ସେବାୟତ ବେଶରେ ରଥ ଉପରେ ଅଣସେବାୟତ; ଭାଇରାଲ ହେଲା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଛୁଇଁ ଫଟୋ ଉଠାଇବା ସହ କରିଥିବା ରିଲ୍ସ

The Sakala Picture
Published On

ପୁରୀ: ରଥ ଉପରେ ଅଣ ସେବାୟତଙ୍କ ରିଲ୍ । ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରାବେଳେ  ସେବାୟତ ବେଶରେ ରଥ ଉପରକୁ ଚଢିଛନ୍ତି ଅଣସେବାୟତ । ରଥରେ ରଢ଼ି ରିଲ୍ ତିଆରି କରି ସୋସିଆଲ ମିଡିଆରେ ଛାଡ଼ିଛନ୍ତି ଜଣେ ଅଣ ସେବାୟତ । ଏହି ରିଲ୍ ଏବଂ କିଛି ଫଟୋ ଭାଇରାଲ ହୋଇଛି । ସେମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଛୁଇଁବା ସହ ତାଙ୍କ ନିକଟରେ ବସି ଫଟୋ ବି ଉଠାଇଛନ୍ତି । କେବଳ ସେତିକି ନୁହେଁ ସେହି ଫଟୋକୁ […]

ପୁରୀ: ରଥ ଉପରେ ଅଣ ସେବାୟତଙ୍କ ରିଲ୍ । ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରାବେଳେ  ସେବାୟତ ବେଶରେ ରଥ ଉପରକୁ ଚଢିଛନ୍ତି ଅଣସେବାୟତ । ରଥରେ ରଢ଼ି ରିଲ୍ ତିଆରି କରି ସୋସିଆଲ ମିଡିଆରେ ଛାଡ଼ିଛନ୍ତି ଜଣେ ଅଣ ସେବାୟତ । ଏହି ରିଲ୍ ଏବଂ କିଛି ଫଟୋ ଭାଇରାଲ ହୋଇଛି । ସେମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଛୁଇଁବା ସହ ତାଙ୍କ ନିକଟରେ ବସି ଫଟୋ ବି ଉଠାଇଛନ୍ତି । କେବଳ ସେତିକି ନୁହେଁ ସେହି ଫଟୋକୁ ସେମାନେ ସୋସିଆଲ ମିଡିଆରେ ବି ଅପଲୋଡ କରିଛନ୍ତି । ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି ।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ଗତ ରଥଯାତ୍ରାରେ ସେବାୟତ ବେଶରେ ବହୁ ଅଣ ସେବାୟତ ମହାପ୍ରଭୁଙ୍କ ରଥ ଉପରେ ଚଢିଥିବା ନଜରକୁ ଆସିଛି । ରଥ ଉପରେ ଏହି ଅଣସେବାୟତ ଚଢି ଫଟୋ ସହିତ ରିଲ୍ କରିଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣାପଡ଼ିଛି । ଏପରିକି ଶ୍ରୀଅଙ୍ଗକୁ ଛୁଇଁବା ସହ ଶ୍ରୀବିଗ୍ରହଙ୍କ ପାଖରେ ବସି ଫୋଟୋ ଓ ରିଲ୍ ମଧ୍ୟ କରିଥିବା ନଜରକୁ ଆସିଛି । ଏମାନେ ସେବାୟତ କି ନୁହେଁ ତାହା ସନ୍ଦେହ ଜାତ ହୋଇଥିବା ବେଳେ ଏହି ଫଟୋ ଓ ଭିଡ଼ିଓକୁ ନେଇ ତର୍ଜମାର ଆବଶ୍ୟକତା ରହିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ରଥ ଉପରକୁ କିଭଳି ଗଲେ ଆଉ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ଥିବା ଅଧିକାରୀ କଣ ସୁରକ୍ଷା ରକ୍ଷା କରୁଥିଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ କି ସେବାୟତ ମାନଙ୍କ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ଦିଆଯାଇନଥିବା ବେଳେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର