ଆଜିଠୁ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ

The Sakala Picture
Published On

ଭୁବନେଶ୍ୱର: ଆଜିଠୁ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ। କଟକଣାରେ ଚାଲିବ ଗୃହ କାର୍ଯ୍ଯ । ଆଜି ପ୍ରଥମ ଦିନରେ ଗୃହରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ। ନିଜ ନିଜର ରଣନୀତିରେ ଗୃହରେ ମୁହାଁମୁହିଁ ହେବେ ଶାସକ ବିରୋଧୀ। ଦରବୃଦ୍ଧି ପ୍ରସଂଗରେ କେନ୍ଦ୍ରକୁ ଟାର୍ଗେଟ କରିବ ଶାସକ ଦଳ । ଗୃହରେ ବିଜେଡି ଉଠାଇବ କେନ୍ଦ୍ରୀୟ ଅବହେଳା ପ୍ରସଂଗ । କେବିକେ ଜିଲ୍ଲା ତଥା ଆଦିବାସୀ ଅଞ୍ଚଳର ବିକାଶ, କୋଲ ରୟାଲଟି ବୃଦ୍ଧି, ଦରଦାମ ବୃଦ୍ଧିକୁ କେନ୍ଦ୍ର ନିୟନ୍ତ୍ରଣ […]

ଭୁବନେଶ୍ୱର: ଆଜିଠୁ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ। କଟକଣାରେ ଚାଲିବ ଗୃହ କାର୍ଯ୍ଯ । ଆଜି ପ୍ରଥମ ଦିନରେ ଗୃହରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ। ନିଜ ନିଜର ରଣନୀତିରେ ଗୃହରେ ମୁହାଁମୁହିଁ ହେବେ ଶାସକ ବିରୋଧୀ। ଦରବୃଦ୍ଧି ପ୍ରସଂଗରେ କେନ୍ଦ୍ରକୁ ଟାର୍ଗେଟ କରିବ ଶାସକ ଦଳ । ଗୃହରେ ବିଜେଡି ଉଠାଇବ କେନ୍ଦ୍ରୀୟ ଅବହେଳା ପ୍ରସଂଗ । କେବିକେ ଜିଲ୍ଲା ତଥା ଆଦିବାସୀ ଅଞ୍ଚଳର ବିକାଶ, କୋଲ ରୟାଲଟି ବୃଦ୍ଧି, ଦରଦାମ ବୃଦ୍ଧିକୁ କେନ୍ଦ୍ର ନିୟନ୍ତ୍ରଣ କରି ନପାରିବା ପ୍ରସଂଗରେ ଆଲୋଚନା ହେବ ।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

ଚଷୀଙ୍କ ପାଇଁ ଆବଶ୍ୟକ ହେଉଥିବା ସାର କେନ୍ଦ୍ର ଯୋଗାଇ ନପାରିବା ପ୍ରସଂଗରେ ମଧ୍ୟ ହେବ ଆଲୋଚନା ହେବ । ସ୍ୱାମୀନାଥନ୍ ରିପୋର୍ଟକୁ ନେଇ ରାଜ୍ୟର ଦାବିକୁ କେନ୍ଦ୍ର ମାନୁନଥିବା ବେଳେ ସେନେଇ ମଧ୍ୟ ଗୃହରେ ଆଲୋଚନା ହେବ । ଏଥିସହ ଏକାଧିକ ବିଲ୍ ମଧ୍ୟ ଗୃହରେ ଆଗତ ହେବ । ସେପଟେ ଶାସକ ଦଳକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ନୂଆ ଓ ପୁରୁଣା ପ୍ରସଂଗକୁ ନେଇ ଗୃହରେ ସରକାରଙ୍କୁ ପ୍ରଶ୍ନ କରିବେ ବିରୋଧୀ । ତେବେ ଆଲୋଚନା ମାଧ୍ୟମରେ ବିରୋଧୀଙ୍କୁ ଜବାବ ଦେବାକୁ ପ୍ରସ୍ତୁତ ଅଛି ଶାସକ ଦଳ ।

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

ଶୀତ ଅଧିବେଶନରେ ମୋଟ ୨୬ଟି କାର୍ଯ୍ଯ ଦିବସ ରହିଛି । ଅଧିବେଶନରେ ପ୍ରଶ୍ନକାଳ ଓ ରାଜ୍ୟପାଳ ଭାଷଣ ବେଳେ ବିଧାୟକମାନେ ହଟଗୋଳ ଓ ହୋହାଲ୍ଲା ନକରିବା ପାଇଁ ବାଚସ୍ପତି ସବୁ ଦଳକୁ ପ୍ରସ୍ତାବ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତିର ଶୁଭ ମୁହୂର୍ତ୍ତକୁ ନେଇ କେଁ; ତିଥି ଓ ବାରକୁ ନେଇ ଆପତ୍ତି ଉଠାଇଲେ ଜ୍ୟୋତିର୍ବିଦ୍‌

01 Dec 2021 By The Sakala

ଆଜିଠୁ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଆଜିଠୁ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ। କଟକଣାରେ ଚାଲିବ ଗୃହ କାର୍ଯ୍ଯ । ଆଜି ପ୍ରଥମ ଦିନରେ ଗୃହରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ। ନିଜ ନିଜର ରଣନୀତିରେ ଗୃହରେ ମୁହାଁମୁହିଁ ହେବେ ଶାସକ ବିରୋଧୀ। ଦରବୃଦ୍ଧି ପ୍ରସଂଗରେ କେନ୍ଦ୍ରକୁ ଟାର୍ଗେଟ କରିବ ଶାସକ ଦଳ । ଗୃହରେ ବିଜେଡି ଉଠାଇବ କେନ୍ଦ୍ରୀୟ ଅବହେଳା ପ୍ରସଂଗ । କେବିକେ ଜିଲ୍ଲା ତଥା ଆଦିବାସୀ ଅଞ୍ଚଳର ବିକାଶ, କୋଲ ରୟାଲଟି ବୃଦ୍ଧି, ଦରଦାମ ବୃଦ୍ଧିକୁ କେନ୍ଦ୍ର ନିୟନ୍ତ୍ରଣ କରି ନପାରିବା ପ୍ରସଂଗରେ ଆଲୋଚନା ହେବ ।

ଚଷୀଙ୍କ ପାଇଁ ଆବଶ୍ୟକ ହେଉଥିବା ସାର କେନ୍ଦ୍ର ଯୋଗାଇ ନପାରିବା ପ୍ରସଂଗରେ ମଧ୍ୟ ହେବ ଆଲୋଚନା ହେବ । ସ୍ୱାମୀନାଥନ୍ ରିପୋର୍ଟକୁ ନେଇ ରାଜ୍ୟର ଦାବିକୁ କେନ୍ଦ୍ର ମାନୁନଥିବା ବେଳେ ସେନେଇ ମଧ୍ୟ ଗୃହରେ ଆଲୋଚନା ହେବ । ଏଥିସହ ଏକାଧିକ ବିଲ୍ ମଧ୍ୟ ଗୃହରେ ଆଗତ ହେବ । ସେପଟେ ଶାସକ ଦଳକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ନୂଆ ଓ ପୁରୁଣା ପ୍ରସଂଗକୁ ନେଇ ଗୃହରେ ସରକାରଙ୍କୁ ପ୍ରଶ୍ନ କରିବେ ବିରୋଧୀ । ତେବେ ଆଲୋଚନା ମାଧ୍ୟମରେ ବିରୋଧୀଙ୍କୁ ଜବାବ ଦେବାକୁ ପ୍ରସ୍ତୁତ ଅଛି ଶାସକ ଦଳ ।

ଶୀତ ଅଧିବେଶନରେ ମୋଟ ୨୬ଟି କାର୍ଯ୍ଯ ଦିବସ ରହିଛି । ଅଧିବେଶନରେ ପ୍ରଶ୍ନକାଳ ଓ ରାଜ୍ୟପାଳ ଭାଷଣ ବେଳେ ବିଧାୟକମାନେ ହଟଗୋଳ ଓ ହୋହାଲ୍ଲା ନକରିବା ପାଇଁ ବାଚସ୍ପତି ସବୁ ଦଳକୁ ପ୍ରସ୍ତାବ ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର