ଦୈନିକ ଖବରକାଗଜ ‘ସକାଳ’ର ଦ୍ବିତୀୟ ସ୍ବନକ୍ଷତ୍ର ଉପଲକ୍ଷେ ଆୟୋଜିତ ମିନି ମାରାଥନରେ ସମର୍ଥନ ସାଉଣ୍ଟିଲା ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’

The Sakala Picture
Published On

ଭୁବନେଶ୍ବର: ଆଜି ଦୈନିକ ଖବରକାଗଜ ‘ସକାଳ’ର ଦ୍ବିତୀୟ ସ୍ବନକ୍ଷତ୍ର ଦିବସ । ଏହି ଅବସରରେ ସଚେତନତାର ବାର୍ତ୍ତା ନେଇ ଦୌଡିଛି ସାରା ଓଡ଼ିଶା । ବିଶ୍ବ ଏଡସ ଦିବସ ଓ ଦୈନିକ ଖବରକାଗଜ ‘ସକାଳ’ର ଦ୍ବିତୀୟ ସ୍ବନକ୍ଷତ୍ର ଅବସରରେ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ୯ଟି ସହରରେ ଅନୁଷ୍ଠିତ ହୋଇଥିଲା ମିନି ମାରାଥନ । ଭୁବନେଶ୍ବରରେ ଶିଶୁଭବନ ଛକରୁ ଏକାମ୍ର ହାଟ ଯାଏ ଦୌଡ଼ିଥିଲେ ଶହଶହ ସାଧାରଣଲୋକ । ଭୁବନେଶ୍ବର ଡିସିପି ପ୍ରତୀକ ସିଂ ପତାକା ଦେଖାଇ […]

ଭୁବନେଶ୍ବର: ଆଜି ଦୈନିକ ଖବରକାଗଜ ‘ସକାଳ’ର ଦ୍ବିତୀୟ ସ୍ବନକ୍ଷତ୍ର ଦିବସ । ଏହି ଅବସରରେ ସଚେତନତାର ବାର୍ତ୍ତା ନେଇ ଦୌଡିଛି ସାରା ଓଡ଼ିଶା । ବିଶ୍ବ ଏଡସ ଦିବସ ଓ ଦୈନିକ ଖବରକାଗଜ ‘ସକାଳ’ର ଦ୍ବିତୀୟ ସ୍ବନକ୍ଷତ୍ର ଅବସରରେ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ୯ଟି ସହରରେ ଅନୁଷ୍ଠିତ ହୋଇଥିଲା ମିନି ମାରାଥନ । ଭୁବନେଶ୍ବରରେ ଶିଶୁଭବନ ଛକରୁ ଏକାମ୍ର ହାଟ ଯାଏ ଦୌଡ଼ିଥିଲେ ଶହଶହ ସାଧାରଣଲୋକ । ଭୁବନେଶ୍ବର ଡିସିପି ପ୍ରତୀକ ସିଂ ପତାକା ଦେଖାଇ ମିନି ମାରାଥନର ଶୁଭ ଉଦଘାଟନ କରିଥିଲେ । ଏହାପରେ ଏକାମ୍ର ହାଟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

ରାଜଧାନୀରେ ଆୟୋଜିତ ମାରାଥନରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ଓଡିଆ ସିନେମା ଜଗତ । ଫିଲ୍ମ ‘ପ୍ରତୀକ୍ଷା’ର ଟିମ ପହଞ୍ଚି ପ୍ରମୋସନ କରିବା ସହ ଜନସାଧାରଣଙ୍କ ସମର୍ଥନ ଲୋଡିଥିଲେ । ସେହିପରି କମେଡିଆନ ପପୁ ପମପମ୍‌ ମାରାଥନରେ ଯୋଗ ଦେଇ ପ୍ରତିଯୋଗୀଙ୍କ ମନୋବଳ ବଢାଇବା ସହ ହସାଇ ହସାଇ ବେଦମ କରାଇଥିଲେ ।

ଆହୁରି ପଢ଼ନ୍ତୁ: ମାଲକାନଗିରି କେରିମେଟି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

ଭୁବନେଶ୍ବର, କଟକ ଓ ବ୍ରହ୍ନପୁର ସମେତ ରାଜ୍ୟର ୯ଟି ସହରରେ ଆୟୋଜିତ ହୋଇଥିଲା ମିନି ମାରାଥନ୍ । ମାରାଥନରେ ଯୋଗଦେଇ ପୁରୁଷ ବିଭାଗରେ ପ୍ରଥମ ସ୍ଥାନ ଅଧିକାରୀ କରିଛନ୍ତି ଲକ୍ଷ୍ମଣ ପୃଷ୍ଟି, ଦ୍ବିତୀୟରେ ଶୁଭମ ବେହେରା ଓ ତୃତୀୟ ସ୍ଥାନରେ ସାଗର ଭୋଇ ରହିଛନ୍ତି । ସେହିପରି ମହିଳା ବିଭାଗରେ ପ୍ରଥମ ସ୍ଥାନ ବାସନ୍ତି ମଣ୍ଡିଆ ଓ ଦ୍ବିତୀୟ ସ୍ଥାନ ଅକ୍ତିଆର କରିଥିବା ମାମିନା ମୁର୍ମୁଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଗଣଦୌଡ଼ରେ ଶହଶହ ସାଧାରଣ ଲୋକଙ୍କ ସହିତ ନେତା ଓ ସେଲିବ୍ରିଟି ଯୋଗଦେଇଥିଲେ ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

01 Dec 2022 By The Sakala

ଦୈନିକ ଖବରକାଗଜ ‘ସକାଳ’ର ଦ୍ବିତୀୟ ସ୍ବନକ୍ଷତ୍ର ଉପଲକ୍ଷେ ଆୟୋଜିତ ମିନି ମାରାଥନରେ ସମର୍ଥନ ସାଉଣ୍ଟିଲା ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’

ଭୁବନେଶ୍ବର: ଆଜି ଦୈନିକ ଖବରକାଗଜ ‘ସକାଳ’ର ଦ୍ବିତୀୟ ସ୍ବନକ୍ଷତ୍ର ଦିବସ । ଏହି ଅବସରରେ ସଚେତନତାର ବାର୍ତ୍ତା ନେଇ ଦୌଡିଛି ସାରା ଓଡ଼ିଶା । ବିଶ୍ବ ଏଡସ ଦିବସ ଓ ଦୈନିକ ଖବରକାଗଜ ‘ସକାଳ’ର ଦ୍ବିତୀୟ ସ୍ବନକ୍ଷତ୍ର ଅବସରରେ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ୯ଟି ସହରରେ ଅନୁଷ୍ଠିତ ହୋଇଥିଲା ମିନି ମାରାଥନ । ଭୁବନେଶ୍ବରରେ ଶିଶୁଭବନ ଛକରୁ ଏକାମ୍ର ହାଟ ଯାଏ ଦୌଡ଼ିଥିଲେ ଶହଶହ ସାଧାରଣଲୋକ । ଭୁବନେଶ୍ବର ଡିସିପି ପ୍ରତୀକ ସିଂ ପତାକା ଦେଖାଇ ମିନି ମାରାଥନର ଶୁଭ ଉଦଘାଟନ କରିଥିଲେ । ଏହାପରେ ଏକାମ୍ର ହାଟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ରାଜଧାନୀରେ ଆୟୋଜିତ ମାରାଥନରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ଓଡିଆ ସିନେମା ଜଗତ । ଫିଲ୍ମ ‘ପ୍ରତୀକ୍ଷା’ର ଟିମ ପହଞ୍ଚି ପ୍ରମୋସନ କରିବା ସହ ଜନସାଧାରଣଙ୍କ ସମର୍ଥନ ଲୋଡିଥିଲେ । ସେହିପରି କମେଡିଆନ ପପୁ ପମପମ୍‌ ମାରାଥନରେ ଯୋଗ ଦେଇ ପ୍ରତିଯୋଗୀଙ୍କ ମନୋବଳ ବଢାଇବା ସହ ହସାଇ ହସାଇ ବେଦମ କରାଇଥିଲେ ।

ଭୁବନେଶ୍ବର, କଟକ ଓ ବ୍ରହ୍ନପୁର ସମେତ ରାଜ୍ୟର ୯ଟି ସହରରେ ଆୟୋଜିତ ହୋଇଥିଲା ମିନି ମାରାଥନ୍ । ମାରାଥନରେ ଯୋଗଦେଇ ପୁରୁଷ ବିଭାଗରେ ପ୍ରଥମ ସ୍ଥାନ ଅଧିକାରୀ କରିଛନ୍ତି ଲକ୍ଷ୍ମଣ ପୃଷ୍ଟି, ଦ୍ବିତୀୟରେ ଶୁଭମ ବେହେରା ଓ ତୃତୀୟ ସ୍ଥାନରେ ସାଗର ଭୋଇ ରହିଛନ୍ତି । ସେହିପରି ମହିଳା ବିଭାଗରେ ପ୍ରଥମ ସ୍ଥାନ ବାସନ୍ତି ମଣ୍ଡିଆ ଓ ଦ୍ବିତୀୟ ସ୍ଥାନ ଅକ୍ତିଆର କରିଥିବା ମାମିନା ମୁର୍ମୁଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଗଣଦୌଡ଼ରେ ଶହଶହ ସାଧାରଣ ଲୋକଙ୍କ ସହିତ ନେତା ଓ ସେଲିବ୍ରିଟି ଯୋଗଦେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର