ଓଡ଼ିଶା ବଜେଟ ୨୦୨୪-୨୫: ସୃଷ୍ଟି ହେବେ ‘ଲକ୍ଷପତି ଦିଦି’, ଶୁଭାରମ୍ଭ ହେବ ‘ସୁଭଦ୍ରା ଯୋଜନା’

The Sakala Picture
Published On

ଭୁବନେଶ୍ବର: ବିଧାନସଭାରେ ରାଜ୍ୟ ବଜେଟ୍ ଆଗତ। ଏହା ମୋହନ ସରକାରଙ୍କ ପ୍ରଥମ ବଜେଟ।  ବିଧାନସଭାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ। ଚଳିତ ବଜେଟର ମୋଟ ଆକଳନ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି। ୨୦୨୩-୨୪ ତୁଳନାରେ ବଜେଟ ପରିମାଣ ୧୫% ଅଧିକ ରହିିଛି। ତେବେ ଏହି ବଜେଟରେ ନାରୀ ଶକ୍ତିକୁ ଗୁରୁତ୍ବ ଦିଆଯାଇଛି। ବଜେଟରେ ଅଭିଭାଷଣରେ ମୋହନ […]

ଭୁବନେଶ୍ବର: ବିଧାନସଭାରେ ରାଜ୍ୟ ବଜେଟ୍ ଆଗତ। ଏହା ମୋହନ ସରକାରଙ୍କ ପ୍ରଥମ ବଜେଟ।  ବିଧାନସଭାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ। ଚଳିତ ବଜେଟର ମୋଟ ଆକଳନ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି। ୨୦୨୩-୨୪ ତୁଳନାରେ ବଜେଟ ପରିମାଣ ୧୫% ଅଧିକ ରହିିଛି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ତେବେ ଏହି ବଜେଟରେ ନାରୀ ଶକ୍ତିକୁ ଗୁରୁତ୍ବ ଦିଆଯାଇଛି। ବଜେଟରେ ଅଭିଭାଷଣରେ ମୋହନ ଚରଣ ମାଝୀ କହିଛନ୍ତି ଯେ, ଭାରତୀୟ ସ୍କୃତିରେ ନାରୀମାନଙ୍କୁ ଉଚ୍ଚ ସମ୍ମାନ ଦିଆଯାଏ । ଋଗ ବେଦର କଲ୍ୟାଣ ବିଭାଗ ଦେବୀସୂକ୍ତ ସ୍ତୋତ୍ର, ନାରୀକୁ ସମଗ୍ର ମଗ୍ର ବିଶ୍ବ ବ୍ରହ୍ମାଣ୍ଡର ମୂଳାଧାର ରୂପେ ପରିଗଣିତ କରିଅଛି। ମହିଳାମାନଙ୍କର ସଶକ୍ତିକରଣ ଓ ଗରିମାରକ୍ଷା, ସରକାରଙ୍କର ପ୍ରମୁଖ ପ୍ରାଥମିକତା । ଏହି ଲକ୍ଷ୍ୟ ନେଇ ଉଭୟ ମହିଳା ଓ ଶିଶୁ ଏବଂ ମିଶନ ଶକ୍ତି ବିଭାଗ ନିମନ୍ତେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଜଟ୍ ଅଟକଳରେ ଥିବା ୬ ହଜାର ୨ ଶହ ୨୪ କୋଟି ଟଙ୍କାକୁ ୩ ଗୁଣା ବୃଦ୍ଧି କରାଯାଇ ୨୦୨୪-୨୫ ଆର୍ଥିକ ବର୍ଷରେ ୧୭ ହଜାର ୯ ଶହ ୪୨ କୋଟି ଟଙ୍କା କରାଯାଇଛି ।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ପ୍ରଥମ କ୍ୟାବିନେଟ୍ ବୈଠକରେ ‘ସୁଭଦ୍ରା ଯୋଜନା’ ଶୁଭାରମ୍ଭ କରିବା ପାଇଁ  ଅନୁମୋଦନ କରାଯାଇଛି। ଏହି ଯୋଜନା, ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗ ବିକାଶ, ମହିଳା ସଶକ୍ତିକରଣ ଓ ଆର୍ଥିକ ସ୍ବାଧୀନତା ପ୍ରତି ସରକାରଙ୍କର ପ୍ରତିବଦ୍ଧତାକୁ ଦୃଢୀଭୂତ କରିବ । ଏହି ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପାଇଁ ବଜେଟରେ ୧୦  ହଜାର କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି। ସ୍ବୟଂ ସହାୟକ ଗୋଷ୍ଠୀମାନ ମାନଙ୍କ ପାଇଁ ଶିଳ୍ପ ପୁଞ୍ଜର ପ୍ରତିଷ୍ଠା, ଉତ୍ପାଦିତ ଦ୍ରବ୍ୟ ଗୁଡ଼ିକର ବିପଣନ ଏବଂ ପ୍ରଚାର ପ୍ରସାର ନିମନ୍ତେ ୨୦୨୭ ମସିହା ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ “ଲକ୍ଷପତି ଦିଦି” ସୃଷ୍ଟି କରିବାକୁ ଲକ୍ଷ ରଖାଯାଇଛି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର