ରାଜ୍ୟ କ୍ୟାବିନେଟରେ ୭ଟି ବିଭାଗର ୧୦ ପ୍ରସ୍ତାବକୁ ମୋହର; ସରକାର ଲଗାଇବେ ସ୍ମାର୍ଟ ମିଟର
ଭୁବନେଶ୍ୱର: ୭ଟି ବିଭାଗର ୧୦ଟି ବଡ଼ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର। ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ତାବ ଉପରେ ବାଜିଛି ମୋହର। ରାଜ୍ୟରେ ଶତ ପ୍ରତିଶତ ସ୍ମାର୍ଟ ମିଟର ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଏମ୍ଏମ୍ଏସ୍ବିୱାଇ -ସ୍ମାର୍ଟ ମିଟର ସଂଯୋଗର ପ୍ରଥମ ପର୍ଯ୍ୟାୟକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ପଦକ୍ଷେପ ଦ୍ୱାରା ରାଜ୍ୟରେ ୨ କିଲୋୱାଟ ପର୍ଯ୍ୟନ୍ତ ବିଦ୍ୟୁତ ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ସ୍ମାର୍ଟ ମିଟର ସଂଯୋଗ ପାଇଁ କୌଣସି ଅତିରିକ୍ତ ମିଟର ଭଡ଼ା ଦେବାକୁ ପଡିବ ନାହିଁ। ସେହିପରି ରାଜ୍ୟରେ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ଲାଗୁ କରିବା ନିଷ୍ପତ୍ତି ଉପରେ କ୍ୟାବିଟେ୍ ମୋହର ବାଜିଛି। ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ପାଇଁ ୨୫ଜଣ ବରପୁତ୍ରଙ୍କ ନାମ ସ୍ଥିରୀକୃତ ହୋଇଛି ପ୍ରତ୍ୟେକ ବରପୁତ୍ରଙ୍କ ଜନ୍ମସ୍ଥାନର ଉନ୍ନତୀକରଣ ପାଇଁ ସର୍ବାଧିକ ୧୫ କୋଟି ଟଙ୍କା ହିସାବରେ ରାଜ୍ୟ ସରକାର ୩୪୫ କୋଟି ଟଙ୍କା ଖର୍ଚ୍ଚ କରିବେ ।
ଏ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ୨୦୨୫ ମାର୍ଚ୍ଚ ୨୪ ତାରିଖରେ ରିଟେଲ୍ ସପ୍ଲାଏ ଟାରିଫ୍ ଅର୍ଡର ଅନୁଯାୟୀ, ୨ କିଲୋୱାଟ ପର୍ଯ୍ୟନ୍ତ କଣ୍ଟ୍ରାକ୍ଟ ଡିମାଣ୍ଡ (ସିଡି) ଥିବା ସ୍ମାର୍ଟ ମିଟର ଉପଭୋକ୍ତାଙ୍କ ପାଇଁ ଗତ ଏପ୍ରିଲ ୧ ତାରିଖରୁ ମିଟର ଭଡ଼ା ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରାଯାଇଛି। ଯୋଜନା ମୁତାବକ ୨୦୨୫-୨୬ ଆର୍ଥିକ ବର୍ଷରେ ୨ କିଲୋୱାଟ୍ ପର୍ଯ୍ୟନ୍ତ ସିଡି ଥିବା ଉପଭୋକ୍ତାଙ୍କ ପାଇଁ ୧୧,୫୩,୧୦୦ଟି ସ୍ମାର୍ଟ ମିଟର ସ୍ଥାପନ କରିବାକୁ ପ୍ରସ୍ତାବ ରହିଛି। ଏଥିମଧ୍ୟରୁ ୮,୭୫,୦୦୦ ଟି ପୁରୁଣା ମିଟର ବଦଳରେ ସ୍ମାର୍ଟ ମିଟର ଲଗାଯିବ ଏବଂ ପ୍ରାୟ ୨,୭୮,୧୦୦ ଟି ନୂତନ ସଂଯୋଗ ପାଇଁ ସ୍ମାର୍ଟ ମିଟର ବ୍ୟବହାର କରାଯିବ। ସେହିପରି ଐତିହ୍ୟ ଗ୍ରାମ ଯୋଜନାରେ ରାଜ୍ୟର ବରପୁତ୍ରମାନଙ୍କର ବାସଗୃହକୁ ସଂଗ୍ରହାଳୟ ଭାବେ ବିକଶିତ କରାଯିବ। ସେମାନଙ୍କର ପ୍ରତିମୂର୍ତ୍ତି, ସ୍ମାରକୀ ନିର୍ମାଣ ସହ ବ୍ୟାଖ୍ୟାନ କେନ୍ଦ୍ର, ଗ୍ରନ୍ଥାଗାର, ସମ୍ମିଳନୀ କକ୍ଷ, ମୁକ୍ତାକାଶ ରଙ୍ଗମଞ୍ଚ, ଶିଶୁଉଦ୍ୟାନ ସ୍ଥାପନ ସହ ଆନୁଷଙ୍ଗିକ ବିକାଶ କରାଯିବ। ବରପୁତ୍ରଙ୍କ ଜୀବନୀ ଉପରେ ବିଭିନ୍ନ ସମ୍ମିଳନୀ, ଚର୍ଚ୍ଚା, ଆଲୋଚନା ଏବଂ ସଭା କରାଯିବ । ସେହିପରି ଅନ୍ୟଏକ ପ୍ରସ୍ତାବରେ ପୁରୀ ସରକାରୀ ଆଇଟିଆଇ, ବଲାଙ୍ଗୀର ସରକାରୀ ଆଇଟିଆଇ, କୋରାପୁଟର ଅମ୍ବାଗୁଡ଼ା ସରକାରୀ ଆଇଟିଆଇ, କେନ୍ଦ୍ରାପଡାର ରାଜକନିକା ସରକାରୀ ଆଇଟିଆଇ ଓ ସୁନ୍ଦରଗଡ଼ର ରାଉରକେଲା ସରକାରୀ ଆଇଟିଆଇକୁ ଉକ୍ରର୍ଷ ଆଇଟିଆଇ ଭାବେ ରୂପାନ୍ତରିତ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଆଗାମୀ ୩ ବର୍ଷରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ୫ଟି ଆଇଟିଆଇରେ ସମୁଦାୟ ୨୮୦୦ ସିଟ୍ ଥିବାବେଳେ ଏହାକୁ ୬୦୦୦କୁ ବୃଦ୍ଧି କରାଯିବ।
ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସମସ୍ତ ସରକାରୀ ବିଶ୍ୱ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ନିଯୁକ୍ତିରେ ଏକ ସଂରକ୍ଷଣ ନୀତି ପ୍ରଣୟନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି। ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିରେ ସଂରକ୍ଷଣ କାର୍ଯ୍ୟକାରୀ କରିବା ପାଇଁ ବିଶ୍ୱ ବିଦ୍ୟାଳୟଟିକୁ ଏକକ ଭାବରେ ବିଚାର କରିବାକୁ ଏହି ଅଧ୍ୟାଦେଶରେ ପ୍ରସ୍ତାବ ରହିଛି। ଏହା ବର୍ତ୍ତମାନ ଚାଲୁଥିବା ବିଭାଗ ସଂରକ୍ଷଣ ପ୍ରଣାଳୀକୁ ପରିବର୍ତ୍ତନ କରାଯିବ। ଏହି ସଂସ୍କାର ଏସସି, ଏସଟି, ଏସଇବିସି ଏବଂ ଅନ୍ୟ ଯୋଗ୍ୟ ଗୋଷ୍ଠୀଙ୍କର ପ୍ରତିନିଧିତ୍ୱକୁ ବୃଦ୍ଧି କରିବା ସହ ଶିକ୍ଷକ ନିଯୁକ୍ତିରେ ଓଡ଼ିଶାର ବିଶ୍ୱ ବିଦ୍ୟାଳୟଗୁଡ଼ିକ ଜାତୀୟସ୍ତରରେ ପ୍ରଚଳିତ ନିୟମ ସହ ସମାନ କରିବ ବୋଲି ଆଶା କରାଯାଉଛି। ସେହିପରି ଜଳସମ୍ପଦ ବିଭାଗର ଦୁଇଟି ପ୍ରସ୍ତାବ ଅନୁଯାୟୀ ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ଯୋଜନା ଅନ୍ତର୍ଗତ କ୍ଲଷ୍ଟର ୩୩ ଏବଂ ୩୨ ମାଧ୍ୟମରେ ୮ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯିବ। ଏହି ୮ ପ୍ରକଳ୍ପ ପାଇଁ ମୋଟ ୩୪୪ କୋଟି ୨୧ ଲକ୍ଷ ୫୧ ହଜାର ୭୧୬ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ୧୫ ବର୍ଷର ରକ୍ଷଣାବେକ୍ଷଣ ପାଇଁ ୨୭ କୋଟି ୫୩ ଲକ୍ଷ ୭୨ ହଜାର ୧୩୭ ଟଙ୍କା ଖର୍ଚ୍ଚ ହେବ। ସେହିପରି ଅନ୍ୟ ଏକ ପ୍ରସ୍ତାବ ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ସାନ୍ଦୁଳ ବ୍ୟାରେଜ ପ୍ରକଳ୍ପ ଅଧୀନସ୍ଥ ୫୦୦୦ ହେକ୍ଟର ଚାଷ ଉପଯୋଗୀ ଜମି ପାଇଁ ୟୁଜିପିଏଲ ପ୍ରଣାଳୀର ନିର୍ମାଣ କାର୍ଯ୍ୟକୁ ଇପିସି ଓ ଟର୍ଣ୍ଣ କି ପଦ୍ଧତିରେ ସମ୍ପାଦନକୁ ଅନୁମୋଦନ ମିଳିଛି। ଏଥିପାଇଁ ୧୫୪ କୋଟି ୭୨ ଲକ୍ଷ ୯୧୬୨୦ ଟଙ୍କା ଖର୍ଚ୍ଚ ହେବକୁ ଥିବାବେଳେ ୩୦ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ।