ବିଳମ୍ବିତ ହୋଇପାରେ ଓସିଏସ୍ ମୁଖ୍ୟ ପରୀକ୍ଷାଫଳ, ଖାତାଦେଖା ପାଇଁ ମିଳୁନାହାନ୍ତି ଶିକ୍ଷକ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା (ଓସିଏସ୍‌‌) ମେନ୍‌‌ ପରୀକ୍ଷା ମୂଲ୍ୟାୟନ ପାଇଁ ପ୍ରାଧ୍ୟାପକ ମିଳୁ ନାହାଁନ୍ତି। ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରାଧ୍ୟାପକଙ୍କୁ ଖାତାଦେଖା ପାଇଁ ରିଲିଭ୍‌‌ କରୁ ନ ଥିବାରୁ ସମସ୍ୟା ଦେଖା ଦେଇଛି। ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖି ‘ଓପିଏସସି’ ଏନେଇ ସହଯୋଗ ଲୋଡ଼ିଛି। ବିଶ୍ୱବିଦ୍ୟାଳୟର କାମ ପାଇଁ ପ୍ରାଧ୍ୟାପକମାନେ କାର୍ଯ୍ୟସ୍ଥଳରୁ ରିଲିଭ୍‌‌ ହୋଇ ପାରୁ ନାହାନ୍ତି। ଏପରିସ୍ଥିତିରେ ରେଜଲ୍ଟ ପ୍ରକାଶନ ବିଳମ୍ବ ହେବା ନେଇ ଆଶାୟୀଙ୍କ ଆଶଙ୍କା ବଢ଼଼଼ିଛି। ପ୍ରାଧ୍ୟାପକ […]

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା (ଓସିଏସ୍‌‌) ମେନ୍‌‌ ପରୀକ୍ଷା ମୂଲ୍ୟାୟନ ପାଇଁ ପ୍ରାଧ୍ୟାପକ ମିଳୁ ନାହାଁନ୍ତି। ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରାଧ୍ୟାପକଙ୍କୁ ଖାତାଦେଖା ପାଇଁ ରିଲିଭ୍‌‌ କରୁ ନ ଥିବାରୁ ସମସ୍ୟା ଦେଖା ଦେଇଛି। ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖି ‘ଓପିଏସସି’ ଏନେଇ ସହଯୋଗ ଲୋଡ଼ିଛି।

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ନଦୀ ପାର ସମୟରେ ବୁଡିଗଲା ଡଙ୍ଗା; ଦୁଇ ନିଖୋଜ, ଦୁଇ ଉଦ୍ଧାର

ବିଶ୍ୱବିଦ୍ୟାଳୟର କାମ ପାଇଁ ପ୍ରାଧ୍ୟାପକମାନେ କାର୍ଯ୍ୟସ୍ଥଳରୁ ରିଲିଭ୍‌‌ ହୋଇ ପାରୁ ନାହାନ୍ତି। ଏପରିସ୍ଥିତିରେ ରେଜଲ୍ଟ ପ୍ରକାଶନ ବିଳମ୍ବ ହେବା ନେଇ ଆଶାୟୀଙ୍କ ଆଶଙ୍କା ବଢ଼଼଼ିଛି। ପ୍ରାଧ୍ୟାପକ ଅଭାବ, ନାକ୍‌‌ ଟିମ୍‌‌ ପରିଦର୍ଶନ ଓ ଯୁକ୍ତ ତିନି ମୂଲ୍ୟାୟନ, ପରୀକ୍ଷା ଆଦି ପାଇଁ ପ୍ରାଧ୍ୟାପକମାନଙ୍କୁ ଛାଡ଼ିବା ସମ୍ଭବପର ହେଉନି ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି। ବାରମ୍ୱାର ନିବେଦନ ପରେ ବି ପ୍ରାଧ୍ୟାପକ ବିଶ୍ୱବିଦ୍ୟାଳୟରୁ ରିଲିଭ ହେଉନାହାନ୍ତି। ଫଳରେ ଖାତା ମୂଲ୍ୟାୟନ ପାଇଁ ପ୍ରାଧ୍ୟାପକ ମରୁଡ଼ି ଦେଖା ଦେଇଛି।

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି

ମିଳିଥିବା ସୂଚନା ମୁତାବକ ଓପିଏସ୍‌ସି କର୍ତ୍ତୃପକ୍ଷ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ଚିଠି ଲେଖିଥିଲେ। ଯେଉଁଥିରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଗୃହ ବିଜ୍ଞାନ ବିଷୟର ସହକାରୀ ପ୍ରାଧ୍ୟାପକଙ୍କୁ ଖାତା ଦେଖା କାମରେ ନିୟୋଜିତ କରିବାକୁ ଦର୍ଶାଇଥିଲେ। ମାତ୍ର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସିଧାସଳଖ ଅକ୍ଷମତା ପ୍ରକାଶ କରିଛନ୍ତି। ଯାହାକୁ ନେଇ ଓପିଏସସିର ଚିନ୍ତା ବଢ଼଼଼ିଛି। ବିଶ୍ୱବିଦ୍ୟାଳୟର ଏଭଳି ଉତ୍ତର ପରେ ଓପିଏସସି ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ଲାଗି ଅନୁରୋଧ କରାଯାଇଛି। ୯୫୫ଜଣ ଗୃହ ବିଜ୍ଞାନ ବିଷୟରେ ପରୀକ୍ଷା ଦେଇଛନ୍ତି। ଯଦି ଖାତା ଦେଖା ଠିକ୍‌‌ ସମୟରେ ନ ସରେ ତାହାଲେ ଫଳ ପ୍ରକାଶନରେ ବିଳମ୍ୱ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଓପିଏସସି। ଖାଲି ସେତିକି ନୁହେଁ ଆବଶ୍ୟକ ସ୍ଥଳେ ଅନ୍ୟ ବିଷୟ ର ଖାତା ଦେଖା କାମରେ ବି ସହଯୋଗ କରିବାକୁ ଓପିଏସସି ଅନୁରୋଧ କରିଛି। ମୂଲ୍ୟାୟନ ଜନିତ ସମସ୍ୟାକୁ ନେଇ ଓସିଏସ୍‌‌ ଆଶାୟୀଙ୍କ ଭିତରେ ଏବେ ଅନେକ ଆଶଙ୍କା ଦେଖା ଦେଲାଣି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂଜା ଗେଟ୍ ଏବଂ ତୋରଣ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଅନ୍ୟପକ୍ଷରେ ପ୍ରାୟ ପ୍ରତିବର୍ଷ ଓପିଏସସିରେ ଏଭଳି ସମସ୍ୟା ଦେଖା ଦେଉଥିବା ଓସିଏସ୍‌‌ ଆଶାୟୀ କହନ୍ତି। ତାଙ୍କ କହିବା ଅନୁଯାୟୀ ‘ଆଇସିଏସ୍‌‌’ ଢାଞ୍ଚାରେ ପରୀକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥା ତ୍ୱରାନ୍ୱିତ ପାଇଁ ଯଦିଓ ଗାଇଡଲାଇନ୍‌‌ ପ୍ରସ୍ତୁତ ହୋଇଛି, ହେଲେ ଏହାକୁ ତୃଣମୂଳ ସ୍ତରରେ ଓପିଏସସି କାର୍ଯ୍ୟକାରୀ କରି ପାରି ନଥିବା ଓସିଏସ୍‌‌ ଆଶାୟୀ ଅନୁରାଗ ରାଉତ ଅଭିଯୋଗ କରିଛନ୍ତି। ସେହିପରି ଶିକ୍ଷାବିତ୍‌‌ ପ୍ରଫେସର ମୁକ୍ତିକାନ୍ତ ଶତପଥୀ କହନ୍ତି, ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡ଼ିକରେ ଅନେକ ଶିକ୍ଷକ ପଦ ଖାଲି ପଡ଼ିଛି। ଖାଲି ଶିକ୍ଷକ ନୁହଁ, ଅଣଶିକ୍ଷକ ପଦ ଖାଲି ଥିବାରୁ ଶିକ୍ଷକମାନେ ଶିକ୍ଷାନୁଷ୍ଠାନର ବିଭିନ୍ନ ଆନୁଷଙ୍ଗିକ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ତେଣୁ ଏଥିପ୍ରତି ଉଚ୍ଚଶିକ୍ଷା ବିଭାଗ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଅବସରପ୍ରାପ୍ତ ପ୍ରାଧ୍ୟାପକମାନଙ୍କୁ ଖାତାଦେଖାରେ ନିୟୋଜିତ କରିଲେ ସମସ୍ୟାର ସମାଧାନ ହୋଇ ପାରନ୍ତା ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର