ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ନୂଆ କଳାକାର ଚୟନ ପାଇଁ ବିଜ୍ଞପ୍ତି ପ୍ରକାଶ

The Sakala Picture
Published On

ବରଗଡ଼: ବିଶ୍ୱର ସବୁଠାରୁ ବଡ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ହେଉଥିବା ପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ଚୟନ ହେବେ କଳାକାର। ବରଗଡ ଧନୁଯାତ୍ରାର ୭୫ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବକୁ ଆକର୍ଷଣୀୟ ଢଙ୍ଗରେ ପାଳନ କରିବା ସହ ନୂଆ କଳାକାର ଚୟନ କରିବାକୁ ନିଷ୍ପତ୍ତି ନେଇଛି ଧନୁଯାତ୍ରା କମିଟି । ନୂଆ କଳାକାର ଚୟନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆସନ୍ତା ଅକ୍ଟୋବର ୨୨ ରୁ ୩୧ ପର୍ଯ୍ୟନ୍ତ କଳାକାରମାନେ ଯାତ୍ରାରେ ଅଭିନୟ କରିବା ପାଇଁ […]

ବରଗଡ଼: ବିଶ୍ୱର ସବୁଠାରୁ ବଡ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ହେଉଥିବା ପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ଚୟନ ହେବେ କଳାକାର। ବରଗଡ ଧନୁଯାତ୍ରାର ୭୫ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବକୁ ଆକର୍ଷଣୀୟ ଢଙ୍ଗରେ ପାଳନ କରିବା ସହ ନୂଆ କଳାକାର ଚୟନ କରିବାକୁ ନିଷ୍ପତ୍ତି ନେଇଛି ଧନୁଯାତ୍ରା କମିଟି । ନୂଆ କଳାକାର ଚୟନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆସନ୍ତା ଅକ୍ଟୋବର ୨୨ ରୁ ୩୧ ପର୍ଯ୍ୟନ୍ତ କଳାକାରମାନେ ଯାତ୍ରାରେ ଅଭିନୟ କରିବା ପାଇଁ ସେମାନଙ୍କ ଆବେଦନ ପତ୍ର ଦାଖଲ କରି ପାରିବେ।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ମହାରାଜା କଂସ, ମହାମନ୍ତ୍ରୀ, ସାର୍ତ୍ତକୀ, ଚାଣୁର, ମୁଷ୍ଟିକ,ଅକୃର, ଉଗ୍ରେସନ, ବାସୁଦେବ, ଦେବକୀ, ନାରଦ ଓ ସେନାପତି ପରି ମହାରାଜା ଓ ରାଜାଙ୍କ ପାର୍ଶ୍ଵ କଳାକାର ଚରିତ୍ର ପାଇଁ କଳାକାର ଚୟନ ପ୍ରକ୍ରିୟା ହେବ। ଆବେଦନପତ୍ର ଗୁଡ଼ିକ ଇ-ମେଲ କିମ୍ୱା ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ଡାକ କିମ୍ବା ବ୍ୟକ୍ତିଗତ ଭାବେ ଦାଖଲ କରିହେବ। ଜଣେ କଳାକାର ସର୍ବାଧିକ ୨ଟି ଭୂମିକା ପାଇଁ ଆବେଦନ କରି ପାରିବେ। ବିନା ସ୍କ୍ରିପ୍ଟର ଖୋଲା ମଞ୍ଚରେ ଅଭିଜ୍ଞତା ଥିବା ଆବଶ୍ୟକ, ଧନୁଯାତ୍ରାରେ କଂସ ଅଭିନୟ କରୁଥିବା କଳାକାର ଅନ୍ୟ ମଞ୍ଚରେ କଂସ ଭୂମିକାରେ ଅଭିନୟ କରିବେ ନାହିଁ ଭଳି ମୋଟ ୧୦ଟି ସର୍ତ୍ତାବଳୀ କଳାକାରମାନଙ୍କ ପାଇଁ ରହିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର