ଧରାହେଲା ମଣିଷଖିଆ ବାଘ, ଟ୍ରାଙ୍କୁଲାଇଜ୍‌ କରି ଯନ୍ତାରେ ରଖିଲା ବନ ବିଭାଗ

The Sakala Picture
Published On

ନୂଆପଡ଼ା: ନୂଆପଡ଼ା ବ୍ଲକ୍‌ ଅଞ୍ଚଳ‌ରେ ମାତିଥିବା ମଣିଷଖିଆ ବାଘକୁ ‌ଶେଷରେ ବନ ବିଭାଗ କାବୁ କରିଛି। ଶନିବାର ବିଳମ୍ବିତ ରାତିରେ ବାଘଟି କାଦୋପାଲି ଗାଁର ଏକ ପରିତ୍ୟକ୍ତ ଘରେ ଲୁଚି ରହିଥିବା ବେଳେ ବନ ବିଭାଗ ଅଧିକାରୀମାନେ ତାଙ୍କୁ ଟ୍ରାଙ୍କୁଲାଇଜ୍‌ କରି ଧରିଛନ୍ତି। ବାଘଟିକୁ ଏକ ଯନ୍ତାରେ ରଖାଯାଇଛି। ସୂଚନାନୁଯାୟୀ, ସଂଧ୍ୟାରେ ବାଘଟି କାଦୋପାଲି ଗାଁରେ ପଶିଥିଲା। ବଳରାମଙ୍କ ଘର ଅଗଣାରେ ତାଙ୍କର ପୁଅ ନୀଳକଣ୍ଠ ବରିହା ଖେଳୁଥିବା ବେଳେ ବାଘ ତା’ ଉପରକୁ ଝାମ୍ପ ମାରିଥିଲା। […]

ନୂଆପଡ଼ା: ନୂଆପଡ଼ା ବ୍ଲକ୍‌ ଅଞ୍ଚଳ‌ରେ ମାତିଥିବା ମଣିଷଖିଆ ବାଘକୁ ‌ଶେଷରେ ବନ ବିଭାଗ କାବୁ କରିଛି। ଶନିବାର ବିଳମ୍ବିତ ରାତିରେ ବାଘଟି କାଦୋପାଲି ଗାଁର ଏକ ପରିତ୍ୟକ୍ତ ଘରେ ଲୁଚି ରହିଥିବା ବେଳେ ବନ ବିଭାଗ ଅଧିକାରୀମାନେ ତାଙ୍କୁ ଟ୍ରାଙ୍କୁଲାଇଜ୍‌ କରି ଧରିଛନ୍ତି। ବାଘଟିକୁ ଏକ ଯନ୍ତାରେ ରଖାଯାଇଛି।

ଆହୁରି ପଢ଼ନ୍ତୁ: କର୍ତ୍ତବ୍ୟରେ ଅବହେଳା ଓ ଶୃଙ୍ଖଳାଗତ ତ୍ରୁଟି: ବଡ଼ସାହି ବିଡିଓଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ

ସୂଚନାନୁଯାୟୀ, ସଂଧ୍ୟାରେ ବାଘଟି କାଦୋପାଲି ଗାଁରେ ପଶିଥିଲା। ବଳରାମଙ୍କ ଘର ଅଗଣାରେ ତାଙ୍କର ପୁଅ ନୀଳକଣ୍ଠ ବରିହା ଖେଳୁଥିବା ବେଳେ ବାଘ ତା’ ଉପରକୁ ଝାମ୍ପ ମାରିଥିଲା। କିନ୍ତୁ ଏହା ଦେଖି ସ୍ଥାନୀୟ ଲୋକ ଚିତ୍କାର କରି ତାକୁ ଗୋଡ଼ାଇବାରୁ ସେ ଛୁଆଟିକୁ ଛାଡ଼ି ପଳାଇଥିଲା। କିନ୍ତୁ ମଣିଷ ରକ୍ତ ପାଟିରେ ଲାଗିଥିବାରୁ ସେ ଆଉ ଦୂରକୁ ନଯାଇ ଶିକାର ଅପେକ୍ଷାରେ ସେଠାରେ ଥିବା ଏକ ପୁରୁଣା ଘର ନିକଟରେ ଲୁଚି ରହିଥିଲା। ସଂଧ୍ୟା ପ୍ରାୟ ୭ଟା ବେଳେ ଗାଁ ଲୋକ ଏହା ଦେଖି ବାଘଟିକୁ ଘେରି ଯାଇଥିଲେ। ତେବେ କୌଣସି ଅପ୍ରୀତିକର ଘଟଣା ଘଟିବା ଆଶଙ୍କାରେ ବନ ବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଲୋକଙ୍କ କବଳରୁ ବର୍ତ୍ତିବା ପାଇଁ ବାଘ ଜିରାଖନ ସାହୁଙ୍କ ଘର ଛାତ ଉପରକୁ ଲମ୍ଫ ମାରିଥିଲା। ସେତିକିବେଳେ ବନ ବିଭାଗର କର୍ମଚାରୀମାନେ ତାଙ୍କୁ ଟ୍ରାଙ୍କୁଲାଇଜ୍‌ କରିଥିଲେ। ପରେ ତାକୁ ଏକ ଯନ୍ତା ଭିତରେ ରଖାଯାଇଥିଲା। ଅପରପକ୍ଷେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ସୁବାଷ ଚନ୍ଦ୍ର ରାଇତା, ନୂଆପଡ଼ା ବିଡିଓ ବିପିନ କୁମାର ଦୀପ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ।

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

ଶୁକ୍ରବାର ସଂଧ୍ୟାରେ ଏହି ମଣିଷଖିଆ ବାଘଟି ଜଣେ ମହିଳାଙ୍କୁ ମାରି ଖାଇଥିଲା। ମୃତ ମହିଳା ହେଲେ, ଧରମବନ୍ଧା ପଞ୍ଚାୟତର ସିଲିଆରିବାହାରା ଗାଁର ତୁଳାରାମ ମାଝୀଙ୍କ ସ୍ତ୍ରୀ ରାମେଶ୍ୱରୀ ବାଈ ମାଝୀ(୪୫)। ଶୁକ୍ରବାର ସଂଧ୍ୟାରେ ରାମେଶ୍ୱରୀ ଗାଁ ମୁଣ୍ଡକୁ ଶୌଚ ହେବାକୁ ଯାଇଥିବା ବେଳେ ବାଘଟି ତାଙ୍କୁ ଘୋଷାରି ନେଇଥିଲା। ପରିବାରଲୋକ ତାଙ୍କୁ ରାତିସାରା ଖୋଜାଖୋଜି କରିଥିଲେ ହେଁ ପାଇ ନଥିଲେ। ଶନିବାର ପୂର୍ବାହ୍ନରେ ସ୍ଥାନୀୟ ଜଙ୍ଗଲରେ ବାଘଟି ରାମେଶ୍ୱରୀଙ୍କ ମୃତଦେହକୁ ଖାଉଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଅପରପକ୍ଷେ ଘଟଣାସ୍ଥଳରୁ ଅନତି ଦୂରରେ ଥିବା କାଦୋପାଲି ଗାଁର ବାଳକରାମ ବରିହାଙ୍କ ୮ବର୍ଷର ପୁଅ ନୀଳକଣ୍ଠ ବରିହା ନାମକ ଜଣେ ଶିଶୁ ଗାଁ ମୁଣ୍ଡରେ ଖେଳୁଥିବା ସମୟରେ ବାଘଟି ତାକୁ ଆକ୍ରମଣ କରିଥିଲା। ଲୋକେ ଚିତ୍କାର କରି ଗୋଡ଼ାଇବାରୁ ବାଘ ତାକୁ ଛାଡ଼ି ଚାଲି ଯାଇଥିଲା। ଶିଶୁଟିର କାନ ଏବଂ ଗଳାରେ ଗଭୀର କ୍ଷତ ହୋଇଛି। ତାଙ୍କୁ ସ୍ଥାନୀୟ ପୂର୍ବତନ ସରପଞ୍ଚ କମଳ ଠାକୁର ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବାଘଟି ସ୍ଥାନୀୟ ଅଞ୍ଚଳରେ ଲୁଚିଥିବା ଜାଣିବା ପରେ ତାକୁ ଧରିବା ପାଇଁ ଗ୍ରାମବାସୀମାନେ ଉଦ୍ୟମ କରିଥିଲେ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

ସୂଚନାଯୋଗ୍ୟ, ଆଜିର ଘଟଣାକୁ ମିଶାଇ ଗତ ୬ ମାସ ମଧ୍ୟରେ ବାଘଟି ୩ଜଣ ମଣିଷକୁ ମାରି ଖାଇଥିବା ବେଳେ ୩୦ଟି ଗୋରୁଗାଈଙ୍କୁ ଶିକାର କରିଛି।

05 Nov 2023 By The Sakala

ଧରାହେଲା ମଣିଷଖିଆ ବାଘ, ଟ୍ରାଙ୍କୁଲାଇଜ୍‌ କରି ଯନ୍ତାରେ ରଖିଲା ବନ ବିଭାଗ

ନୂଆପଡ଼ା: ନୂଆପଡ଼ା ବ୍ଲକ୍‌ ଅଞ୍ଚଳ‌ରେ ମାତିଥିବା ମଣିଷଖିଆ ବାଘକୁ ‌ଶେଷରେ ବନ ବିଭାଗ କାବୁ କରିଛି। ଶନିବାର ବିଳମ୍ବିତ ରାତିରେ ବାଘଟି କାଦୋପାଲି ଗାଁର ଏକ ପରିତ୍ୟକ୍ତ ଘରେ ଲୁଚି ରହିଥିବା ବେଳେ ବନ ବିଭାଗ ଅଧିକାରୀମାନେ ତାଙ୍କୁ ଟ୍ରାଙ୍କୁଲାଇଜ୍‌ କରି ଧରିଛନ୍ତି। ବାଘଟିକୁ ଏକ ଯନ୍ତାରେ ରଖାଯାଇଛି।

ସୂଚନାନୁଯାୟୀ, ସଂଧ୍ୟାରେ ବାଘଟି କାଦୋପାଲି ଗାଁରେ ପଶିଥିଲା। ବଳରାମଙ୍କ ଘର ଅଗଣାରେ ତାଙ୍କର ପୁଅ ନୀଳକଣ୍ଠ ବରିହା ଖେଳୁଥିବା ବେଳେ ବାଘ ତା’ ଉପରକୁ ଝାମ୍ପ ମାରିଥିଲା। କିନ୍ତୁ ଏହା ଦେଖି ସ୍ଥାନୀୟ ଲୋକ ଚିତ୍କାର କରି ତାକୁ ଗୋଡ଼ାଇବାରୁ ସେ ଛୁଆଟିକୁ ଛାଡ଼ି ପଳାଇଥିଲା। କିନ୍ତୁ ମଣିଷ ରକ୍ତ ପାଟିରେ ଲାଗିଥିବାରୁ ସେ ଆଉ ଦୂରକୁ ନଯାଇ ଶିକାର ଅପେକ୍ଷାରେ ସେଠାରେ ଥିବା ଏକ ପୁରୁଣା ଘର ନିକଟରେ ଲୁଚି ରହିଥିଲା। ସଂଧ୍ୟା ପ୍ରାୟ ୭ଟା ବେଳେ ଗାଁ ଲୋକ ଏହା ଦେଖି ବାଘଟିକୁ ଘେରି ଯାଇଥିଲେ। ତେବେ କୌଣସି ଅପ୍ରୀତିକର ଘଟଣା ଘଟିବା ଆଶଙ୍କାରେ ବନ ବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଲୋକଙ୍କ କବଳରୁ ବର୍ତ୍ତିବା ପାଇଁ ବାଘ ଜିରାଖନ ସାହୁଙ୍କ ଘର ଛାତ ଉପରକୁ ଲମ୍ଫ ମାରିଥିଲା। ସେତିକିବେଳେ ବନ ବିଭାଗର କର୍ମଚାରୀମାନେ ତାଙ୍କୁ ଟ୍ରାଙ୍କୁଲାଇଜ୍‌ କରିଥିଲେ। ପରେ ତାକୁ ଏକ ଯନ୍ତା ଭିତରେ ରଖାଯାଇଥିଲା। ଅପରପକ୍ଷେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ସୁବାଷ ଚନ୍ଦ୍ର ରାଇତା, ନୂଆପଡ଼ା ବିଡିଓ ବିପିନ କୁମାର ଦୀପ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ।

ଶୁକ୍ରବାର ସଂଧ୍ୟାରେ ଏହି ମଣିଷଖିଆ ବାଘଟି ଜଣେ ମହିଳାଙ୍କୁ ମାରି ଖାଇଥିଲା। ମୃତ ମହିଳା ହେଲେ, ଧରମବନ୍ଧା ପଞ୍ଚାୟତର ସିଲିଆରିବାହାରା ଗାଁର ତୁଳାରାମ ମାଝୀଙ୍କ ସ୍ତ୍ରୀ ରାମେଶ୍ୱରୀ ବାଈ ମାଝୀ(୪୫)। ଶୁକ୍ରବାର ସଂଧ୍ୟାରେ ରାମେଶ୍ୱରୀ ଗାଁ ମୁଣ୍ଡକୁ ଶୌଚ ହେବାକୁ ଯାଇଥିବା ବେଳେ ବାଘଟି ତାଙ୍କୁ ଘୋଷାରି ନେଇଥିଲା। ପରିବାରଲୋକ ତାଙ୍କୁ ରାତିସାରା ଖୋଜାଖୋଜି କରିଥିଲେ ହେଁ ପାଇ ନଥିଲେ। ଶନିବାର ପୂର୍ବାହ୍ନରେ ସ୍ଥାନୀୟ ଜଙ୍ଗଲରେ ବାଘଟି ରାମେଶ୍ୱରୀଙ୍କ ମୃତଦେହକୁ ଖାଉଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଅପରପକ୍ଷେ ଘଟଣାସ୍ଥଳରୁ ଅନତି ଦୂରରେ ଥିବା କାଦୋପାଲି ଗାଁର ବାଳକରାମ ବରିହାଙ୍କ ୮ବର୍ଷର ପୁଅ ନୀଳକଣ୍ଠ ବରିହା ନାମକ ଜଣେ ଶିଶୁ ଗାଁ ମୁଣ୍ଡରେ ଖେଳୁଥିବା ସମୟରେ ବାଘଟି ତାକୁ ଆକ୍ରମଣ କରିଥିଲା। ଲୋକେ ଚିତ୍କାର କରି ଗୋଡ଼ାଇବାରୁ ବାଘ ତାକୁ ଛାଡ଼ି ଚାଲି ଯାଇଥିଲା। ଶିଶୁଟିର କାନ ଏବଂ ଗଳାରେ ଗଭୀର କ୍ଷତ ହୋଇଛି। ତାଙ୍କୁ ସ୍ଥାନୀୟ ପୂର୍ବତନ ସରପଞ୍ଚ କମଳ ଠାକୁର ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବାଘଟି ସ୍ଥାନୀୟ ଅଞ୍ଚଳରେ ଲୁଚିଥିବା ଜାଣିବା ପରେ ତାକୁ ଧରିବା ପାଇଁ ଗ୍ରାମବାସୀମାନେ ଉଦ୍ୟମ କରିଥିଲେ।

ସୂଚନାଯୋଗ୍ୟ, ଆଜିର ଘଟଣାକୁ ମିଶାଇ ଗତ ୬ ମାସ ମଧ୍ୟରେ ବାଘଟି ୩ଜଣ ମଣିଷକୁ ମାରି ଖାଇଥିବା ବେଳେ ୩୦ଟି ଗୋରୁଗାଈଙ୍କୁ ଶିକାର କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର