ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ସ୍କଲାରସିପ୍: ଛାତ୍ରକୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର
ଭୁବନେଶ୍ଵର: ଯାଜପୁରରେ ରାଜ୍ୟର ଛାତ୍ରଛାତ୍ରୀଙ୍କ ଲାଗି ବଡ଼ ଘୋଷଣା। ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କ ଲାଗି ନୂଆ-ଓ ସ୍କଲାରସିପ ଘୋଷଣା ହୋଇଛି। ଛାତ୍ରୀଙ୍କୁ ମିଳିବ ବାର୍ଷିକ ୧୦ ହଜାର ଟଙ୍କା ସ୍କଲାରସିପ୍। ଛାତ୍ରଙ୍କୁ ବାର୍ଷିକ ୯ ହଜାର ଟଙ୍କା ସ୍କଲାରସିପ୍ ମିଳିବ। ଯାଜପୁର ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଏ ଘୋଷଣା କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଚଳିତ ବର୍ଷରୁ ମିଳିବ ଏହି ସ୍କଲାରସିପ୍। ଚଳିତ ବର୍ଷର ସ୍କଲାରସିପ୍ ଆସନ୍ତା ଫେବ୍ରୁଆରୀ ୨୦ ତାରିଖରୁ […]
ଭୁବନେଶ୍ଵର: ଯାଜପୁରରେ ରାଜ୍ୟର ଛାତ୍ରଛାତ୍ରୀଙ୍କ ଲାଗି ବଡ଼ ଘୋଷଣା। ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କ ଲାଗି ନୂଆ-ଓ ସ୍କଲାରସିପ ଘୋଷଣା ହୋଇଛି। ଛାତ୍ରୀଙ୍କୁ ମିଳିବ ବାର୍ଷିକ ୧୦ ହଜାର ଟଙ୍କା ସ୍କଲାରସିପ୍। ଛାତ୍ରଙ୍କୁ ବାର୍ଷିକ ୯ ହଜାର ଟଙ୍କା ସ୍କଲାରସିପ୍ ମିଳିବ। ଯାଜପୁର ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଏ ଘୋଷଣା କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।
ଚଳିତ ବର୍ଷରୁ ମିଳିବ ଏହି ସ୍କଲାରସିପ୍। ଚଳିତ ବର୍ଷର ସ୍କଲାରସିପ୍ ଆସନ୍ତା ଫେବ୍ରୁଆରୀ ୨୦ ତାରିଖରୁ ୨୫ ତାରିଖ ମଧ୍ୟରେ ମିଳିବ। ରାଜ୍ୟର ପ୍ରାୟ ୯୫ ପ୍ରତିଶତ ଛାତ୍ରଛାତ୍ରୀ ଉପକୃତ ହେବେ। ଏହି ଯୋଜନାରୁ ସରକାରୀ କର୍ମଚାରୀଙ୍କ ପିଲା ବାଦ ପଡିଛନ୍ତି। ସେହିପରି ଆୟକରଦାତାଙ୍କ ପୁଅ ଝିଅ ମଧ୍ୟ ଏ ସ୍କଲାରସିପ୍ ପାଇବେନି। ଅନ୍ୟ ସମସ୍ତ ଛାତ୍ର ଏ ସ୍କଲାରସିପ୍ ପାଇବେ ବୋଲି ଘୋଷଣା କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।
ଛାତ୍ରଛାତ୍ରୀଙ୍କ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ ପାଇଁ ଅଧିକ ପଏଣ୍ଟ ବ୍ୟବସ୍ଥା ରହିଛି। କୋ-କରିକୁଲାର ଆକ୍ଟିଭିଟିଜରେ ପ୍ରଦର୍ଶନ ଅନୁସାରେ ମିଳିବ ପଏଣ୍ଟ। ଏହି ପଏଣ୍ଟ ମାଧ୍ୟମରେ ଛାତ୍ରଛାତ୍ରୀ ଆସନ୍ତା ବର୍ଷରୁ ଅଧିକ ପରିମାଣର ସ୍କଲାରସିପ୍ ପାଇପାରିବେ। ଯେଉଁ ଛାତ୍ରଛାତ୍ରୀଙ୍କ ଯେତେ ଅଧିକ ପଏଣ୍ଟ ରହିବ ସେ ଛାତ୍ରଛାତ୍ରୀ ସେତେ ଅଧିକା ସ୍କଲାରସିପ ପାଇବେ। ଛାତ୍ରଛାତ୍ରୀମାନେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ସ୍କଲାରସିପ ପାଇପାରିବେ। ଏଥିଲାଗି ଛାତ୍ରଛାତ୍ରୀଙ୍କୁ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ସବୁଥିରେ ଅଂଶଗ୍ରହଣ କଲେ ପଏଣ୍ଟ ମିଳିବ।
ସେହିପରି ଆସନ୍ତା ଅଗଷ୍ଟ ୧୫ ତାରିଖରୁ ନୂଆ-ଓ ମ୍ୟାଜିକ କାର୍ଡର ଘୋଷଣା କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ମ୍ୟାଜିକ କାର୍ଡ। ଏହି ମ୍ୟାଜିକ୍ କାର୍ଡ ଜରିଆରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସୁବିଧା ମିଳିବ। କାର୍ଡ ଜରିଆରେ ଛାତ୍ରଛାତ୍ରୀଙ୍କୁ ରିହାତି ଦରରେ ଯାତ୍ରା ସୁବିଧା ଉପଲବ୍ଧ ହେବ। ସରକାରୀ ବସ୍, ଟ୍ରେନ ଓ ଫ୍ଲାଇଟରେ ରିହାତି ଦରରେ ଯାତ୍ରା କରିପାରିବେ ଛାତ୍ରଛାତ୍ରୀ। ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଉପଲବ୍ଧ ହେଉଥିବା ୱାଇ-ଫାଇ ସୁବିଧା ଏହି କାର୍ଡରେ ମାଗଣାରେ ମିଳିବ। ଛାତ୍ରଛାତ୍ରୀଙ୍କ ସମସ୍ତ ଆକ୍ଟିଭିଟିର ତଥ୍ୟ ଏ କାର୍ଡରେ ରହିବ। ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯେତେ ଅଧିକ ଅଂଶଗ୍ରହଣ କରିବେ ସେତେ ଏ କାର୍ଡ ରିଚାର୍ଜ ହୋଇ ଚାଲିବ। କାର୍ଡରେ ଛାତ୍ରଛାତ୍ରୀଙ୍କ ପଏଣ୍ଟ ବଢି ଚାଲିବ। ପଏଣ୍ଟ ଅଧିକା ବଢ଼ିଲେ ଛାତ୍ରଛାତ୍ରୀଙ୍କୁ ଅଧିକ ସ୍କଲାରସିପ ମିଳିବ। ଏଥିଲାଗି ଆସନ୍ତା ବର୍ଷରୁ ଛାତ୍ରଛାତ୍ରୀଙ୍କ ଲାଗି ୩ଶହ କୋଟିର କର୍ପସ ଫଣ୍ଡ ବ୍ୟବସ୍ଥା କରାଯାଇଛି। ନୂଆ-ଓ କାର୍ଯ୍ୟକ୍ରମ ଲାଗି ଏ କର୍ପସ ଫଣ୍ଡ ବ୍ୟବସ୍ଥା ହୋଇଛି।
ଏହି କାର୍ଡରେ ଛାତ୍ରଛାତ୍ରୀଙ୍କ ପାଠ ପଢିବା, ମାର୍କ, ଆଟେଡାନ୍ସ ଏବଂ ସମସ୍ତ ଆକ୍ଟିଭିଟି ରହିବ। କାର୍ଡ ଜରିଆରେ ଏଜୁକେସନ ଏବଂ ସ୍କିଲ ଡାଟାବେସ୍ ପ୍ରସ୍ତୁତ କରିବାକୁ ଚାହୁଛନ୍ତି ମୁଖ୍ୟମନ୍ତ୍ରୀ। ଏହି ତଥ୍ୟକୁ ନିଯୁକ୍ତ ପ୍ରଦାନକାରୀ ସଂସ୍ଥା ସହ ସେୟାର କରାଯିବ। ଛାତ୍ରଛାତ୍ରୀଙ୍କ ବାୟୋଡାଟା ଭଲ ଥିଲେ ଚାକିରୀ ମିଳବାରେ ସହାୟକ ହେବ। ଛାତ୍ରଛାତ୍ରଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଲାଗି ମୁଖ୍ୟମନ୍ତ୍ରୀ ଏ ବ୍ୟବସ୍ଥା କରିଛନ୍ତି ବୋଲି କହିଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜଳ ହେଲେ ଓଡ଼ିଶାର ଭବିଷ୍ୟତ ଉଜ୍ଜଳ ହେବ।..
ଏଭଳି ଯୁଗାନ୍ତକାରୀ ଯୋଜନା କୌଣସି ରାଜ୍ୟରେ ନାହିଁ ବୋଲି କହିଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏହା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଯୁବ ପିଢି ଯୁବ ଓଡିଶା, ନବ ଓଡ଼ିଶା ଗଠନ ବୋଲି କହିଥିଲେ ଫାଇଭ-ଟି ଅଧ୍ୟକ୍ଷ। ଛାତ୍ରଛାତ୍ରୀଙ୍କୁ ଆପଣଙ୍କ ଭବିଷ୍ୟତ ଆପଣଙ୍କ ହାତରେ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ଲାଗି ସବୁ ବ୍ୟବସ୍ଥା ପ୍ରସ୍ତୁତ କରି ରଖିଛନ୍ତି। ଛାତ୍ରଛାତ୍ରୀଙ୍କ ତିନିଟି କ୍ଷେତ୍ରକୁ ବିକାଶ କରିବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ।
ଯାଜପୁର ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସକସେସ୍ ଟିପସ ଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଛାତ୍ରଛାତ୍ରୀଙ୍କୁ ପାଠ ପଢିବା ସହ କୋକରିକୁଲାର ଆକ୍ଟିଭିଟିଜରେ ଭାଗ ନେବା ପାଇଁ କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ। କେବଳ ପାଠ ନୁହେଁ ସାମଗ୍ରିକ ବ୍ୟକ୍ତିତ୍ଵର ବିକାଶ କରିବାକୁ ପଡିବ। ସାମଗ୍ରିକ ବ୍ୟକ୍ତିତ୍ଵର ବିକାଶ ହେଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବଢିବ। ଆତ୍ମବିଶ୍ଵାସ ଜରିଆରେ ଛାତ୍ରଛାତ୍ରୀ ସଫଳତାର ଶୀର୍ଷରେ ପହଞ୍ଚିପାରିବେ। ଏଥିଲାଗି ଏ ନୂଆ-ଓ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଆୟୋଜନ କରୁଛନ୍ତି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭାକୁ ବାହାରକୁ ଆଣିବାକୁ ମୁଖ୍ୟମନ୍ତ୍ରୀ ଏ ପ୍ଲାଟଫର୍ମ କରିଛନ୍ତି ।
ପ୍ରତିଯୋଗିତାରେ ଭାଗ ନେବା ଗୁରୁତ୍ଵପୂର୍ଣ୍ଣ, ଜିତିବା ମୁଖ୍ୟ ନୁହଁ ବୋଲି କହିଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଜିତିଲେ ଖୁସି ହେବେ କିନ୍ତୁ ଭାଗ ନେଲେ ଜୀବନରେ ଅନେକ ଗୁରୁତ୍ଵପୂର୍ଣ୍ଣ କଥା ଶିଖିବେ। ଛାତ୍ରଛାତ୍ରୀଙ୍କ ପ୍ରତିଭା ବାହାରକୁ ଆଣିବାକୁ ସୁଯୋଗ ମିଳିବ। ସେମାନଙ୍କ ମଧ୍ୟରେ କୌଣସି ଦଳକୁ ଆଗେଇ ନେବା ଗୁଣର ବିକାଶ ହେବ। କିଛି ନୂଆ ଶିଖିବାର ଅନୁଭୁତି ପାଇବେ। ଜୀବନ ଏହା ଅନେକ କାମରେ ଲାଗିବ ବୋଲି କହିଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ..
ସଫଳତା ହାସଲ କରିବାକୁ ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବାକୁ କହିଛନ୍ତି। କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ। ଦିନକୁ ଅତି କମରେ ୧୪ ଘଣ୍ଟା ପରିଶ୍ରମ କରିବାକୁ କହିଛନ୍ତି। ପାଠ ପଢିବାକୁ ହେଲେ ଶାରିରୀକ ଏବଂ ମାନସିକ ଭାବେ ସୁସ୍ଥ ରହିବାକୁ ପଡିବ। ଏଥିଲାଗି ଦିନକୁ ୩୦ ମିନିଟ ବ୍ୟାୟାମ କରିବାକୁ ପରାମର୍ଶ ଦେଇଛନ୍ତି। ମନକୁ ଶାନ୍ତ ରଖିବାକୁ ଦିନକୁ ୧୫ ମିନିଟ ଧ୍ୟାନ କରିବାକୁ ସେ କହିଛନ୍ତି।
ଏ ଅବସରରେ ସେ ଯାଜପୁର ଜିଲ୍ଲାର କିଛି ସଫଳ ବ୍ୟକ୍ତିତ୍ଵଙ୍କ ଉଦାହରଣ ପ୍ରଦାନ କରିଥିଲ। କିପରି କଠିନ ପରିଶ୍ରମ ବଳରେ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚିପାରିଛନ୍ତି ଏହା କହିଥିଲେ। ବିଞ୍ଝାରପୁର ମାଟିର ପୁଅ ଡାକ୍ତର ରମାକାନ୍ତ ପଣ୍ଡା ଦେଶର ୧ ନମ୍ବର ହାର୍ଟ ସର୍ଜନ ଭାବେ ଖାତି ଅର୍ଜନ କରିଛନ୍ତି। ଏହାସହ ଲେଖକ ଅଚ୍ୟୁତା ନନ୍ଦ ପତି, ପଦ୍ମଶ୍ରୀ ଡକ୍ଟର ଅକ୍ଷୟ କୁମାର ପରିଡ଼ା, କ୍ରୀଡ଼ାବିତ ବାପି ହାଁସଦାଙ୍କ ଉଦାଦରଣ ଦେଇଥିଲ। ସୋସିଆଲ ମିଡିଆରୁ କମ ବ୍ୟବହାର ସହ ଏଥିରୁ ଭଲ ଜିନିଷ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।ବାପା, ମା ଓ ଗୁରୁଜନଙ୍କ କଥା ମାନିବାକୁ କହିଛନ୍ତି ଫାଇଭ –ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ…