ଚଳିତ ବର୍ଷ ହେବନି କଟକ ଐତିହାସିକ ବାଲିଯାତ୍ରା, କୋଭିଡକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲା ଜିଲ୍ଲାପ୍ରଶାସନ

The Sakala Picture
Published On

କଟକ : ଚଳିତ ବର୍ଷ ହେବନି କଟକର ଐତିହାସିକ ବାଲିଯାତ୍ରା। କରୋନାକୁ ଦୃଷ୍ଟିରେ ରଖି ଗତବର୍ଷ ପରି ଚଳିତବର୍ଷ ମଧ୍ୟ କଟକର ଐତିହାସିକ ବାଲିଯାତ୍ରା ଉପରେ ରୋକ୍ ଲଗାଇଛି ପ୍ରଶାସନ। କୋଭିଡ୍ କଟକଣାକୁ ଆଖିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ  ସଂକ୍ରମଣ ତଳମୁହାଁ ହୋଇଛି, ହେଲେ ଜନସମାଗମ ବଢିଲେ ଏହା ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏପରି ସ୍ଥିତିରେ ବାଲିଯାତ୍ରା ସମ୍ଭବ […]

କଟକ : ଚଳିତ ବର୍ଷ ହେବନି କଟକର ଐତିହାସିକ ବାଲିଯାତ୍ରା। କରୋନାକୁ ଦୃଷ୍ଟିରେ ରଖି ଗତବର୍ଷ ପରି ଚଳିତବର୍ଷ ମଧ୍ୟ କଟକର ଐତିହାସିକ ବାଲିଯାତ୍ରା ଉପରେ ରୋକ୍ ଲଗାଇଛି ପ୍ରଶାସନ। କୋଭିଡ୍ କଟକଣାକୁ ଆଖିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ  ସଂକ୍ରମଣ ତଳମୁହାଁ ହୋଇଛି, ହେଲେ ଜନସମାଗମ ବଢିଲେ ଏହା ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏପରି ସ୍ଥିତିରେ ବାଲିଯାତ୍ରା ସମ୍ଭବ ନୁହେଁ। କାରଣ ବାଲିଯାତ୍ରାରେ ପ୍ରତିଦିନ ଲକ୍ଷାଧିକ ଲୋକଙ୍କ ସମାଗମ ହୁଏ। ବାଲିଯାତ୍ରା ହେଲେ ପୁଣିଥରେ କରୋନା ବଢିବାର ଆଶଙ୍କା ଥିବାରୁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହାକୁ ବାତିଲ କରାଯାଇଛି ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

କରୋନା କାରଣରୁ ଗତ ବର୍ଷ ମଧ୍ୟ ବାଲିଯାତ୍ରାକୁ ବାତିଲ୍‌ କରାଯାଇଥିଲା ।ରାଜ୍ୟର ସର୍ବବୃହତ ଯାତ୍ରା ହେଉଛି ବାଲିଯାତ୍ରା । କାର୍ତ୍ତିକ ପୂର୍ଣ୍ଣମୀରୁ ଆରମ୍ଭ ହେଉଥିବା ଏହି ଯାତ୍ରାରେ ୨ହଜାରରୁ ଅଧିକ ଛୋଟ ବଡ଼ ବ୍ୟବସାୟୀ ସାମିଲ୍ ହୋଇଥାନ୍ତି । ପ୍ରତିଦିନ କୋଟି କୋଟି ଟଙ୍କାର ବ୍ୟବସାୟ ହୋଇଥାଏ।  ଏଥିରେ ବହୁ ବ୍ୟବସାୟୀଙ୍କ ସମାଗମ ହେବା ସହିତ ବହୁ ଲୋକ ଏହି ଯାତ୍ରାକୁ ଅପେକ୍ଷା କରି ରହିଥାନ୍ତି ।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର