ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ନୂଆପଡା ବିଡ଼ିଓଙ୍କୁ ମାଡ଼ ଅଭିଯୋଗ, ଥାନାରେ ଏତଲା

Madhusudan Das Picture
Published On

ନୂଆପଡା: ନୂଆପଡା ବିଡ଼ିଓଙ୍କୁ ମାଡ଼ । ନୂଆପଡା ବିଡ଼ିଓ ରୋହିତ ଭୋଇଙ୍କୁ ମାଡ଼ ହୋଇଥୁବା ନେଇ ନୂଆପଡା ଥାନାରେ ଅଭିଯୋଗ ହୋଇଛି  । ଅଭିଯୋଗ ଆଧାରରେ ନୂଆପଡା ପୋଲିସ ଏକ ମାମଲା ରୁଜୁ କରି ନୂଆପଡା ଏସଡିପିଓଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ବ୍ଳକ ଅଫିସରେ ପହଁଚି ତଦନ୍ତ ଆରମ୍ଭ କରିଛି । ମିଳଥିବା ସୂଚନା ମୁତାବକ ସଦର ବ୍ଲକ ଭଇଁସାଟାଲ ପଞ୍ଚାୟତର ପଂଚାୟତ ଗୃହ ନିର୍ମାଣକୁ ନେଇ ବିବାଦ ଲାଗିରହିଥିଲା । ଫଳରେ ଉକ୍ତ ଘଟଣାକୁ କେନ୍ଦ୍ର କରି ପ୍ରତିଦିନ ପରି ଆଜି ଦିନ ୧୦ରେ ବିଡ଼ିଓ ରୋହିତ ବ୍ଳକ ଅଫିସକୁ ପହଂଚିଥିବା ବେଳେ ଜନୈକ ଯୁବକ ଅତର୍କିତ ଭାବେ ବିଡ଼ିଓଙ୍କୁ ଆକ୍ରମଣ କରି ମାଡ଼ ମାରି ଫେରାର ହୋଇଯାଇଥିଲେ । ଏ ନେଇ ବିଡ଼ିଓ ନୂଆପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଦୋଷୀଙ୍କୁ ଶୀଘ୍ର ଗିରଫ ଦାବୀରେ ବ୍ଲକର ସମସ୍ତ କର୍ମଚାରୀ, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ସମସ୍ତେ ସାମିଲ ହୋଇ ବ୍ଳକ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି । ବ୍ଲକ ଅଫିସ ପରିସରରେ SDPOଙ୍କ ସହ ନୂଆପଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: କିଶୋରୀଙ୍କୁ ମିଳିବ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା, ୨୮ରେ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp