କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀ: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପରେ ବିରୋଧୀ ଶିବିରରେ ଛନକା
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିରୁ ପ୍ରାର୍ଥୀ ହେବା ନେଇ ଘୋଷଣା ହେବା ପରେ ଏବେ ଅନ୍ୟ ଦୁଇ ରାଜନୈତିକ ଦଳ କଂଗ୍ରେସ ଓ ବିଜେପିର ଅଙ୍କ ବିଗିଡ଼ି ଯାଇଥିବା ଚର୍ଚ୍ଚା ହେଉଛି। ଏହି ଆସନ ପାଇଁ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡିର ଏହି ମାଷ୍ଟର୍ଷ୍ଟ୍ରୋକ୍ ସମସ୍ତଙ୍କୁ ଚକିତ କରିଛି। ସବୁବେଳେ ନୂଆ ସମୀକରଣ ସୃଷ୍ଟି ହେଉଥିବା ଏହି ନିର୍ବାଚନମଣ୍ଡଳୀରେ ଚଳିତଥର ପାଇଁ ପୁଣି […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିରୁ ପ୍ରାର୍ଥୀ ହେବା ନେଇ ଘୋଷଣା ହେବା ପରେ ଏବେ ଅନ୍ୟ ଦୁଇ ରାଜନୈତିକ ଦଳ କଂଗ୍ରେସ ଓ ବିଜେପିର ଅଙ୍କ ବିଗିଡ଼ି ଯାଇଥିବା ଚର୍ଚ୍ଚା ହେଉଛି। ଏହି ଆସନ ପାଇଁ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡିର ଏହି ମାଷ୍ଟର୍ଷ୍ଟ୍ରୋକ୍ ସମସ୍ତଙ୍କୁ ଚକିତ କରିଛି। ସବୁବେଳେ ନୂଆ ସମୀକରଣ ସୃଷ୍ଟି ହେଉଥିବା ଏହି ନିର୍ବାଚନମଣ୍ଡଳୀରେ ଚଳିତଥର ପାଇଁ ପୁଣି ଏକ ନୂଆ ସମୀକରଣ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି।
କଣ୍ଟାବାଞ୍ଜି ଆସନଟି ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ। ପ୍ରତି ନିର୍ବାଚନରେ ଏଠାରେ ନୂଆ ସମୀକରଣ ଦେଖିବାକୁ ମିଳିଥାଏ। ଏମିତିରେ ଚଳିତ ନିର୍ବାଚନରେ ଏହି ଆସନରୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବା ଘୋଷଣା ପରେ ବିଜେଡିରେ ଉତ୍ସାହ ଦେଖିବାକୁ ମିଳିଛି। କିନ୍ତୁ ବିରୋଧୀ ଶିବିରରେ ଏବେ ଭାଳେଣି ପଡ଼ିଥିବା ଚର୍ଚ୍ଚା ହେଉଛି। ଏହି ଆସନରୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ କଂଗ୍ରେସର ସନ୍ତୋଷ ସିଂ ସାଲୁଜା ଓ ବିଜେପିର ଲକ୍ଷ୍ମଣ ବାଗ। ଦୁଇଜଣ ଯାକ ରାଜ୍ୟ ରାଜନୀତିରେ ବରିଷ୍ଠ ନେତା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ ମଇଦାନରେ ଟକ୍କର୍ ଦେବା ସେମାନଙ୍କ ପାଇଁ ଅଗ୍ନିପରୀକ୍ଷା ହେବ ବୋଲି କୁହାଯାଉଛି।
କଣ୍ଟାବାଞ୍ଜି ଏନଏସି, ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ୍କୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀରେ ୩୩୪ଟି ମତଦାନ କେନ୍ଦ୍ର ରହିଛି। ନିର୍ବାଚନମଣ୍ଡଳୀରେ ସମୁଦାୟ ୨ଲକ୍ଷ ୭୪ ହଜାର ୬୯ମତଦାତା ରହିଥିବା ବେଳେ ଏଥିରେ ୧ଲକ୍ଷ ୩୮ ହଜାର ୭୫୦ ପୁରୁଷ, ୧ ଲକ୍ଷ ୩୫ ହଜାର ୨୪୭ ମହିଳା ଓ ୭୨ ଭିନ୍ନ ବର୍ଗର ଭୋଟର ରହିଛନ୍ତି। ଚଳିତ ନିର୍ବାଚନରେ ୬୩୮୮ଜଣ ନୂଆ ଭୋଟର ରହିଥିବା ବେଳେ ୩୮୫୬ଜଣ ଭିନ୍ନକ୍ଷମ ଭୋଟର ରହିଛନ୍ତି। ଗତ ନିର୍ବାଚନଗୁଡ଼ିକରେ ଏହି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରତି ନିର୍ବାଚନରେ ଭିନ୍ନ ସମୀକରଣ ଦେଖିବାକୁ ମିଳିଥାଏ। ୧୯୬୧ରୁ ୨୦୧୯ ମଧ୍ୟରେ ହୋଇଥିବା ନିର୍ବାଚନରେ କଂଗ୍ରେସର ଦବଦବା ରହି ଆସିଛି।
୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ୬୪୨୪୬ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ପାଇଥିଲେ ୬୪୧୧୮ ଖଣ୍ଡ ଭୋଟ। ସେହିପରି ବିଜେଡି ପ୍ରାର୍ଥୀ ଅଜୟ ଦାସ ୫୪୫୨୭ ଖଣ୍ଡ ଭୋଟ ପାଇଥିଲେ। ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଆୟୁବ ଖାନ ଏଠାରେ ବାଜି ମାରିଥିଲେ। ୨୦୦୯ ନିର୍ବାଚନରେ ଏହି ଆସନ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କ ହାତରେ ରହିଥିଲା। ଏହା ପୂର୍ବରୁ ୨୦୦୪ରେ ସ୍ୱାଧୀନ ଭାବେ ଲଢ଼ି ଆୟୁବ ଖାନ ବିଧାୟକ ହୋଇଥିବା ବେଳେ ୨୦୦୦ ଓ ୧୯୯୫ ନିର୍ବାଚନରେ ସନ୍ତୋଷ ସିଂ ସାଲୁଜା କଂଗ୍ରେସ ଦଳରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ। ୧୯୯୦ରେ ପ୍ରସନ୍ନ ପାଲ ଜନତା ଦଳରୁ ବିଧାୟକ ହୋଇଥିବା ବେଳେ ୧୯୮୫ ରେ ଚୈତନ୍ୟ ପ୍ରଧାନ ସ୍ୱାଧୀନ ଭାବେ ବିଧାୟକ ହୋଇଥିଲେ। ୧୯୭୭ ଓ ୧୯୮୦ ନିର୍ବାଚନରେ ପ୍ରସନ୍ନ ପାଲ କଂଗ୍ରେସରୁ ବିଧାୟକ ହୋଇଥିବା ବେଳେ ୧୯୭୪ରେ ସ୍ୱତନ୍ତ୍ର ପାର୍ଟିରୁ ରାମ ପ୍ରସାଦ ମିଶ୍ର, ୧୯୭୧ରେ ଅଚ୍ୟୁତାନନ୍ଦ ମହାନନ୍ଦ ଓ ୧୯୬୭ରେ ଲୋକନାଥ ରାଏ ବିଧାୟକ ହୋଇଥିଲେ। ସେହିପରି ଏହି ନିର୍ବାଚନମଣ୍ଡଳୀର ପ୍ରଥମ ବିଧାୟକ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ। ସେ ଗଣତନ୍ତ୍ର ପରିଷଦରୁ ନିର୍ବାଚନ ଲଢ଼ିଥିଲେ। ଏବେ ପୁଣି ଏହି ଆସନରୁ ଆଉ ଜଣେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢ଼ିବାକୁ ଯାଉଥିବାରୁ ସ୍ୱାଭାବିକ ଭାବେ ସମସ୍ତଙ୍କ ନଜର ଏହି ଆସନ ଉପରେ ରହିଛି।