ଅଭିନେତ୍ରୀ ବର୍ଷା ଲେଖିବେ ‘ଅନ୍ତଃସ୍ୱର’; ସ୍ଥାନ ପାଇବ କି ଦାମ୍ପତ୍ୟ ଜୀବନର ଅକୁହା କଥା ?

The Sakala Picture
Published On

କଟକ: ଷ୍ଟାର ଦମ୍ପତି ଅନୁଭବ ଓ ବର୍ଷାଙ୍କ ଦାମ୍ପତ୍ୟ ଜୀବନକୁ ନେଇ ଲାଗିରହିଥିବା ବିବାଦରେ ଅଦାଲତଙ୍କ ରାୟକୁ ଉଭୟଙ୍କ ଫ୍ୟାନ୍‍ ଏବେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଉଭୟଙ୍କ ପକ୍ଷରୁ ଦାୟର ଏକାଧିକ ମାମଲା ଏବେ ବିଭିନ୍ନ ଅଦାଲତରେ ବିଚାରାଧୀନ ରହିଛି। ଠିକ ଏହି ସମୟରେ ବର୍ଷାଙ୍କ କଲମମୁନରୁ ଅନ୍ତଃସ୍ୱର ନାମରେ ଏକ ପୁସ୍ତକ ଲେଖା ଆରମ୍ଭ ହେବାକୁ ଯାଉଛି। ଏ ସମ୍ପର୍କରେ ଖୋଦ ବର୍ଷା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ବର୍ଷା କ’ଣ […]

କଟକ: ଷ୍ଟାର ଦମ୍ପତି ଅନୁଭବ ଓ ବର୍ଷାଙ୍କ ଦାମ୍ପତ୍ୟ ଜୀବନକୁ ନେଇ ଲାଗିରହିଥିବା ବିବାଦରେ ଅଦାଲତଙ୍କ ରାୟକୁ ଉଭୟଙ୍କ ଫ୍ୟାନ୍‍ ଏବେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଉଭୟଙ୍କ ପକ୍ଷରୁ ଦାୟର ଏକାଧିକ ମାମଲା ଏବେ ବିଭିନ୍ନ ଅଦାଲତରେ ବିଚାରାଧୀନ ରହିଛି। ଠିକ ଏହି ସମୟରେ ବର୍ଷାଙ୍କ କଲମମୁନରୁ ଅନ୍ତଃସ୍ୱର ନାମରେ ଏକ ପୁସ୍ତକ ଲେଖା ଆରମ୍ଭ ହେବାକୁ ଯାଉଛି। ଏ ସମ୍ପର୍କରେ ଖୋଦ ବର୍ଷା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ବର୍ଷା କ’ଣ ଲେଖିବାକୁ ଯାଉଛନ୍ତି ଓ ଏହା କେବେ ଉନ୍ମୋଚନ ହେବ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବର୍ଷା ଯଦିଓ ସବିସ୍ତୃତ ସାର୍ବଜନୀନ କରିନାହାନ୍ତି; କିନ୍ତୁ ଅନ୍ତଃସ୍ୱର ଯେ ଅନେକ ଅକୁହା କଥାର ସମାହାର ହେବ ତାହା ସ୍ପଷ୍ଟ କରିଛନ୍ତି। ବର୍ଷା ନିଜ କ୍ୟାରିଅରଠାରୁ ଆରମ୍ଭ କରି ଦାମ୍ପତ୍ୟ ଜୀବନ ସମ୍ପର୍କରେ ଥିବା ଅନେକ ଅକୁହା କଥାକୁ ଲୋକଲୋଚନକୁ ଆଣିବା ପାଇଁ ଏହି ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି। ବର୍ଷା ଟ୍ୱିଟ କରିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ତଥା ତାଙ୍କ ପ୍ରଶଂସକଙ୍କ ସ୍ନେହ ଶ୍ରଦ୍ଧା, ଅଗ୍ରପୂଜ୍ୟ ବିନାୟକଙ୍କ ଆଶୀର୍ବାଦ ନେଇ ତାଙ୍କ ପ୍ରଥମ ପୁସ୍ତକ ଲେଖିବାକୁ ଯାଉଛନ୍ତି। ଏହା ସୃଜନଶୀଳତାର ପ୍ରୟାସ ବୋଲି ବର୍ଷା ଉଲ୍ଲେଖ କରିଥିଲେ ମଧ୍ୟ ପୁସ୍ତକର ନାମକରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ପ୍ରକାଶଥାଉକି, ପୂର୍ବରୁ ଅନୁଭବ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଦାମ୍ପତ୍ୟ ଜୀବନକୁ ନେଇ ଗୋଟିଏ ପରେ ଗୋଟିଏ ଭିଡିଓ ଅପଲୋଡ କରି ବିବାଦରେ ଛନ୍ଦି ହୋଇଥିଲେ। ଏବେ ବର୍ଷାଙ୍କ ‘ଅନ୍ତଃସ୍ୱର’କୁ ନେଇ ଆଲୋଚନା ଜୋର ଧରିଲାଣି। ସୂଚନାଯୋଗ୍ୟ ଯେ ନିକଟରେ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ସ୍ୱାମୀ ଅନୁଭବଙ୍କ ପୈତୃକ ଘରକୁ ବର୍ଷା ଛାଡିବାକୁ ଯାଉଛନ୍ତି। ଏସଡିଜେଏମ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ବର୍ଷାଙ୍କୁ ଜିଲ୍ଲା ଅଦାଲତରୁ ନିରାଶ ହେବାକୁ ପଡ଼ିଥିଲା। ସେହିପରି ପରିବାର ଅଦାଲତରେ ଚାଲିଥିବା ମାମଲାରେ ଅନୁଭବଙ୍କୁ ଅଧିକ ଜେରା ପାଇଁ କରିଥିବା ଆବେଦନକୁ ପରିବାର ଅଦାଲତ ଖାରଜ କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜୁ ମାମଲାର ଫଳାଫଳ ଆସନ୍ତା ୭ରେ ଆସିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

02 Sep 2022 By The Sakala

ଅଭିନେତ୍ରୀ ବର୍ଷା ଲେଖିବେ ‘ଅନ୍ତଃସ୍ୱର’; ସ୍ଥାନ ପାଇବ କି ଦାମ୍ପତ୍ୟ ଜୀବନର ଅକୁହା କଥା ?

କଟକ: ଷ୍ଟାର ଦମ୍ପତି ଅନୁଭବ ଓ ବର୍ଷାଙ୍କ ଦାମ୍ପତ୍ୟ ଜୀବନକୁ ନେଇ ଲାଗିରହିଥିବା ବିବାଦରେ ଅଦାଲତଙ୍କ ରାୟକୁ ଉଭୟଙ୍କ ଫ୍ୟାନ୍‍ ଏବେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଉଭୟଙ୍କ ପକ୍ଷରୁ ଦାୟର ଏକାଧିକ ମାମଲା ଏବେ ବିଭିନ୍ନ ଅଦାଲତରେ ବିଚାରାଧୀନ ରହିଛି। ଠିକ ଏହି ସମୟରେ ବର୍ଷାଙ୍କ କଲମମୁନରୁ ଅନ୍ତଃସ୍ୱର ନାମରେ ଏକ ପୁସ୍ତକ ଲେଖା ଆରମ୍ଭ ହେବାକୁ ଯାଉଛି। ଏ ସମ୍ପର୍କରେ ଖୋଦ ବର୍ଷା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ବର୍ଷା କ’ଣ ଲେଖିବାକୁ ଯାଉଛନ୍ତି ଓ ଏହା କେବେ ଉନ୍ମୋଚନ ହେବ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବର୍ଷା ଯଦିଓ ସବିସ୍ତୃତ ସାର୍ବଜନୀନ କରିନାହାନ୍ତି; କିନ୍ତୁ ଅନ୍ତଃସ୍ୱର ଯେ ଅନେକ ଅକୁହା କଥାର ସମାହାର ହେବ ତାହା ସ୍ପଷ୍ଟ କରିଛନ୍ତି। ବର୍ଷା ନିଜ କ୍ୟାରିଅରଠାରୁ ଆରମ୍ଭ କରି ଦାମ୍ପତ୍ୟ ଜୀବନ ସମ୍ପର୍କରେ ଥିବା ଅନେକ ଅକୁହା କଥାକୁ ଲୋକଲୋଚନକୁ ଆଣିବା ପାଇଁ ଏହି ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି। ବର୍ଷା ଟ୍ୱିଟ କରିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ତଥା ତାଙ୍କ ପ୍ରଶଂସକଙ୍କ ସ୍ନେହ ଶ୍ରଦ୍ଧା, ଅଗ୍ରପୂଜ୍ୟ ବିନାୟକଙ୍କ ଆଶୀର୍ବାଦ ନେଇ ତାଙ୍କ ପ୍ରଥମ ପୁସ୍ତକ ଲେଖିବାକୁ ଯାଉଛନ୍ତି। ଏହା ସୃଜନଶୀଳତାର ପ୍ରୟାସ ବୋଲି ବର୍ଷା ଉଲ୍ଲେଖ କରିଥିଲେ ମଧ୍ୟ ପୁସ୍ତକର ନାମକରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ପ୍ରକାଶଥାଉକି, ପୂର୍ବରୁ ଅନୁଭବ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଦାମ୍ପତ୍ୟ ଜୀବନକୁ ନେଇ ଗୋଟିଏ ପରେ ଗୋଟିଏ ଭିଡିଓ ଅପଲୋଡ କରି ବିବାଦରେ ଛନ୍ଦି ହୋଇଥିଲେ। ଏବେ ବର୍ଷାଙ୍କ ‘ଅନ୍ତଃସ୍ୱର’କୁ ନେଇ ଆଲୋଚନା ଜୋର ଧରିଲାଣି। ସୂଚନାଯୋଗ୍ୟ ଯେ ନିକଟରେ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ସ୍ୱାମୀ ଅନୁଭବଙ୍କ ପୈତୃକ ଘରକୁ ବର୍ଷା ଛାଡିବାକୁ ଯାଉଛନ୍ତି। ଏସଡିଜେଏମ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ବର୍ଷାଙ୍କୁ ଜିଲ୍ଲା ଅଦାଲତରୁ ନିରାଶ ହେବାକୁ ପଡ଼ିଥିଲା। ସେହିପରି ପରିବାର ଅଦାଲତରେ ଚାଲିଥିବା ମାମଲାରେ ଅନୁଭବଙ୍କୁ ଅଧିକ ଜେରା ପାଇଁ କରିଥିବା ଆବେଦନକୁ ପରିବାର ଅଦାଲତ ଖାରଜ କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜୁ ମାମଲାର ଫଳାଫଳ ଆସନ୍ତା ୭ରେ ଆସିବାର ସମ୍ଭାବନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର