‘ନୂଆ-ଓ’ ଓଡ଼ିଶାରେ ଯୁବ ଆନ୍ଦୋଳନ

The Sakala Picture
Published On

ଭୁବନେଶ୍ୱର: ସାରା ରାଜ୍ୟରେ ଯୁବବର୍ଗଙ୍କ ଉତ୍ସାହଜନକ ପ୍ରତିକ୍ରିୟା ସହ ଓଡ଼ିଶାର “ନୂଆ-ଓ” ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ନଭେମ୍ବର ୨୦୨୩ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଯୁବପିଢ଼ିଙ୍କୁ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକଳାପର ସ୍ବତନ୍ତ୍ର ମିଶ୍ରଣ ମାଧ୍ୟମରେ ସଶକ୍ତ କରିବା ସହ କମ୍ ବୟସରେ ସେମାନଙ୍କ ସାମଗ୍ରିକ ବିକାଶ ଏହାର ଉଦ୍ଦେଶ୍ୟ । ରାଜ୍ୟବ୍ୟାପୀ ପ୍ରବେଶକୁ ସୁନିଶ୍ଚିତ କରିବା ପାଇଁ ଏହାକୁ ୪ଟି ସ୍ତରରେ କାର୍ଯ୍ୟ କରିବା ପାଇଁ ଗଠନ କରାଯାଇଥିଲା ଯଥା ବ୍ଲକ […]

ଭୁବନେଶ୍ୱର: ସାରା ରାଜ୍ୟରେ ଯୁବବର୍ଗଙ୍କ ଉତ୍ସାହଜନକ ପ୍ରତିକ୍ରିୟା ସହ ଓଡ଼ିଶାର “ନୂଆ-ଓ” ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ନଭେମ୍ବର ୨୦୨୩ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଯୁବପିଢ଼ିଙ୍କୁ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକଳାପର ସ୍ବତନ୍ତ୍ର ମିଶ୍ରଣ ମାଧ୍ୟମରେ ସଶକ୍ତ କରିବା ସହ କମ୍ ବୟସରେ ସେମାନଙ୍କ ସାମଗ୍ରିକ ବିକାଶ ଏହାର ଉଦ୍ଦେଶ୍ୟ । ରାଜ୍ୟବ୍ୟାପୀ ପ୍ରବେଶକୁ ସୁନିଶ୍ଚିତ କରିବା ପାଇଁ ଏହାକୁ ୪ଟି ସ୍ତରରେ କାର୍ଯ୍ୟ କରିବା ପାଇଁ ଗଠନ କରାଯାଇଥିଲା ଯଥା ବ୍ଲକ /ପୌରପାଳିକା ସ୍ତର , ଶିକ୍ଷନୁଷ୍ଠାନ ସ୍ତର , ଜିଲ୍ଲା ସ୍ତର ଏବଂ ରାଜ୍ୟ ସ୍ତର । ସମସ୍ତ ବର୍ଗରେ ବହୁ ସଂଖ୍ୟକ ପ୍ରତିଯୋଗୀ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ବରିଷ୍ଠ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ହିମାଂଶୁ କୁମାର ଲାଲ୍ ହେଲେ ଇଓଡବ୍ଲ୍ୟୁ ଆଇଜି

ନୂଆ ଓଡ଼ିଶା ଅଭିଯାନର ମୂଳ ପ୍ରାଥମିକତା ହେଉଛି ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ପ୍ରତିଭାକୁ ବିଭିନ୍ନ ସୁଯୋଗ ମାଧ୍ୟମରେ ପ୍ରଦର୍ଶିତ କରିବା ପାଇଁ ଉତ୍ସାହିତ କରିବା ଏବଂ ସେମାନଙ୍କର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା । ଆଜିର ପ୍ରତିଯୋଗିତାମୂଳକ ଦୁନିଆରେ ଯୁବପିଢ଼ିଙ୍କ ସାମଗ୍ରିକ ବିକାଶରେ ବାହ୍ୟ କାର୍ଯ୍ୟକଳାପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ବିଶ୍ୱାସ ରଖିଛି ନୂଆ-ଓ ଅଭିଯାନ। ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶ ଉପରେ ଗୁରୁତ୍ବ ଦେଇ ଏହି ଅଭିଯାନ ଯୁବପିଢ଼ିଙ୍କୁ ପାରମ୍ପରିକ ଶିକ୍ଷାର ମାର୍ଗ ବାହାରେ ସେମାନଙ୍କ ପ୍ରତିଭାକୁ ଅନୁସନ୍ଧାନ ଏବଂ ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବାକୁ ଚେଷ୍ଟା କରୁଛି ।

ଆହୁରି ପଢ଼ନ୍ତୁ: ଶିକ୍ଷା ବଞ୍ଚାଅ ଆନ୍ଦୋଳନ: ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନବରଙ୍ଗପୁରରେ ବିଜେଡିର ବିଶାଳ ରାଲି ‌

ଖେଳୁଆଡ଼ ମନୋଭାବ
ନୂଆ ଓଡ଼ିଶା ଅଭିଯାନରେ କ୍ରିକେଟ, ହକି, କବାଡି, ଖୋ-ଖୋ, ଫୁଟବଲ ଓ ଭଲିବଲ୍ ସମେତ ୬ଟି ବିଭାଗରେ ୫୦ ହଜାରରୁ ଅଧିକ ଦଳ ଅଂଶଗ୍ରହଣ କରିଥିଲେ। ବ୍ଲକ ଓ ଜିଲ୍ଲାସ୍ତରରେ ପ୍ରତ୍ୟେକ କ୍ରୀଡ଼ା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଶେଷ ହୋଇଥିଲା। ରାଜ୍ୟସ୍ତରୀୟ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟେକ କ୍ରୀଡ଼ାରୁ ଉଭୟ ପୁରୁଷ ଓ ମହିଳା ବର୍ଗରେ ୩୦ଟି ଜିଲ୍ଲାରୁ ପ୍ରତିନିଧିତ୍ବ ଦେଖିବାକୁ ମିଳିଥିଲା।
ଟୁର୍ଣ୍ଣାମେଣ୍ଟକୁ ନେଇ ଉତ୍ସାହ ବଢ଼ୁଥିବା ବେଳେ ପ୍ରତ୍ୟେକ ଟୁର୍ଣ୍ଣାମେଣ୍ଟରେ ବିଜେତାଙ୍କୁ ନଗଦ ପୁରସ୍କାର ରହିଛି। ପ୍ରତ୍ୟେକ ବିଭାଗରେ ବିଜେତାଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ଉପବିଜେତାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ରହିଛି। ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଦଳକୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏହାବ୍ୟତୀତ ସବୁଠାରୁ ଶ୍ରେଷ୍ଠ ଖେଳାଳିଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ।

ରଚନାତ୍ମକ କାର୍ଯ୍ୟକଳାପ
ନୃତ୍ୟଠାରୁ ଆରମ୍ଭ କରି ବିତର୍କ ପର୍ଯ୍ୟନ୍ତ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟରେ ଏହି ପଦକ୍ଷେପ ବିଭିନ୍ନ ପ୍ରକାର ରଚନାତ୍ମକ କାର୍ଯ୍ୟକଳାପରେ ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରୁଛି । ବହୁମୁଖୀ ପ୍ରତିଭା ଧାରିଙ୍କୁ ସଶକ୍ତ କରିବା ଏବଂ ତାଙ୍କ ଦକ୍ଷତା ଲୋକଲୋଚକୁ ଆଣିବା ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ। ପ୍ରତିଯୋଗିତାମୂଳକ ଦୃଶ୍ୟପଟରେ ଆଗକୁ ବଢିବା ପାଇଁ ଆବଶ୍ୟକ ଦକ୍ଷତା ଏବଂ ଅଭିଜ୍ଞତା ସହିତ ଯୁବବର୍ଗଙ୍କୁ ସଜ୍ଜିତ କରିବା ଏବଂ ସୃଜନଶୀଳତା, ଆତ୍ମବିଶ୍ୱାସ, ଦଳଗତ କାର୍ଯ୍ୟ ଏବଂ ଅଭିଜ୍ଞତାକୁକୁ ପ୍ରୋତ୍ସାହିତ କରିବା ହେଉଛି ଏହି ଅଭିଯାନର ଉଦ୍ଦେଶ୍ୟ I

ଡିଜିଟାଲ ପ୍ରତିଯୋଗିତା
ଯେଉଁ ଯୁଗରେ ଡିଜିଟାଲ ସାକ୍ଷରତା ଜରୁରୀ, ସେଠାରେ “ନୂଆ- ଓ” ଡିଜିଟାଲ ପ୍ରତିଯୋଗିତା ମାଧ୍ୟମରେ ଯୁବପିଢ଼ିଙ୍କ ସୃଜନଶୀଳତାକୁ ପ୍ରୋତ୍ସାହିତ କରି ସାମାଜିକ ସମସ୍ୟାର ସମାଧାନ କରିବା ଦିଗରେ କାର୍ଯ୍ୟ କରୁଛି । ସାମାଜିକ ଚେତନା ସହିତ ଡିଜିଟାଲ ଦକ୍ଷତାକୁ ମିଶାଇ ଏହି ପ୍ରତିଯୋଗିତାଗୁଡ଼ିକ କେବଳ ସଚେତନତା ସୃଷ୍ଟି କରୁନାହିଁ ବରଂ ସମସ୍ୟା ସମାଧାନ ଦିଗରେ ନୂଆ କୌଶଳ ମଧ୍ୟ ସୃଷ୍ଟି କରୁଛି । ଡିଜିଟାଲ ଦୁନିଆକୁ ହାତମୁଠାରେ ରଖିବାଏବଂ ସାମାଜିକ ଆହ୍ୱାନର ମୁକାବିଲା ଦକ୍ଷତାରେ ଯୁବବର୍ଗଙ୍କୁ ସଜ୍ଜିତ କରିବାରେ ଏହି ପ୍ରତିଯୋଗିତାଗୁଡିକ ଆଧୁନିକ ଯୁଗ ପାଇଁ ଏକ ପିଢ଼ିଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି I

ସଂସ୍କୃତିର ପ୍ରଚାର ଓ ପ୍ରସାର
ନାଟକ, ସାହିତ୍ୟ ଓ ଅନ୍ୟାନ୍ୟ କଳା ମାଧ୍ୟମରେ ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର “ନୂଆ-ଓ” ଅଭିଯାନର ଏକ ଉତ୍ତମ ଉପାଦାନ । ଏହା ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ସଂରକ୍ଷିତ ରଖିବା ସହ ଯୁବପିଢ଼ିଙ୍କ ମଧ୍ୟରେ ଗର୍ବ ଓ ପରିଚୟ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ମହାବିଦ୍ୟାଳୟ ଉତ୍ସବରେ ପାରମ୍ପରିକ କଳା ଓ ସାହିତ୍ୟ କୃତିରେ ଯୋଗ ଦେବାକୁ ଅଂଶଗ୍ରହଣକାରୀମାନଙ୍କୁ ଅନୁରୋଧ କରି ନୂଆ ଓ କାର୍ଯ୍ୟକ୍ରମ କେବଳ ଏହି ଅଞ୍ଚଳର ସାଂସ୍କୃତିକ ପରମ୍ପରାକୁ ବଜାୟ ରଖୁ ନାହିଁ ବରଂ ଭବିଷ୍ୟତ ପିଢ଼ି ପାଇଁ ଏହାର ନିରନ୍ତରତାକୁ ସୁନିଶ୍ଚିତ କରୁଛି। ଏହାବ୍ୟତୀତ ବିଶ୍ୱ ଓଡ଼ିଆ ସମ୍ମିଳନୀ ଓ ପ୍ରକଳ୍ପ ପରିକ୍ରମା ଭଳି କାର୍ଯ୍ୟକ୍ରମକୁ ମଧ୍ୟ ପ୍ରୋତ୍ସାହିତ କରାଯାଇଥିଲା, ଯେଉଁଥିରେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନିତ କରାଯାଇଥିଲା।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନୂଆ-ଓ ଅଭିଯାନର ସଫଳତା ମୁଖ୍ୟ ଅଂଶୀଦାରଙ୍କ ସହଯୋଗୀ ପ୍ରୟାସ ପାଇଁ ସମ୍ଭବ ହୋଇପାରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଅନୁସୂଚିତ ଜନଜାତି ଓ ଜାତି କଲ୍ୟାଣ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସମେତ କ୍ରୀଡ଼ା ଓ ଯୁବସେବା ବିଭାଗ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ କ୍ରୀଡ଼ା ସଂଘ ମିଳିତ ଭାବେ ଏହି ଯୁବ ସଶକ୍ତୀକରଣ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ଏକାଠି ହୋଇଥିଲେ।

ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଭିନୀଲ କ୍ରିଷ୍ଣା କହନ୍ତି, ନୂଆ-ଓ ମହୋତ୍ସବ ବେଶ୍ ସଫଳ ହୋଇଛି ବୋଲି କହି ମୁଁ ଗର୍ବ ଅନୁଭବ କରୁଛି। ରାଜ୍ୟର ହଜାର ହଜାର ଯୁବକ ଯୁବତୀ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସେମାନଙ୍କ ବ୍ୟକ୍ତିଗତ ବିକାଶପାଇଁ ଲାଭଦାୟକ ହେବ। ଏହା ରାଜ୍ୟର ଯୁବପିଢ଼ିଙ୍କୁ ଏକାଠି କରି ନିଜକୁ ଏବଂ ଓଡ଼ିଶାର ଭାବନାକୁ ପ୍ରକାଶ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର