ମନୋରଞ୍ଜନ
ଆଜି ସନ୍ଧ୍ୟାରେ ବସିବ ମନ୍ତ୍ରୀ ପରିଷଦ ସହ କ୍ୟାବିନେଟ ବୈଠକ
ଭୁବନେଶ୍ୱର: ଆଜି ଲୋକସେବା ଭବନରେ ଅନୁଷ୍ଠିତ ହେବ ଗୁରୁତ୍ତ୍ୱପୂର୍ଣ ରାଜ୍ୟ ମନ୍ତ୍ରୀ ପରିଷଦର ସହ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଏହି ବୈଠକ ବସିବାକୁ ଯାଉଛି । ଅନୁଷ୍ଠିତ ମନ୍ତ୍ରୀ ପରିଷଦରେ ୨୦୨୬-୨୭ଆର୍ଥିକ ବର୍ଷର ରାଜ୍ୟ ବଜେଟକୁ ମିଳିବ ଅନୁମୋଦନ । ଏହା ସହ ରାଜ୍ୟ କ୍ୟାବିନେଟରେ ୧୨ଟି ଏଜେଣ୍ଡା ଉପରେ ଆଲୋଚନା ହେବା ନେଇ ସୂଚନା ମିଳିଛି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଆଇନ ସଂଶୋଧନ ଭଳି ପ୍ରସ୍ତାବ ରହିଛି । ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ସହ ବିଭାଗୀୟ ମୁଖ୍ୟ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।





