ରାଜ୍ଯରେ ବଢୁଛି ମାଣ୍ଡିଆ ଚାହିଦା, ମନ ଜିଣୁଛି ମିଲେଟ ମିଶନ- କୃଷି ମନ୍ତ୍ରୀ ଅରୁଣ ସାହୁ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଆଙ୍କ ମନ ଜିଣୁଛି ମିଲେଟ ମିଶନ। ଦିନକୁ ଦିନ ବଢୁଛି ମାଣ୍ଡିଆ ଚାହିଦା । ୨୦୧୮-୧୯ରେ ୫ ହଜାର ୭୪୦ ଜଣ ଚାଷୀ ମାଣ୍ଡିଆ ଚାଷ କରୁଥିବା ବେଳେ ୨୦୨୦-୨୧ରେ ୨୪ହଜାର ୩୨୪ ଚାଷୀ ମାଣ୍ଡିଆ ଚାଷ କରିଛନ୍ତି। ସେହିପରି ମାଣ୍ଡିଆ ଉତ୍ପାଦନ ବଢିଛି । ୨୦୧୮-୧୯ରେ ୧୮ ହଜାର କୁଇଣ୍ଟାଲ, ୨୦୧୯-୨୦ରେ ୯୪ ହଜାର କୁଇଣ୍ଟାଲ ଓ ୨୦୨୦-୨୧ ରେ ୧ଲକ୍ଷ ୯୪ ହଜାର ୪୮୦ କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ ହୋଇଛି। ବିଧାନସଭା ପ୍ରଶ୍ନକାଳରେ […]

ଭୁବନେଶ୍ୱର: ଓଡ଼ିଆଙ୍କ ମନ ଜିଣୁଛି ମିଲେଟ ମିଶନ। ଦିନକୁ ଦିନ ବଢୁଛି ମାଣ୍ଡିଆ ଚାହିଦା । ୨୦୧୮-୧୯ରେ ୫ ହଜାର ୭୪୦ ଜଣ ଚାଷୀ ମାଣ୍ଡିଆ ଚାଷ କରୁଥିବା ବେଳେ ୨୦୨୦-୨୧ରେ ୨୪ହଜାର ୩୨୪ ଚାଷୀ ମାଣ୍ଡିଆ ଚାଷ କରିଛନ୍ତି। ସେହିପରି ମାଣ୍ଡିଆ ଉତ୍ପାଦନ ବଢିଛି । ୨୦୧୮-୧୯ରେ ୧୮ ହଜାର କୁଇଣ୍ଟାଲ, ୨୦୧୯-୨୦ରେ ୯୪ ହଜାର କୁଇଣ୍ଟାଲ ଓ ୨୦୨୦-୨୧ ରେ ୧ଲକ୍ଷ ୯୪ ହଜାର ୪୮୦ କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ ହୋଇଛି। ବିଧାନସଭା ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

ଅନ୍ୟପଟେ ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା କରିଛନ୍ତି । ଗୃହରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରସଙ୍ଗ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଉଠାଇଥିଲେ । ଖାଇବା ତେଲ, ଡିଜେଲ ପେଟ୍ରୋଲ, ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରସଙ୍ଗରେ ସଂକଳ୍ପ ନେଇ ବିଧାନସଭାରେ ଆଲୋଚନା କରିବା ପାଇଁ ଦାବି କରିଥିଲେ । ଏହାକୁ ନେଇ ଗୃହର ମଧ୍ୟ ଭାଗରେ ଧାରଣାରେ ବସିଥିଲେ କଂଗ୍ରେସ ବିଧାୟକ। ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ଟ୍ୟାକ୍ସ କମାଇବାକୁ ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଗୃହରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ପାଇଁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ।

ଆହୁରି ପଢ଼ନ୍ତୁ: ଟାଇଁ ଟାଇଁ ଖରାରେ ହନ୍ତସନ୍ତ ରାଜଧାନୀବାସୀ, ଅପରାହ୍ନ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା

24 Mar 2021 By The Sakala

ରାଜ୍ଯରେ ବଢୁଛି ମାଣ୍ଡିଆ ଚାହିଦା, ମନ ଜିଣୁଛି ମିଲେଟ ମିଶନ- କୃଷି ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର: ଓଡ଼ିଆଙ୍କ ମନ ଜିଣୁଛି ମିଲେଟ ମିଶନ। ଦିନକୁ ଦିନ ବଢୁଛି ମାଣ୍ଡିଆ ଚାହିଦା । ୨୦୧୮-୧୯ରେ ୫ ହଜାର ୭୪୦ ଜଣ ଚାଷୀ ମାଣ୍ଡିଆ ଚାଷ କରୁଥିବା ବେଳେ ୨୦୨୦-୨୧ରେ ୨୪ହଜାର ୩୨୪ ଚାଷୀ ମାଣ୍ଡିଆ ଚାଷ କରିଛନ୍ତି। ସେହିପରି ମାଣ୍ଡିଆ ଉତ୍ପାଦନ ବଢିଛି । ୨୦୧୮-୧୯ରେ ୧୮ ହଜାର କୁଇଣ୍ଟାଲ, ୨୦୧୯-୨୦ରେ ୯୪ ହଜାର କୁଇଣ୍ଟାଲ ଓ ୨୦୨୦-୨୧ ରେ ୧ଲକ୍ଷ ୯୪ ହଜାର ୪୮୦ କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ ହୋଇଛି। ବିଧାନସଭା ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି ।

ଅନ୍ୟପଟେ ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା କରିଛନ୍ତି । ଗୃହରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରସଙ୍ଗ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଉଠାଇଥିଲେ । ଖାଇବା ତେଲ, ଡିଜେଲ ପେଟ୍ରୋଲ, ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରସଙ୍ଗରେ ସଂକଳ୍ପ ନେଇ ବିଧାନସଭାରେ ଆଲୋଚନା କରିବା ପାଇଁ ଦାବି କରିଥିଲେ । ଏହାକୁ ନେଇ ଗୃହର ମଧ୍ୟ ଭାଗରେ ଧାରଣାରେ ବସିଥିଲେ କଂଗ୍ରେସ ବିଧାୟକ। ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ଟ୍ୟାକ୍ସ କମାଇବାକୁ ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଗୃହରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ପାଇଁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର