ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ

The Sakala Picture
Published On

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ଆସନ୍ତା ମାର୍ଚ୍ଚ ୩୦ ତାରିଖରେ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ମାର୍ଚ୍ଚ ୩୧ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ଅପ୍ରେଲ ୩ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଅପ୍ରେଲ ୧୭ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ମେ’୨ ରେ ଭୋଟ ଗଣତି ହେବ ବୋଲି […]

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ଆସନ୍ତା ମାର୍ଚ୍ଚ ୩୦ ତାରିଖରେ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ମାର୍ଚ୍ଚ ୩୧ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ଅପ୍ରେଲ ୩ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଅପ୍ରେଲ ୧୭ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ମେ’୨ ରେ ଭୋଟ ଗଣତି ହେବ ବୋଲି ସ୍ଥିର କରାଯାଇଛି। ସକାଳ ୭ରୁ ସଂଧ୍ୟା ୬ଯାଏ ଭୋଟ୍ ଗ୍ରହଣ କରାଯିବ । ଏପ୍ରିଲ ମାସ ୪ ତାରିଖ ପୂର୍ବରୁ ସମସ୍ତ ନିର୍ବାଚନୀ ପ୍ରକ୍ରିୟା ସାରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ୩୨ ଘଣ୍ଟା ପରେ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ସ୍ୱାଭାବିକ ହେଲା ଯାତାୟାତ; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ପିପିଲି ଉପନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳମାନଙ୍କର ଅଙ୍କ କଷା ଚାଲିଛି । ବିଜେପି ପ୍ରାର୍ଥୀ ଚୂଡାନ୍ତ ଲାଗି ରାଜ୍ୟ ପ୍ରଭାରୀ ଡି ପୁରେନ୍ଦେଶ୍ବରୀଙ୍କ ଉପସ୍ଥିତିରେ କୋର କମିଟି ବୈଠକ ବସିଥିଲା । ସେପଟେ କଂଗ୍ରେସ ଚୂଡାନ୍ତ ପ୍ରାର୍ଥୀଙ୍କ ନାଁ ଏଆଇସିସିର ମୋହର ମାରିବାକୁ ଦିଲ୍ଲୀ ପଠାଇ ସାରିଛି । ବିଜେଡିର ପ୍ରାର୍ଥୀ କିଏ ହେବ ସେ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ଅପେକ୍ଷା ରହିଛି ।

ଆହୁରି ପଢ଼ନ୍ତୁ: ଆମେରିକା ସହ ‘ଜିରୋ ଟାରିଫ୍’ ଚୁକ୍ତି: ଭାରତର ଚାଷୀ ଓ କୃଷିଶିଳ୍ପ ପ୍ରତି ବିପଦ

ଉଲ୍ଲେଖଯୋଗ୍ୟ, ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଗତବର୍ଷ ୪ ଅକ୍ଟୋବରରେ ବିୟୋଗ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ପିପିଲି ବିଧାନସଭା ଆସନଟି ଖାଲି ପଡ଼ିଥିଲା। କୌଣସି ଆସନ ଖାଲି ପଡ଼ିବାର ୬ ମାସ ମଧ୍ୟରେ ଉପନିର୍ବାଚନ କରିବାର ନିୟମ ରହିଛି। ଗତ ସପ୍ତାହରେ ଦେଶର ଅନ୍ୟ ରାଜ୍ୟ ଗୁଡିକ ବିଭିନ୍ନ ରାଜ୍ୟର ଉପନିର୍ବାଚନ ଗୁଡିକ ସହ ପିପିଲି ନିର୍ବାଚନ ନେଇ ଘୋଷଣା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ମଝି ସମୁଦ୍ରରୁ ଓଡ଼ିଆ ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ ସାର୍ଥକ ମହାପାତ୍ରଙ୍କ ନିଖୋଜ ଘଟଣାକୁ ନେଇ ନବୀନଙ୍କ ଉଦବେଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp