ଆଜି ରାଜ୍ୟ କ୍ୟାବିନେଟ ବୈଠକ, ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ହେବ ଆଲୋଚନା

The Sakala Picture
Published On

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ପୂର୍ବାହ୍ନ ୧୦ଟା ରାଜ୍ୟ କ୍ୟାବିନେଟ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଆଲୋଚନା କରାଯିବ। ବିଧାନସଭାର ମୌସୁମୀ ଅଧିବେଶନ ଜାରି ରହିଥିବାରୁ ୧୦ଟା ସମୟରେ ବୈଠକ ଡକାଯାଇଛି। ଅଧିବେଶନ ଜାରି ରହିଥିବାରୁ କାର୍ଯ୍ୟସୂଚୀ ତଥା ଏଜେଣ୍ଡା ସମ୍ପର୍କରେ ସାର୍ବଜନୀନ କରାଯାଇନାହିଁ। କରୋନା କଟକଣାକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମୋଡରେ ବୈଠକ ହେବାର ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନବୀନ ନିବାସରୁ ଆଭାସୀ ମାଧ୍ୟମରେ […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ପୂର୍ବାହ୍ନ ୧୦ଟା ରାଜ୍ୟ କ୍ୟାବିନେଟ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଆଲୋଚନା କରାଯିବ। ବିଧାନସଭାର ମୌସୁମୀ ଅଧିବେଶନ ଜାରି ରହିଥିବାରୁ ୧୦ଟା ସମୟରେ ବୈଠକ ଡକାଯାଇଛି। ଅଧିବେଶନ ଜାରି ରହିଥିବାରୁ କାର୍ଯ୍ୟସୂଚୀ ତଥା ଏଜେଣ୍ଡା ସମ୍ପର୍କରେ ସାର୍ବଜନୀନ କରାଯାଇନାହିଁ। କରୋନା କଟକଣାକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମୋଡରେ ବୈଠକ ହେବାର ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନବୀନ ନିବାସରୁ ଆଭାସୀ ମାଧ୍ୟମରେ ଯୋଡି ହେବେ ବୋଲି ଜଣାପଡ଼ିଛି। ମନ୍ତ୍ରୀମାନେ ନିଜ ଅଫିସ କିମ୍ବା ଲୋକସେବା ଭବନରୁ ଆଭାସୀ ମାଧ୍ୟମ ଜରିଆରେ ଯୋଡି ହେବେ। ସେହିପରି ବିଭାଗୀୟ ଅଧିକାରୀମାନେ ଲୋକସେବା ଭବନରୁ ଯୋଡି ହେବେ ବୋଲି ଜଣାପଡ଼ିଛି। ବିଧାନସଭା ଜାରି ରହିଥିବାରୁ ମଙ୍ଗଳବାର କ୍ୟାବିନେଟ୍‍ ବୈଠକ ପରେ ଗଣମାଧ୍ୟମକୁ ମଧ୍ୟ ଆନୁଷ୍ଠାନିକ ଭାବେ ଅବଗତ କରାଯିବ ନାହିଁ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର