ଆଜିଠୁ ନାଇଟ୍‌ କର୍ଫ୍ୟୁ : ଟ୍ବିନ୍‌ ସିଟିକୁ ଜଗିବେ ୨୫ ପ୍ଲାଟୁନ ପୁଲିସ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ପାଇଁ ରାଜ୍ୟ ସରକାର ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି।  ରାଜ୍ୟରେ ଆଜି ସକାଳ ୫ଟାରୁ ‌ନୂଆ କୋଭିଡ କଟକଣା ଲାଗୁହୋଇଯାଇଛି। ପୂର୍ବରୁ ରାତ୍ରିକାଳୀନ କର୍ଫ୍ୟୁ ରାତି ୧୦ଟାରୁ ଲାଗୁ ହେଉଥିବା ବେଳେ ଆଜିଠାରୁ ରାତି ୯ଟାରୁ ଆରମ୍ଭ ହେଉଛି। ଏହା କେବଳ ରାଜ୍ୟର ସମସ୍ତ ସହରାଞ୍ଚଳରେ ପାଇ ଉଦ୍ଦିଷ୍ଟ । ଚଳିତ ମାସ ୭ ତାରିଖ ସକାଳ ୫ଟାରୁ ଆସନ୍ତା ଫେବ୍ରୁଆରି ୧ ତାରିଖ ସକାଳ ୫ଟା […]

ଭୁବନେଶ୍ବର : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ପାଇଁ ରାଜ୍ୟ ସରକାର ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି।  ରାଜ୍ୟରେ ଆଜି ସକାଳ ୫ଟାରୁ ‌ନୂଆ କୋଭିଡ କଟକଣା ଲାଗୁହୋଇଯାଇଛି। ପୂର୍ବରୁ ରାତ୍ରିକାଳୀନ କର୍ଫ୍ୟୁ ରାତି ୧୦ଟାରୁ ଲାଗୁ ହେଉଥିବା ବେଳେ ଆଜିଠାରୁ ରାତି ୯ଟାରୁ ଆରମ୍ଭ ହେଉଛି। ଏହା କେବଳ ରାଜ୍ୟର ସମସ୍ତ ସହରାଞ୍ଚଳରେ ପାଇ ଉଦ୍ଦିଷ୍ଟ । ଚଳିତ ମାସ ୭ ତାରିଖ ସକାଳ ୫ଟାରୁ ଆସନ୍ତା ଫେବ୍ରୁଆରି ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ରାତ୍ରିକାଳୀନ କର୍ଫ୍ୟୁ ପାଇଁ ଟ୍ବିନ୍‌ ସିଟି କଟକ-ଭୁବନେଶ୍ବରରେ କମିଶନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଶେଷ ଭାବରେ କଟକ ଭୁବନେଶ୍ୱରରେ ପୂର୍ବ ଅପେକ୍ଷା ବର୍ତ୍ତମାନ କଟକଣାକୁ ଆହୁରି କଡା କରାଯାଇଥିବା ବେଳେ ଲୋକଙ୍କୁ ମଧ୍ୟ ସଚେତନ କରାଯାଇଛି। ତେବେ ପୂର୍ବରୁ କଟକଣା ସମୟରେ ଅନେକ ଲୋକ ନିୟମ ଉଲଘଂନ କରୁଥିବାର ନଜିର ରହିଥିବା ବେଳେ ଏଥର କିନ୍ତୁ କଟକଣାକୁ କଡା ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ଆଜି ଏନେଇ ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସ କନଫରେନ୍ସ କରି ଚେତାବନୀ ଦେଇଛନ୍ତି । ଟ୍ୱିନସିଟିରେ ନିୟମ ଉଲଘଂନ ହେଲେ ଉଲଘଂନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୁଲିସ୍ କମିଶନର ।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ରାତ୍ରିକାଳୀନ କର୍ଫ୍ୟୁ ସମୟରେ  ରାତି ୯ଟାରୁ ସକାଳ ୫ଟା ଯାଏଁ ପୁଲିସ ପଇଁତରା ମାରିବ । ଟ୍ବିନ୍‌ ସିଟି କଟକ-ଭୁବନେଶ୍ବରରେ ୨୫ ପ୍ଲାଟୁନ୍‌ ପୁଲିସ ଜଗିବେ। ବିଭିନ୍ନ ଛକରେ ପୁଲିସ ପକ୍ଷରୁ ଚେକିଂ କରାଯିବା ସହ ପିସିଆରରେ ମଧ୍ୟ ପଇଁତରା ମରାଯିବ।  ନାଇଟ କର୍ଫ୍ୟୁ ସମୟରେ ସମସ୍ତ ହୋଟେଲ, ରେଷ୍ଟୁରାଂଟ ଓଦୋକାନ ବଜାର ବନ୍ଦ ରହିବ । କୌଣସି ଦୋକାନ, ମଲ କିମ୍ବା ରେଷ୍ଟୁରାଂଟ ନିୟମ ଖିଲାପ କଲେ ଅତି କମରେ ୭ ଦିନ ପାଇଁ ବନ୍ଦ କରାଯିିବ ।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

ରାଜ୍ୟବାସୀ ଯେଉଁ ଭଳି ପୂର୍ବ ଦୁଇ ଲହରକୁ ସଫଳତାର ସହ ମୁକାବିଲା କରିବାରେ ସହଯୋଗ କରିଥିଲେ ବର୍ତ୍ତମାନ ମଧ୍ୟ ତୃତୀୟ ଲହର ସମୟରେ ସେମିତି ସହଯୋଗ କରିବାକୁ ତଥା ସମସ୍ତ କରୋନା କଟକଣାକୁ ପାଳନ କରିବାକୁ ଅପିଲ କରିଛନ୍ତି ପୁଲିସ୍ କମିଶନର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର