକ କିମ୍ବା ଆହତଙ୍କ ଭିତରେ ଓଡ଼ିଶାରୁ କୌଣସି ବ୍ୟକ୍ତି ଥିବାର ସନ୍ଦେହ କରି ସଂସ୍କୃତି ନିର୍ଦ୍ଦେଶକଙ୍କୁ ତ୍ରିପୁରା ପଠାଯାଇଛି । ଯଦି କୌଣସି ଓଡ଼ିଆ ସେଠାରେ ଥାନ୍ତି, ତେବେ ତାଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଯିବ । ଏହାସହ ତ୍ରିପୁରାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବେ ସଂସ୍କୃତି ନିର୍ଦ୍ଦେଶକ । ଗତକାଲି ତ୍ରିପୁରା ଉନାକୁଟି ଜିଲ୍ଲାର କୁମରଘାଟରେ ଘଟିଥିଲା ଅଭାବନୀୟ ଘଟଣା । ରଥଟାଣୁ ଟାଣୁ ଜିଅନ୍ତା ଜଳିଯାଇଥିଲେ ଶ୍ରଦ୍ଧାଳୁ ।

୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାଫଳରେ କରେଣ୍ଟ ଲାଗି ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନାରେ ଅନ୍ୟଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ସୀମା ପୌଲ, ସୁସ୍ମିତା ଦାସ, ରୁପକ ଦାସ, ସୁମା ବିଶ୍ବାସ, ରୁହାନ ଦାସ, ଶାନ ମଲକର, ପ୍ରିୟଙ୍କା ଘୋଷ । ମୃତକଙ୍କ ମଧ୍ୟରେ ୩ଜଣ ୯ବର୍ଷର ପିଲା ରହିଥିବା ସୂଚନା ମିଳିଛି । ସେହିପରି ୧୦ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର