ବଜେଟ୍ ୨୦୨୫-୨୬ ଆଗତ, ମଧ୍ୟମ ଶ୍ରେଣୀ ଲୋକଙ୍କ ବିକାଶକୁ ବେଶୀ ଗୁରୁତ୍ବ…
ନୂଆଦିଲ୍ଲୀ: ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ । ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ଲଗାତାର ଅଷ୍ଟମ ଥର ପାଇଁ ଉପସ୍ଥାପନ କରୁଛନ୍ତି ସୀତାରମଣ । ସଂସଦରେ ପେପର୍ ଲେସ୍ ବଜେଟ୍ ଉପସ୍ଥାପନ ହୋଇଛି। ବଜେଟ୍ ଉପସ୍ଥାପିତ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ଟିମ୍ ସହିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ବଜେଟ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ ରାଷ୍ଟ୍ରପତିଙ୍କଠାରୁ ଅନୁମୋଦନ ନେଇଥିଲେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦହି […]
ନୂଆଦିଲ୍ଲୀ: ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ । ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ଲଗାତାର ଅଷ୍ଟମ ଥର ପାଇଁ ଉପସ୍ଥାପନ କରୁଛନ୍ତି ସୀତାରମଣ । ସଂସଦରେ ପେପର୍ ଲେସ୍ ବଜେଟ୍ ଉପସ୍ଥାପନ ହୋଇଛି। ବଜେଟ୍ ଉପସ୍ଥାପିତ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ଟିମ୍ ସହିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ବଜେଟ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ ରାଷ୍ଟ୍ରପତିଙ୍କଠାରୁ ଅନୁମୋଦନ ନେଇଥିଲେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦହି ଖୁଆଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବଜେଟ୍କୁ ଅନୁମୋଦନ ମିଲିଥିଲା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଥିଲା।
ନିଜ ଅଭିଭାଷରେ ସେ କହିଛନ୍ତି ଯେ, ଅର୍ଥନୀତିରେ ସମୃଦ୍ଧି ସାରା ବିଶ୍ବକୁ ଚକିତ କରିଛି । ଗତ ୧୦ ବର୍ଷରେ ଅନେକ ସଂସ୍କାର କରାଯାଇଛି । ଏଥର ବଜେଟ୍ରେ ୧୦ଟି କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି । ମଧ୍ୟମ ଶ୍ରେଣୀ ଲୋକଙ୍କ ବିକାଶକୁ ବେଶୀ ଗୁରୁତ୍ବ ଦିଆଯାଇଛି। ଗରିବ, ଯୁବକ, ଅନ୍ନଦାତା, ମହିଳାଇନ୍ ଇଣ୍ଡିଆକୁ ଆହୁରି ଆଗକୁ ବଢ଼ାଇବା ଓ MSME ଆଦି ଫୋକସରେ ରହିଛି। ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ପ୍ରାଥମିକତା ମିଳିଛି। କୃଷି ଉତ୍ପାଦନ ବୃଦ୍ଧି ଉପରେ ରହିଛି ଗୁରୁତ୍ବ । ଏହା ଦ୍ବାରା ୧.୭ କୋଟି କୃଷକ ଉପକୃତ ହେବେ ।
ଏଡିବୁଲ ଅଏଲରେ ଆତ୍ମନିର୍ଭର ହେବା ଲକ୍ଷ୍ୟ । ଏଥିପାଇଁ ୬ ବର୍ଷିଆ ସ୍କିମ୍ ସରକାର ଆରମ୍ଭ କରିବାକୁ ଯାଉଛନ୍ତି । ବିହାରରେ ଏକ ମକାନା ବୋର୍ଡ ଗଠନ କରାଯିବ। ମକାନା ବୋର୍ଡ ବିହାର କୃଷକଙ୍କୁ ତାଲିମ ପ୍ରଦାନ କରିବ।
କୃଷି ହେଉଛି ଆମର ପ୍ରଥମ ଇଞ୍ଜିନ୍
ବଜେଟରେ ଚାଷୀଙ୍କ ପାଇଁ ଅର୍ଥମନ୍ତ୍ରୀ, ‘ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା’ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସହିତ ମିଶି ଏହି ଯୋଜନା ଚଲାଇବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଏହି ବଜେଟ୍ ଅନ୍ତର୍ଭୁକ୍ତ କୃଷକଙ୍କ ପାଇଁ। ଏହା ଦ୍ୱାରା ୧.୭ କୋଟି କୃଷକ ଉପକୃତ ହେବେ। ୧୦୦ଟି ଜିଲ୍ଲାରେ ଧନଧାନ୍ୟ ଯୋଜନା ଆରମ୍ଭ ହେଉଛି। ଏହା ସହିତ, କିଷାନ କ୍ରେଡିଟ୍ କାର୍ଡର ସୀମା ୫ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଦେଶକୁ ଏକ ବିକଶିତ ଭାରତରେ ପରିଣତ କରିବା ପାଇଁ ଆମକୁ ରାଜ୍ୟମାନଙ୍କ ସହ ମିଶି କାମ କରିବାକୁ ପଡିବ । ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଆମର ଫୋକସ ରହିଛି । ବଜେଟରେ ରପ୍ତାନି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। କୃଷି ହେଉଛି ଆମର ପ୍ରଥମ ଇଞ୍ଜିନ୍ ।
MSME ବିକାଶର ଦ୍ବିତୀୟ ଇଞ୍ଜିନ
MSME ବିକାଶର ଦ୍ବିତୀୟ ଇଞ୍ଜିନ । ୭.୫ କୋଟି MSME କର୍ମଚାରୀଙ୍କ ଉପରେ ଫୋକସ୍ । MSME କ୍ଷେତ୍ର ପାଇଁ ଅଧିକ ଋଣ ମଞ୍ଜୁରୀ କରାଯିବ । ଯୁବକଙ୍କୁ MSME ଦ୍ବରା ଅଧିକ ନିଯକ୍ତି ଦେଇ ହେବ ଅଣଚମଡ଼ା ଶିଳ୍ପ ଉପରେ ଏଥର ଫୋକସ୍ । ଅଣଚମଡ଼ା ଶିଳ୍ପ ଦ୍ବାରା ୨୨ ଲକ୍ଷ ଉପକୃତ ହେବେ ବୋଲି ସେ କହିଛନ୍ତି।
ପୁଞ୍ଜି ନିବେଶ ୩ୟ ଇଞ୍ଜିନ
ପୁଞ୍ଜି ନିବେଶ ବିକାଶର ୩ୟ ଇଞ୍ଜିନ ବୋଲି ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ।
ସକ୍ଷମ ଅଙ୍ଗନବାଡି ଯୋଜନା ଦ୍ବାରା ୮ କୋଟି ପିଲା ଉପକୃତ ହେବେ। ୧ କୋଟି ଗର୍ଭବତୀ ମହିଳା, ୨୦ ଲକ୍ଷ ଅପପୁଷ୍ଟି ପିଲା ଉପକୃତ ହେବେ । ୧୦ ବର୍ଷରେ ମେଡିକାଲ ସିଟ୍ ୧.୧ ଲକ୍ଷ ବୃଦ୍ଧି ଘଟିଛି। ସବୁ ଜିଲ୍ଲା ହସ୍ପିଟାଲ୍ରେ କ୍ୟାନ୍ସର ଚିକିତ୍ସା କେନ୍ଦ୍ର ରହିବ। ଆସନ୍ତା ୩ ବର୍ଷରେ ଲକ୍ଷ୍ୟ ପୂରଣ କରାଯିବ ବୋଲି ସେ କହିଛନ୍ତି।
ଖେଳନା ଉତ୍ପାଦନ କ୍ଷେତ୍ରରେ ଭାରତକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବୁ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ କହିଥିଲେ ଯେ ଆମେ ଖେଳନା ଉତ୍ପାଦନ କ୍ଷେତ୍ରରେ ଭାରତକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବୁ। ଏଥିପାଇଁ ଏକ ଯୋଜନା ଆରମ୍ଭ କରାଯିବ। ଏ ସଂପର୍କିତ ଇକୋସିଷ୍ଟମର ବିକାଶ ଉପରେ ଗୁରୁତ୍ୱ ଦିଆଯିବ, ଯାହା ଦ୍ୱାରା ଉଚ୍ଚମାନର ପରିବେଶ ଅନୁକୂଳ ଖେଳନା ଉତ୍ପାଦନ ହେବ ।
ସହରାଞ୍ଚଳ ବିକାଶ ପାଇଁ ୧ ଲକ୍ଷ କୋଟି
ସହରାଞ୍ଚଳ ବିକାଶ ପାଇଁ ୧ ଲକ୍ଷ କୋଟି । ୨୦୨୮ ସୁଦ୍ଧା ଜଳ ଜୀବନ ମିଶନ ସାରିବାକୁ ଲକ୍ଷ୍ୟ ରଖାଯାଇଛି।
ପରମାଣୁ ଶକ୍ତି ପାଇଁ ୨୦ ହଜାର କୋଟି ନିବେଶ ହେବ
ପାରମାଣବିକ ଶକ୍ତି ଉତ୍ପାଦନକୁ ବଜେଟରେ ଗୁରୁତ୍ବାରୋପ । ତିଷ୍ଠା କରାଯିବ ନ୍ୟୁକ୍ଲିୟର ଏନର୍ଜି ମିଶନ। ୧୧ ଗିଗା ଓ୍ୱାଟ ପରମାଣୁ ଶକ୍ତି ଉତ୍ପାଦନ ଲକ୍ଷ୍ୟ । ପରମାଣୁ ଶକ୍ତି ପାଇଁ ୨୦ ହଜାର କୋଟି ନିବେଶ ହେବ। କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର ପ୍ରତିଷ୍ଠା କରି ଶକ୍ତି ଉତ୍ପାଦନ କରାଯିବ।
ମଡିଫାଏଡ୍ ଉଡାଣ ସ୍କିମ୍ ଲାଗୁ ହେବ
ମଡିଫାଏଡ୍ ଉଡାଣ ସ୍କିମ୍ ଲାଗୁ ହେବ । ଏଥିରେ ଯୋଡ଼ି ହେବେ ଆଉ ୪ କୋଟି ବିମାନ ଯାତ୍ରୀ । ବିହାର ପାଟ୍ନାରେ ହେବ ଏକ ଗ୍ରୀନ ଫିଲ୍ଡ ବିମାନବନ୍ଦର ।
ଏମଏସଏମଇ କ୍ରେଡିଟ୍ ଗ୍ୟାରେଣ୍ଟି ବୃଦ୍ଧି
୧ କୋଟିରୁ ଅଧିକ ପଞ୍ଜିକୃତ ଏମଏସଏମଇ ଉଦ୍ୟୋଗ ଅଛନ୍ତି। କୋଟି କୋଟି ଲୋକଙ୍କ ନିଯୁକ୍ତି ଏହା ସହିତ ଜଡିତ। ଏହା ଭାରତକୁ ଏକ ଉତ୍ପାଦନ ମୁଖ୍ୟ କରିଥାଏ। ସେମାନେ ଯେପରି ଅଧିକ ଟଙ୍କା ପାଇପାରିବେ, ସେଥିପାଇଁ ଏହାକୁ ଅଢ଼େଇ ଗୁଣ ବୃଦ୍ଧି କରାଯାଉଛି। ଏହା ଯୁବପିଢ଼ିକୁ ନିଯୁକ୍ତି ପ୍ରଦାନ କରିବ। ଆମେ ସୂକ୍ଷ୍ମ ଏବଂ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି କଭରକୁ ୫କୋଟି ଟଙ୍କାରୁ ୧୦କୋଟି ଟଙ୍କାକୁ ବୃଦ୍ଧି କରାଯଇଛି।