ନୂଆପଡ଼ାରେ ବାଘ ଆତଙ୍କ; ନାବାଳକ ପରେ ଆଜି ପୁଣି ଜଣେ ମହିଳାଙ୍କୁ ମାରି ଖାଇଲା କଲରାପତରିଆ ବାଘ

The Sakala Picture
Published On

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ । ସଦର ରେଞ୍ଜ ଅନ୍ତର୍ଗତ ସିଲିଆରିବାହାରା ଗାଁରେ ଜଣେ ମହିଳାଙ୍କୁ ବାଘ ଟାଣି ନେଇ ମାରି ଖାଇଦେଇଥିବା ଅଭିଯୋଗ ହୋଇଛି। ଗତକାଲି ମହିଳାଜଣଙ୍କ ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ । ଆଜି ମହିଳାଙ୍କୁ ବାଘ ମାରି ଖାଉଥିବା ଲୋକେ ଦେଖିଥିଲେ । ଜଙ୍ଗଲରେ ମୃତ ମହିଳାଙ୍କ ମୁଣ୍ଡ ଓ ଗଣ୍ଡି ପଡ଼ିଥିବା ଦେଖି ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । ଖବର ପାଇ ନୂଆପଡା ବନବିଭାଗ କର୍ମଚାରୀ ଗାଁରେ ପହଞ୍ଚି […]

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ । ସଦର ରେଞ୍ଜ ଅନ୍ତର୍ଗତ ସିଲିଆରିବାହାରା ଗାଁରେ ଜଣେ ମହିଳାଙ୍କୁ ବାଘ ଟାଣି ନେଇ ମାରି ଖାଇଦେଇଥିବା ଅଭିଯୋଗ ହୋଇଛି। ଗତକାଲି ମହିଳାଜଣଙ୍କ ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ । ଆଜି ମହିଳାଙ୍କୁ ବାଘ ମାରି ଖାଉଥିବା ଲୋକେ ଦେଖିଥିଲେ । ଜଙ୍ଗଲରେ ମୃତ ମହିଳାଙ୍କ ମୁଣ୍ଡ ଓ ଗଣ୍ଡି ପଡ଼ିଥିବା ଦେଖି ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । ଖବର ପାଇ ନୂଆପଡା ବନବିଭାଗ କର୍ମଚାରୀ ଗାଁରେ ପହଞ୍ଚି ତଦନ୍ତ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ସୂଚନାଯୋଗ୍ୟ, ଗତ ୩୦ ତାରିଖରେ ଏକ କଲରାପତରିଆ ବାଘ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗାଁ ଗୋଧସପଡ଼ାରେ ଏକ ୮ ବର୍ଷର ନାବାଳକକୁ ମାରି ଦେଇଥିଲା। ନାବାଳକଟି ଘର ପାଖରେ ଖେଳୁଥିବା ବେଳେ ତାକୁ ବାଘ ଝାମ୍ପି ନେଇଥିଲା। ଗାଁ ଲୋକଙ୍କ ସହାୟତାରେ ପରିବାର ଲୋକେ ବାଘକୁ ଗୋଡ଼ାଇ ଥିଲେ। ଏହାପରେ ବହୁ ଖୋଜାଖୋଜି ପରେ ଏକ ଗୁମ୍ଫାରୁ ଶିଶୁଟିକୁ ଉଦ୍ଧାର କରାଯାଇଥିବା ବେଳେ ତା’ର ମୃତ୍ୟୁ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର