ଦୁବାଇରେ ଚମକିଲେ ଓଡ଼ିଆ ଝିଅ, ସମ୍ମାନଜନକ ଇନସ୍ପାୟାରିଂ ଓମେନ ବିଜନେସ ଲିଡର ଆୱାର୍ଡ-୨୦୨୧ ପାଇଲେ ମଧୁସ୍ମିତା

The Sakala Picture
Published On

ଭୁବନେଶ୍ୱର: ଓଡିଆ ଝିଅଙ୍କୁ ବିଦେଶରେ ବଡ ସଫଳତା । ଦୁବାଇରେ ସମ୍ମାନଜନକ ଇନସ୍ପାୟାରିଂ ଓମେନ ବିଜନେସ ଲିଡର ଆୱାର୍ଡ-୨୦୨୧ ଲାଭ କରିଛନ୍ତି ମଧୁସ୍ମିତା ନାୟକ । ଦୀର୍ଘ ୧୩ ବର୍ଷ ଧରି ୟୁନାଇଟେଡ ଆରବ ଏମିରେଟସରେ ବାସ କରୁଥିବା ମଧୁସ୍ମିତା ଦୁବାଇ ସରକାରଙ୍କ ଅଧୀନରେ ଷ୍ଟ୍ରାଟେଜି ଆଣ୍ଡ ବିଜନେସ ଏକ୍ସଲେନସ ଡିପାର୍ଟମେଣ୍ଟରେ କାର୍ଯ୍ୟ କରିଆସୁଛନ୍ତି । ଦୁବାଇରେ ଗତ ୧୨ ତାରିଖରେ ଅନୁଷ୍ଠିତ ଓମେନ ଲିଡରସିପ୍ ସମିଟରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଗତ […]

ଭୁବନେଶ୍ୱର: ଓଡିଆ ଝିଅଙ୍କୁ ବିଦେଶରେ ବଡ ସଫଳତା । ଦୁବାଇରେ ସମ୍ମାନଜନକ ଇନସ୍ପାୟାରିଂ ଓମେନ ବିଜନେସ ଲିଡର ଆୱାର୍ଡ-୨୦୨୧ ଲାଭ କରିଛନ୍ତି ମଧୁସ୍ମିତା ନାୟକ । ଦୀର୍ଘ ୧୩ ବର୍ଷ ଧରି ୟୁନାଇଟେଡ ଆରବ ଏମିରେଟସରେ ବାସ କରୁଥିବା ମଧୁସ୍ମିତା ଦୁବାଇ ସରକାରଙ୍କ ଅଧୀନରେ ଷ୍ଟ୍ରାଟେଜି ଆଣ୍ଡ ବିଜନେସ ଏକ୍ସଲେନସ ଡିପାର୍ଟମେଣ୍ଟରେ କାର୍ଯ୍ୟ କରିଆସୁଛନ୍ତି । ଦୁବାଇରେ ଗତ ୧୨ ତାରିଖରେ ଅନୁଷ୍ଠିତ ଓମେନ ଲିଡରସିପ୍ ସମିଟରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଗତ ବର୍ଷ ମଧ୍ୟ ମଧୁସ୍ମିତା ଇଣ୍ଟରନ୍ୟାସନାଲ ଏଜୁକେସନ ସମିଟ ଆଣ୍ଡ ଆୱାର୍ଡ ଉତ୍ସବରେ ତାଙ୍କୁ ଡିଷ୍ଟିଙ୍ଗୱିସଡ ଲିଡରସିପ ଆୱାର୍ଡ ମିଳିଥିଲା ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ପୂର୍ବରୁ ସେ ୟୁଏଇର ଡାଇରେକ୍ଟର ଜେନରାଲ ଭାବେ ମନୋନୀତ ହୋଇଥିବା ସହ କମନୱେଲଥ ଏଣ୍ଟରପ୍ରିନ୍ୟୁର୍ସ କ୍ଲବର ଆମ୍ବାସଡର ହୋଇଥିଲେ । ବିଭିନ୍ନ ଉତ୍କର୍ଷତାସମ୍ପନ୍ନ ବ୍ୟାବସାୟିକ ସମିଟ, ଶ୍ରମ ଅଧିକାର ଆକଳନ କ୍ଷେତ୍ରରେ ମଧ୍ୟ ବିଶେଷ ପାରଦର୍ଶିତା ହାସଲ କରିଛନ୍ତି ମଧୁସ୍ମିତା । ସେ ମଧ୍ୟ ଦୁବାଇ ଚାମ୍ବର, ଏନଗେଜ ଦୁବାଇ, ଦୁବାଇ କ୍ବାଲିଟି ଗ୍ରୁପ ଆଦି ସହ ଜଡିତ ଅଛନ୍ତି । ମଧୁସ୍ମିତା ଇଲେକ୍ଟ୍ରୋନିକ୍ସରେ ଇଞ୍ଜିନିୟରିଂ ଲାଭ କରିଛନ୍ତି । ଭୁବନେଶ୍ବରରେ ଜନ୍ମିତ ମଧୁସ୍ମିତା ହେଉଛନ୍ତି ଡକ୍ଟର ଚତୁର୍ଭୁଜ ନାୟକ ଓ ବିଦୁଲତା ନାୟକଙ୍କ ସୁକନ୍ୟା ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

21 Jun 2021 By The Sakala

ଦୁବାଇରେ ଚମକିଲେ ଓଡ଼ିଆ ଝିଅ, ସମ୍ମାନଜନକ ଇନସ୍ପାୟାରିଂ ଓମେନ ବିଜନେସ ଲିଡର ଆୱାର୍ଡ-୨୦୨୧ ପାଇଲେ ମଧୁସ୍ମିତା

ଭୁବନେଶ୍ୱର: ଓଡିଆ ଝିଅଙ୍କୁ ବିଦେଶରେ ବଡ ସଫଳତା । ଦୁବାଇରେ ସମ୍ମାନଜନକ ଇନସ୍ପାୟାରିଂ ଓମେନ ବିଜନେସ ଲିଡର ଆୱାର୍ଡ-୨୦୨୧ ଲାଭ କରିଛନ୍ତି ମଧୁସ୍ମିତା ନାୟକ । ଦୀର୍ଘ ୧୩ ବର୍ଷ ଧରି ୟୁନାଇଟେଡ ଆରବ ଏମିରେଟସରେ ବାସ କରୁଥିବା ମଧୁସ୍ମିତା ଦୁବାଇ ସରକାରଙ୍କ ଅଧୀନରେ ଷ୍ଟ୍ରାଟେଜି ଆଣ୍ଡ ବିଜନେସ ଏକ୍ସଲେନସ ଡିପାର୍ଟମେଣ୍ଟରେ କାର୍ଯ୍ୟ କରିଆସୁଛନ୍ତି । ଦୁବାଇରେ ଗତ ୧୨ ତାରିଖରେ ଅନୁଷ୍ଠିତ ଓମେନ ଲିଡରସିପ୍ ସମିଟରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଗତ ବର୍ଷ ମଧ୍ୟ ମଧୁସ୍ମିତା ଇଣ୍ଟରନ୍ୟାସନାଲ ଏଜୁକେସନ ସମିଟ ଆଣ୍ଡ ଆୱାର୍ଡ ଉତ୍ସବରେ ତାଙ୍କୁ ଡିଷ୍ଟିଙ୍ଗୱିସଡ ଲିଡରସିପ ଆୱାର୍ଡ ମିଳିଥିଲା ।

ପୂର୍ବରୁ ସେ ୟୁଏଇର ଡାଇରେକ୍ଟର ଜେନରାଲ ଭାବେ ମନୋନୀତ ହୋଇଥିବା ସହ କମନୱେଲଥ ଏଣ୍ଟରପ୍ରିନ୍ୟୁର୍ସ କ୍ଲବର ଆମ୍ବାସଡର ହୋଇଥିଲେ । ବିଭିନ୍ନ ଉତ୍କର୍ଷତାସମ୍ପନ୍ନ ବ୍ୟାବସାୟିକ ସମିଟ, ଶ୍ରମ ଅଧିକାର ଆକଳନ କ୍ଷେତ୍ରରେ ମଧ୍ୟ ବିଶେଷ ପାରଦର୍ଶିତା ହାସଲ କରିଛନ୍ତି ମଧୁସ୍ମିତା । ସେ ମଧ୍ୟ ଦୁବାଇ ଚାମ୍ବର, ଏନଗେଜ ଦୁବାଇ, ଦୁବାଇ କ୍ବାଲିଟି ଗ୍ରୁପ ଆଦି ସହ ଜଡିତ ଅଛନ୍ତି । ମଧୁସ୍ମିତା ଇଲେକ୍ଟ୍ରୋନିକ୍ସରେ ଇଞ୍ଜିନିୟରିଂ ଲାଭ କରିଛନ୍ତି । ଭୁବନେଶ୍ବରରେ ଜନ୍ମିତ ମଧୁସ୍ମିତା ହେଉଛନ୍ତି ଡକ୍ଟର ଚତୁର୍ଭୁଜ ନାୟକ ଓ ବିଦୁଲତା ନାୟକଙ୍କ ସୁକନ୍ୟା ।

https://www.thesakala.in/latest-odisha-news/odia-girl-won-inspring-women-business-award-2021-in-dubai/article-3130
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର