ଓଡ଼ିଶା ସିଭିଲ୍‌‌ ସର୍ଭିସ(ଓସିଏସ୍‌‌)-୨୦୨୧ ମୁଖ୍ୟ ପରୀକ୍ଷା ସୂଚୀରେ ପରିବର୍ତ୍ତନ କଲା ଓପିଏସ୍‌‌ସି, ଜାଣନ୍ତୁ କେବେ ହେବ ପରୀକ୍ଷା….

The Sakala Picture
Published On

କଟକ : ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍‌‌ ସର୍ଭିସ(ଓସିଏସ୍‌‌)-୨୦୨୧ ମୁଖ୍ୟ ପରୀକ୍ଷାର ସୂଚୀରେ ପରିବର୍ତ୍ତନ କରାଯାଇଛି। ଆସନ୍ତା ଫେବୃଆରୀ ୧୯ରୁ ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଫେବୃଆରୀ ୨୦, ୨୨, ମାର୍ଚ୍ଚ ୭ ଏବଂ ୮ ତାରିଖରେ ପରୀକ୍ଷା ହେବ ନାହିଁ। ପୂର୍ବରୁ ଫେବୃଆରୀ ୨୧ ତାରିଖଠାରୁ ଏହି ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓପିଏସ୍‌‌ସି ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ […]

କଟକ : ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍‌‌ ସର୍ଭିସ(ଓସିଏସ୍‌‌)-୨୦୨୧ ମୁଖ୍ୟ ପରୀକ୍ଷାର ସୂଚୀରେ ପରିବର୍ତ୍ତନ କରାଯାଇଛି। ଆସନ୍ତା ଫେବୃଆରୀ ୧୯ରୁ ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଫେବୃଆରୀ ୨୦, ୨୨, ମାର୍ଚ୍ଚ ୭ ଏବଂ ୮ ତାରିଖରେ ପରୀକ୍ଷା ହେବ ନାହିଁ। ପୂର୍ବରୁ ଫେବୃଆରୀ ୨୧ ତାରିଖଠାରୁ ଏହି ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓପିଏସ୍‌‌ସି ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଥିଲା। କିନ୍ତୁ ଓପିଏସ୍‌‌ସି ଦ୍ୱାରା ନିର୍ଦ୍ଧାରିତ ତାରିଖରେ ୟୁନିୟନ ପବ୍ଲିକ୍‌‌ ସର୍ଭିସ୍‌‌ କମିଶନ(ୟୁପିଏସ୍‌‌ସି)ର ସିଭିଲ୍‌‌ ସର୍ଭିସ ସାକ୍ଷାତ୍‌‌କାର ପରୀକ୍ଷା ଥିବାରୁ ଓପିଏସ୍‌‌ସି ପକ୍ଷରୁ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି।

ଆହୁରି ପଢ଼ନ୍ତୁ: ଅସୁରକ୍ଷିତ ରାଜଧାନୀ: ଡେଲିଭରୀ ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ପ୍ରତିଦିନ ୨ଟି ସିଟିଂରେ ପରୀକ୍ଷା କରାଯିବ। ପୂର୍ବାହ୍ଣ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ। ୩ ଘଣ୍ଟା ଧରି ପରୀକ୍ଷା ହେବାକୁ ଥିବାବେଳେ କେବଳ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଅଧିକ ୧ ଘଣ୍ଟା ସମୟ ମିଳିବ। ପରୀକ୍ଷା ପାଇଁ ଆଡ୍‌‌ମିଟ୍‌‌ କାର୍ଡ ଖୁବ୍‌‌ଶୀଘ୍ର ଓପିଏସ୍‌‌ସି ୱେବ୍‌‌ସାଇଟରେ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ ପ୍ରକାଶିତ ବିଜ୍ଞପ୍ତିରେ ସବିଶେଷ ତଥ୍ୟ ପାଇପାରିବେ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: କୂଅ ସଫାବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ, ୨ ଗୁରୁତର

ସୂଚନା ଥାଉକି, ଗତ ଅକ୍ଟୋବର ୧୬ ତାରିଖରେ ଓସିଏସ୍‌‌-୨୦୨୧ ପ୍ରିଲିମ୍‌‌ନାରୀ ପରୀକ୍ଷା ହେଇଥିଲା। ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ୫ ହଜାର ୨୯୬ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ସେଥରୁ ୧୭୪୯ ଜଣ ମହିଳା ପରୀକ୍ଷାର୍ଥୀ ରହିଛନ୍ତି। ସେମାନେ ଆସନ୍ତା ଫେବୃଆରୀ ୧୯ରୁ ମୁଖ୍ୟ ପରୀକ୍ଷା ଦେବେ।

ଆହୁରି ପଢ଼ନ୍ତୁ: ଆଇନଶୃଙ୍ଖଳା ତତ୍ତ୍ବାବଧାନ କରିବେ ବରିଷ୍ଠ ଆଇପିଏସ୍‌: ୧୫ ପୁଲିସ ଅଧିକାରୀଙ୍କୁ ୧୭ ଜିଲ୍ଲା ଦାୟିତ୍ୱ

17 Jan 2023 By The Sakala

ଓଡ଼ିଶା ସିଭିଲ୍‌‌ ସର୍ଭିସ(ଓସିଏସ୍‌‌)-୨୦୨୧ ମୁଖ୍ୟ ପରୀକ୍ଷା ସୂଚୀରେ ପରିବର୍ତ୍ତନ କଲା ଓପିଏସ୍‌‌ସି, ଜାଣନ୍ତୁ କେବେ ହେବ ପରୀକ୍ଷା….

କଟକ : ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍‌‌ ସର୍ଭିସ(ଓସିଏସ୍‌‌)-୨୦୨୧ ମୁଖ୍ୟ ପରୀକ୍ଷାର ସୂଚୀରେ ପରିବର୍ତ୍ତନ କରାଯାଇଛି। ଆସନ୍ତା ଫେବୃଆରୀ ୧୯ରୁ ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଫେବୃଆରୀ ୨୦, ୨୨, ମାର୍ଚ୍ଚ ୭ ଏବଂ ୮ ତାରିଖରେ ପରୀକ୍ଷା ହେବ ନାହିଁ। ପୂର୍ବରୁ ଫେବୃଆରୀ ୨୧ ତାରିଖଠାରୁ ଏହି ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓପିଏସ୍‌‌ସି ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଥିଲା। କିନ୍ତୁ ଓପିଏସ୍‌‌ସି ଦ୍ୱାରା ନିର୍ଦ୍ଧାରିତ ତାରିଖରେ ୟୁନିୟନ ପବ୍ଲିକ୍‌‌ ସର୍ଭିସ୍‌‌ କମିଶନ(ୟୁପିଏସ୍‌‌ସି)ର ସିଭିଲ୍‌‌ ସର୍ଭିସ ସାକ୍ଷାତ୍‌‌କାର ପରୀକ୍ଷା ଥିବାରୁ ଓପିଏସ୍‌‌ସି ପକ୍ଷରୁ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି।

ପ୍ରତିଦିନ ୨ଟି ସିଟିଂରେ ପରୀକ୍ଷା କରାଯିବ। ପୂର୍ବାହ୍ଣ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ। ୩ ଘଣ୍ଟା ଧରି ପରୀକ୍ଷା ହେବାକୁ ଥିବାବେଳେ କେବଳ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଅଧିକ ୧ ଘଣ୍ଟା ସମୟ ମିଳିବ। ପରୀକ୍ଷା ପାଇଁ ଆଡ୍‌‌ମିଟ୍‌‌ କାର୍ଡ ଖୁବ୍‌‌ଶୀଘ୍ର ଓପିଏସ୍‌‌ସି ୱେବ୍‌‌ସାଇଟରେ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ ପ୍ରକାଶିତ ବିଜ୍ଞପ୍ତିରେ ସବିଶେଷ ତଥ୍ୟ ପାଇପାରିବେ ବୋଲି ସୂଚନା ମିଳିଛି।

ସୂଚନା ଥାଉକି, ଗତ ଅକ୍ଟୋବର ୧୬ ତାରିଖରେ ଓସିଏସ୍‌‌-୨୦୨୧ ପ୍ରିଲିମ୍‌‌ନାରୀ ପରୀକ୍ଷା ହେଇଥିଲା। ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ୫ ହଜାର ୨୯୬ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ସେଥରୁ ୧୭୪୯ ଜଣ ମହିଳା ପରୀକ୍ଷାର୍ଥୀ ରହିଛନ୍ତି। ସେମାନେ ଆସନ୍ତା ଫେବୃଆରୀ ୧୯ରୁ ମୁଖ୍ୟ ପରୀକ୍ଷା ଦେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର