ଆଜିଠୁ ବିଧାନସଭାର ବଜେଟ ଅଧିବେଶନ; ଆଇନଶୃଙ୍ଖଳାକୁ ନେଇ ମୁହାଁମୁହିଁ ହୋଇପାରନ୍ତି ଶାସକ-ବିରୋଧୀ

The Sakala Picture
Published On

ଭୁବନେଶ୍ୱର: ଆଜିଠାରୁ ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଫେବୃଆରୀ ୨୧ରୁ ଏପ୍ରିଲ ୬ ତାରିଖ ମଧ୍ୟରେ ମୋଟ ୨ଟି ପର୍ଯ୍ୟୟରେ ଏହି ଅଧିବେଶନ ଚାଲିବ। ଏହି ଅଧିବେଶନ କାଳରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆସନ୍ତା ୨୪ ତାରିଖରେ ବଜେଟ ଉପସ୍ଥାପନ କରିବେ। ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌‌ଙ୍କ ଅଭିଭାଷଣ ପରେ ଗୃହର ଅଧିବେଶନ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ। ଆସନ୍ତା ସାଧାରଣ […]

ଭୁବନେଶ୍ୱର: ଆଜିଠାରୁ ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଫେବୃଆରୀ ୨୧ରୁ ଏପ୍ରିଲ ୬ ତାରିଖ ମଧ୍ୟରେ ମୋଟ ୨ଟି ପର୍ଯ୍ୟୟରେ ଏହି ଅଧିବେଶନ ଚାଲିବ। ଏହି ଅଧିବେଶନ କାଳରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆସନ୍ତା ୨୪ ତାରିଖରେ ବଜେଟ ଉପସ୍ଥାପନ କରିବେ। ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌‌ଙ୍କ ଅଭିଭାଷଣ ପରେ ଗୃହର ଅଧିବେଶନ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହା ରାଜ୍ୟ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ ହୋଇଥିବାବେଳେ ଏଥିରେ ଅନେକଗୁଡ଼ିଏ ନୂଆ ଘୋଷଣା ହୋଇପାରେ ବୋଲି ଆଲୋଚନା ହେଉଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଦୃଷ୍ଟିରୁ ଚଳିତ ଅଧିବେଶନରେ ଗୃହ ସରଗରମ୍‌‌ ରହିବ ବୋଲି ତଥ୍ୟାଭିଜ୍ଞ ମହଲ ଆକଳନ କରୁଛନ୍ତି। ବିଶେଷକରି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡ ଏବଂ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆଚରଣ ଏବଂ ଉଚ୍ଚାରଣକୁ ନେଇ ବେଶ୍‌‌ କିଛିଦିନ ହେବ ରାଜ୍ୟ ରାଜନୀତି ଉଷ୍ମ ରହିଛି। ୫ କେଜି ଚାଉଳ କାଟ୍‌‌ ସହ କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରି ନିକଟରେ ବିଜେଡି ମଧ୍ୟ ରାଜରାସ୍ତାକୁ ଓହ୍ଲାଇଛି। ବିଭିନ୍ନ କେନ୍ଦ୍ରୀୟ ଅବହେଳାକୁ ନେଇ ଏଥର ଶାସକଦଳ ସଭ୍ୟମାନେ ଗୃହରେ ପ୍ରଭାବୀ ସ୍ୱର ଉଠାଇବାକୁ ଥିବାବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତାକୁ ମଧ୍ୟ ସମାନ ଭାବେ ଗୃହରେ ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଏବଂ ଏହାର ପରବର୍ତ୍ତୀ ତଦନ୍ତ, ଧାନକିଣା, ବେକାରୀ ପରି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଆଜି ସକାଳ ୧୦ଟା ୩୦ ମିନିଟରେ ବିଜେଡି ବିଧାୟକ ଦଳ ବୈଠକ ବସିବାକୁ ଯାଉଛି। ବୈଠକରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୃହରେ ଦଳର ଆଭିମୁଖ୍ୟ କିପରି ରହିବ ସେନେଇ ଦଳୀୟ ବିଧାୟକଙ୍କୁ ପରାମର୍ଶ ଦେବେ। ତେବେ ଶାସକ ଦଳ ସମସ୍ତ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଏବଂ ବିରୋଧୀଙ୍କ ପ୍ରତିଟି ପ୍ରଶ୍ନର ସମୁଚିତ ଜବାବ୍‌‌ ଦିଆଯିବ ବୋଲି ଦଳୀୟ ନେତା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଦଳ ପକ୍ଷରୁ ବିଭିନ୍ନ କେନ୍ଦ୍ରୀୟ ଅବହେଳା ସହ ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ଶାସକ ଦଳର ସଭ୍ୟମାନେ ଦୃଢ଼ ସ୍ୱର ଉତ୍ଥାପନ କରିପାରନ୍ତି। ବିଶେଷକରି ଗରିବଙ୍କ ୫ କେଜି ଚାଉଳ କାଟ୍‌‌, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିକୁ ଉପେକ୍ଷା, ଉଷୁନା ଚାଉଳ ନ ଉଠାଇ ଓଡ଼ିଶାର ଚାଷୀଙ୍କ ପ୍ରତି ଅବିଚାର, କେନ୍ଦ୍ରୀୟ ଯୋଜନାରେ ଅନୁଦାନ ହ୍ରାସ ଏବଂ ସର୍ବୋପରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟାକୁ କେନ୍ଦ୍ର ରୋକ୍‌‌ଠୋକ୍‌‌ ଭାବେ ମନା କରିଦେବା ଆଦି ପ୍ରସଙ୍ଗକୁ ମଧ୍ୟ ବିଜେଡି ଗୃହରେ ଉଠାଇପାରେ। ଏସବୁ ଦୃଷ୍ଟିରୁ ଉଭୟ ଶାସକ-ବିରୋଧୀ ଗୃହରେ ମୁହାଁମୁହିଁ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର