ଆଜି ପରିକ୍ରମା ପ୍ରକଳ୍ପ ହସ୍ତାନ୍ତର କରିବ ଓବିସିସି: ଜଗନ୍ନାଥବଲ୍ଲଭରେ ଅତିଥି ଦେଖିବେ ପ୍ରଦର୍ଶନୀ, ସନ୍ଧ୍ୟାରେ ଲାଇଟ୍‌‌ ଆଣ୍ଡ ସାଉଣ୍ଡ୍‌ ଶୋ’

The Sakala Picture
Published On

ପୁରୀ: ବହୁ ବାଦବିବାଦ ପରେ ଏବେ ବାସ୍ତବତାର ରୂପ ନେଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଆସନ୍ତା ୧୭ ତାରିଖରେ ଏହା କୋଟି କୋଟି ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ। ଏହି ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ନେଇଥିବା ଓବିସିସି ଶୁକ୍ରବାର ଏହାକୁ ପ୍ରଶାସନକୁ ହସ୍ତାନ୍ତର କରିବ। ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାକୁ ଆସୁଥିବାରୁ ସୁରକ୍ଷା ଦୃଷ୍ଟିକୋଣରୁ ପ୍ରଶାସନ ୧୪ ତାରିଖରେ ପୂରା ପ୍ରକଳ୍ପକୁ ପୁଲିସକୁ ହସ୍ତାନ୍ତର କରିବ। ଗୁରୁବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା […]

ପୁରୀ: ବହୁ ବାଦବିବାଦ ପରେ ଏବେ ବାସ୍ତବତାର ରୂପ ନେଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଆସନ୍ତା ୧୭ ତାରିଖରେ ଏହା କୋଟି କୋଟି ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ। ଏହି ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ନେଇଥିବା ଓବିସିସି ଶୁକ୍ରବାର ଏହାକୁ ପ୍ରଶାସନକୁ ହସ୍ତାନ୍ତର କରିବ। ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାକୁ ଆସୁଥିବାରୁ ସୁରକ୍ଷା ଦୃଷ୍ଟିକୋଣରୁ ପ୍ରଶାସନ ୧୪ ତାରିଖରେ ପୂରା ପ୍ରକଳ୍ପକୁ ପୁଲିସକୁ ହସ୍ତାନ୍ତର କରିବ। ଗୁରୁବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପ୍ରକଳ୍ପ ଲୋକାର୍ପଣ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିବା ବେଳେ ଏହାର କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି। ଏହି ଅବସରରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ପରିକ୍ରମା ପ୍ରକଳ୍ପ କାମ ପ୍ରାୟ ଶେଷ ହୋଇଯାଇଛି, ଯାହା ବି ଛୋଟମୋଟ କାମ ବାକି ରହିଛି, ତାହାକୁ ସମ୍ପୂର୍ଣ୍ଣ କରି ଶୁକ୍ରବାର ଓବିସିସି ହସ୍ତାନ୍ତର କରିବ। ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସ ମହାପାତ୍ର କହିଛନ୍ତି, ପରିକ୍ରମା ପ୍ରକଳ୍ପର ଲ୍ୟାଣ୍ଡସ୍କେପ୍‌‌, ବଫର୍‌ ଜୋନ୍‌ ସମେତ ଅନ୍ୟ ସମସ୍ତ କାମ ପ୍ରାୟ ସରିଥିବା ଓବିସିସି ଅଧିକାରୀ ଜଣାଇଛନ୍ତି। ଏବେ ପ୍ରକଳ୍ପ ପରିସର ସଫା କରାଯାଉଛି। ଅଗ୍ନିଶମ ବିଭାଗ ଓ ପୌରସଂସ୍ଥା ପକ୍ଷରୁ ଯେଉଁଠି ଯାହା ଆବର୍ଜନା ପଡ଼ିଥିଲା, ତାହା ସଫା କରାଯିବା ସହ ପାଣି ସିଞ୍ଚନ ହେଉଛି। ଶୁକ୍ରବାର ସୁଦ୍ଧା ଓବିସିସି ହସ୍ତାନ୍ତର କରିଦେବ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଜଗନ୍ନାଥବଲ୍ଲଭରେ ଅତିଥି ଦେଖିବେ ପ୍ରଦର୍ଶନୀ
ଲୋକାର୍ପଣ ଉତ୍ସବରେ ଦେଶର ପ୍ରମୁଖ ଦେବପୀଠର ମୁଖ୍ୟ, ସାଧୁସନ୍ଥ, ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି। ଅନେକ ଅତିଥି ସେମାନଙ୍କ ଗସ୍ତକୁ ନିଶ୍ଚିତ କରିଥିବା ବେଳେ ଏବେ ଅନେକ ସେମାନଙ୍କ ଆଗମନ ସଂପର୍କରେ ଜଣାଉଛନ୍ତି। ତେବେ ଅତିଥିମାନେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍‌ ସେଣ୍ଟର (ଶ୍ରୀସେତୁ)ରେ ପହଞ୍ଚିବେ। ସେଠାରେ ଗାଡ଼ି ପାର୍କିଂ କରିବେ। ଜଗନ୍ନାଥ ବଲ୍ଲଭ ପରିସରରେ ମହାପ୍ରଭୁଙ୍କ ବିଭିନ୍ନ ବେଶ, ତିନିରଥ, ବସ୍ତ୍ର, ଅବ୍ୟବହୃତ ସାମଗ୍ରୀ ଇତ୍ୟାଦିକୁ ନେଇ ହେଉଥିବା ପ୍ରଦର୍ଶନୀ ବୁଲିବେ। ଅତିଥିଙ୍କୁ ଯୋଡ଼ିଶଙ୍ଖ, ଲଉଡ଼ି ଖେଳ ଆଦି ମାଧ୍ୟମରେ ସ୍ୱାଗତ କରାଯିବ। ସେଠାରୁ ସେମାନେ ଶ୍ରୀଦାଣ୍ଡ ଦେଇ ପ୍ରକଳ୍ପସ୍ଥଳରେ ପହଞ୍ଚିବେ। ଯେଉଁମାନଙ୍କୁ ଯଜ୍ଞମଣ୍ଡପକୁ ନିମନ୍ତ୍ରଣ କରାଯାଇଥିବ, ସେମାନେ ମଣ୍ଡପ ନିକଟରେ ବସିବେ। ସେହିପରି ଯେଉଁମାନଙ୍କୁ ସଭାସ୍ଥଳକୁ ନିମନ୍ତ୍ରିତ କରାଯାଇଥିବ, ସେମାନେ ସଭାସ୍ଥଳରେ ବସିବେ। ସଭାସ୍ଥଳରେ ଯେଉଁମାନେ ବସିଥିବେ, ସେମାନେ ଏଲ୍‌‌ଇଡି ମାଧ୍ୟମରେ ଲୋକାର୍ପଣର ସିଧା କାର୍ଯ୍ୟକ୍ରମ ଦେଖିପାରିବେ। ଯଜ୍ଞସ୍ଥଳରେ ଛତିଶା ନିଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଏବଂ ଅନ୍ୟ ଅତିଥିଙ୍କ ପାଇଁ ଉତ୍ତର ପାର୍ଶ୍ବ ମଠ ନିକଟରେ ବସିବା ପାଇଁ ବ୍ୟବସ୍ଥା ହୋଇଛି। ପ୍ରାୟ ୯୦୦ ଅତିଥି ଯୋଗଦେଉଥିବା ସୂଚନା ମିଳିଛି।

ସନ୍ଧ୍ୟାରେ ଲାଇଟ୍‌‌ ଆଣ୍ଡ ସାଉଣ୍ଡ୍‌ ଶୋ’
୧୭ ତାରିଖ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ସନ୍ଧ୍ୟାରେ ପ୍ରକଳ୍ପ ପରିସରରେ ଆକର୍ଷଣୀୟ ଲାଇଟ୍‌‌ ଆଣ୍ଡ ସାଉଣ୍ଡ ଶୋ’ କରାଯିବ। ବିଭିନ୍ନ କାହାଣୀକୁ ନେଇ ହେବାକୁ ଥିବା ଏହି ଶୋ’କୁ ଅତିଥି ଓ ଭକ୍ତମାନେ ଏହା ଦେଖିପାରିବେ। ସେହିପରି ରାତି ୮ଟା ପରଠାରୁ ପ୍ରକଳ୍ପ ପରିସର ବିଭିନ୍ନ ଛୋଟ ଛୋଟ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏଥିରେ ଓଡ଼ିଶୀ, ସମ୍ବଲପୁରୀ ଡାଲ୍‌‌ଖାଇ, ପାଇକ୍‌‌ ନୃତ୍ୟ, ବନାଟି, ସାହିଯାତ, ମାହାରୀ ସମେତ ବିଭିନ୍ନ ପ୍ରକାର ନୃତ୍ୟ ହେବ। ତେବେ ଲାଇଟ୍‌‌ ଆଣ୍ଡ ସାଉଣ୍ଡ ଶୋ’ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଯେଉଁମାନେ ଦାୟିତ୍ୱରେ ଅଛନ୍ତି ସେମାନଙ୍କୁ ସୂଚାରୁରୂପେ ସମ୍ପାଦନ କରିବା ପାଇଁ ପରିଚାଳନା କମିଟି ବୈଠକରେ କୁହାଯାଇଛି। ଏତଦ୍‌‌ବ୍ୟତୀତ ଇଭେଣ୍ଟ ମ୍ୟାନେଜମେଣ୍ଟ ମଧ୍ୟ ବୈଠକରେ ତାଙ୍କର ଉପସ୍ଥାପନ ରଖିଥିଲେ। ମୋଟାମୋଟି ଭକ୍ତ, ଦର୍ଶନାର୍ଥୀ ଯେପରି ଭଲ ଅନୁଭୂତି ନେଇ ଫେରିବେ, ତା’ ଉପରେ ଫୋକସ ଦିଆଯାଉଛି ବୋଲି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।

ଶୁଭେଚ୍ଛା ବାର୍ତ୍ତା ପଠାଇଲେ ଶଙ୍କରାଚାର୍ଯ୍ୟ
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗଦେବା ଲାଗି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଦୁଇଥର ନିମନ୍ତ୍ରଣ କରାଯାଇଛି। ମାତ୍ର କାର୍ଯ୍ୟବ୍ୟସ୍ତତା ଭିତରେ ଗୁରୁଜୀ ରହିଥିବାରୁ ତାଙ୍କର ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତେବେ ଗୁରୁଜୀ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯଦି ଯୋଗଦେଇ ନ ପାରନ୍ତି ସେଥିପାଇଁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି।

12 Jan 2024 By The Sakala

https://www.thesakala.in/latest-odisha-news/obcc-to-hand-over-parikrama-project-today/article-29057
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର